ପାରିବାରିକ କଳହକୁ ନେଇ ଜଳଭଣ୍ଡାରକୁ ଡେଇଁଲେ ମହିଳା

ଚାନ୍ଦିନୀ ୬ ବର୍ଷ ପୂର୍ବରୁ କୁସମଗୁଡ଼ା ଅଞ୍ଚଳର ବିବାହ କରିଥିଲେ। ସ୍ବାମୀ, ସ୍ତ୍ରୀ ଓ ତାଙ୍କର ଗୋଟିଏ ପିଲାଙ୍କୁ ନେଇ ପରିବାର। ଏମାନେ ସମସ୍ତେ କୋରାପୁଟରେ ରହୁଛନ୍ତି। ଆଜି ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ତେଣୁ ଚାନ୍ଦିନୀ ଜଳଭଣ୍ଡାରକୁ ଡେଇଁପଡ଼ିଥିବା କୁହାଯାଉଛି।

ଅଦ୍ୟତନ ହୋଇଛି
kpt

କୋରାପୁଟ: ପାରିବାରିକ କହଳକୁ କେନ୍ଦ୍ର କରି ଗୁରୁବାର ଜଣେ ମହିଳା କୋରାପୁଟ ନିକଟ କୋଲାବ ଜଳଭଣ୍ଡାରକୁ ଡେଇଁ ଜୀବନ ହାରିଛନ୍ତି। ମୃତ ମହିଳା ହେଲେ ଚାନ୍ଦିନୀ ବିଷୋୟୀ (୨୮)। 

ସୂଚନା ଅନୁସାରେ ଜିଲ୍ଲାର ଦଶମନ୍ତପୁର ଥାନା ଅନ୍ତର୍ଗତ ଲୁଲା ଗାଁର ଚାନ୍ଦିନୀ ୬ ବର୍ଷ ପୂର୍ବରୁ କେରାପୁଟ ସଦର ଥାନା ଅଧିନ କୁସୁମୁଗୁଡ଼ାର ଗୋପାଳକୃଷ୍ଣ ବିଷୋୟୀଙ୍କୁ ବିବାହ କରିଥିଲେ। ସ୍ବାମୀ, ସ୍ତ୍ରୀ ଓ ତାଙ୍କର ୪ ବର୍ଷ ବୟସର ପୁଅଙ୍କୁ ନେଇ ପରିବାର। ଏମାନେ ସମସ୍ତେ କୋରାପୁଟରେ ରହୁଛନ୍ତି। ତାଙ୍କର ସ୍ବାମୀ କୋରାପୁଟରେ ଜନସ୍ବାସ୍ଥ୍ୟ ବିଭାଗରେ କାର୍ଯ୍ୟରତ ଅଛନ୍ତି। ଆଜି ଦୀପାବଳି ହେତୁ ଚାନ୍ଦିନୀଙ୍କ ସ୍ବାମୀ କୁସୁମୁଗୁଡ଼ା ଯିବାକୁ କହିଥିଲେ। କିନ୍ତୁ ଚାନ୍ଦିନୀ ମନା କରିଥିଲେ। ଫଳରେ ତାଙ୍କର ସ୍ବାମୀ ଛୁଆକୁ ନେଇ ଗାଁକୁ ଯାଇଥିଲେ। ସ୍ବାମୀ ଗାଁକୁ ଯିବା ପରେ ଫୋନରେ ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା ହୋଇଥିଲା। ସେମାନଙ୍କ ମଧ୍ୟରେ କ’ଣ କଥା ହୋଇଥିଲା ତାହା ଜଣାପଡ଼ି ନାହିଁ। ଏହାରି ମଧ୍ୟରେ ଚାନ୍ଦିନୀ କେରାପୁଟରୁ ସୁନାବେଡା ଯିବା ରାସ୍ତାରେ ଦୁରୁଗୁଡ଼ା ପୋଲ ଉପରୁ କୋଲାବ ଜଳଭଣ୍ଡାରକୁ ଡେଇଁପଡ଼ିଛନ୍ତି। 

ଆଜି ଦୀପାବଳି ହେତୁ ଚାନ୍ଦିନୀଙ୍କ ସ୍ବାମୀ କୁସମଗୁଡ଼ା ଯିବାକୁ କହିଥିଲେ। କିନ୍ତୁ ଚାନ୍ଦିନୀ ମନା କରିଥିଲେ। ଫଳରେ ତାଙ୍କର ସ୍ବାମୀ ଛୁଆକୁ ନେଇ ଗାଁକୁ ଯାଇଥିଲେ। ସ୍ବାମୀ ଗାଁକୁ ଯିବା ପରେ ଫୋନରେ ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା ହୋଇଥିଲା।

ଏହି ରାସ୍ତା ଦେଇ ଯାଉଥିବା ଲୋକେ ଜଣେ ମହିଳା ଜଳଭଣ୍ଡାରକୁ ଡେଇଁ ପଡ଼ିଥିବା ନେଇ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ସୂଚନା ପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ସର୍ଚ୍ଚ ଅପରେସନ ଜାରି ରଖିଥିଲେ। ଶେଷରେ ଜଳଭଣ୍ଡାରରୁ ଚାନ୍ଦିନୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଜାରି ରଖିଛି।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe