ପାର୍ସଲ ଆଣିବାକୁ ବସ୍‌ଷ୍ଟାଣ୍ଡ ଯାଇଥିଲେ ମହିଳା; ଚାପିଦେଲା ଲକ୍ଷ୍ମୀ ବସ୍‌

କଟକ ଜିଲ୍ଲା ଆଠଗଡ଼ ବସ୍‌ଷ୍ଟାଣ୍ଡକୁ ପାର୍ସଲ ଆଣିବା ପାଇଁ ସ୍ବାମୀ ଓ ଶିଶୁପୁତ୍ରଙ୍କ ସହିତ ଯାଇଥିବା ଜଣେ ମହିଳା ଦୁର୍ଘଟଣାର ଶିକାର ହୋଇଛନ୍ତି। ଲକ୍ଷ୍ମୀବସ୍‌ ଚାପାରେ ସଂପୃକ୍ତ ମହିଳାଙ୍କର ମୃତ୍ୟୁ ହୋଇଛି। ଦୁର୍ଘଟଣା ପରେ ବସ୍‌ ଚାଳକ ଫେରାର ଅଛି। ପୁଲିସ ମୃତଦେହ ଜବତ କରିଛି।

37a6bafc-1624-4d4b-aa2d-dc4b1c1f2460

ଆଠଗଡ଼: ଲକ୍ଷ୍ମୀ ବସ ଚାପାରେ ରବିବାର ସନ୍ଧ୍ୟାରେ ଜଣେ ମହିଳାଙ୍କ ମୃତ୍ୟୁ ଭଳି ଅଭାବନୀୟ ଘଟଣା ଘଟିଛି। କଟକ ଜିଲ୍ଲା ଆଠଗଡ଼ ବସ୍‌ଷ୍ଟାଣ୍ଡରେ ଏହି ଅପ୍ରୀତିକର ଘଟଣା ଘଟିଛି। ମୃତ ମହିଳା ହେଲେ କାଜଲ କିରଣ। 

ସୂଚନା ଅନୁସାରେ ଆଠଗଡ଼ ଥାନା ଅନ୍ତର୍ଗତ ଧାଇପୁର ଗ୍ରାମର ସୁକୁମାର ପ୍ରଧାନ, ତାଙ୍କର ପତ୍ନୀ କାଜଲ କିରଣ ଏବଂ ଦୁଇ ବର୍ଷର ପୁଅ ସହ ବାଇକରେ ସନ୍ଧ୍ୟା ସମୟରେ ଆଠଗଡ ବସଷ୍ଟାଣ୍ଡକୁ ଆସିଥିଲେ। ଏଠାରେ ଏକ ଘରୋଇ ବସ୍‌ ‘ବାବାମଣି’ ଠାରୁ ଆସିଥିବା ଏକ ପାର୍ସଲ ଗ୍ରହଣ କରିବା ପାଇଁ ଆସିଥିଲେ। ସୁକୁମାର ଗାଡ଼ି ଠାରୁ ପାର୍ସଲ ଗ୍ରହଣ କରିବାକୁ ଯାଇଥିଲା ବେଳେ ତାଙ୍କର ପତ୍ନୀ ଓ ପୁତ୍ର ବାଇକ ନିକଟରେ ଠିଆ ହୋଇଥିଲେ। ସେହି ସମୟରେ ହଠାତ ବସଷ୍ଟାଣ୍ଡ ମଧ୍ୟରେ ଥିବା ଲକ୍ଷ୍ମୀ ବସ୍‌ ପଛୁଆ ଆସି ମହିଳାଙ୍କୁ ଧକ୍କା ମାରିଥିଲା। ଫଳରେ କାଜଲ ତଳେ ପଡିଯାଇଥିଲେ ଏବଂ ଗାଡ଼ିର ଚକା ତାଙ୍କ ଉପରେ ଚଢ଼ି ଯାଇଥିଲା।

ରାଜ୍ୟ ସରକାରଙ୍କ ପରିବହନ ବିଭାଗ ଦ୍ବାରା ପରିଚାଳିତ ମୋ ବସ୍‌ ଓ ଲକ୍ଷ୍ମୀ ସେବା ମାଧ୍ୟମରେ ଲୋକଙ୍କୁ ଭଲ ସୁବିଧା ମିଳୁଛି। କିନ୍ତୁ ଏହି ସେବାରେ ନିୟୋଜିତ ବସ୍‌ ଚାଳକମାନେ ଅନେକ ସମୟରେ ଅଘଟଣ ଘଟାଉଛନ୍ତି, ଯାହାକି ଚିନ୍ତାର ବିଷୟ ହୋଇଛି।

ଉପସ୍ଥିତ ଥିବା ଜନତା ପାଟିତୁଣ୍ଡ କରି ଥିଲେ। ତୁରନ୍ତ ଆଠଗଡ ଆଇଆଇସି ଅନିରୁଦ୍ଧ ମୁଦୁଲି ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କୁ ଉଦ୍ଧାର କରି ଆଠଗଡ ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲେ। ମାତ୍ର ଡାକ୍ତର ସେଠାରେ ତାଙ୍କର ମୃତ୍ୟୁ ଘୋଷଣା କରିଥିଲେ। ଏ ଘଟଣା ପରେ ଉପଖଣ୍ଡ ଚିକିତ୍ସାଳୟରେ ଧାଇପୁର ଗ୍ରାମବାସୀମାନେ ପହଞ୍ଚି ଥିଲେ। ସୋମବାର ଶବ ବ୍ୟବଛେଦ କରାଯିବ। ରିପୋର୍ଟ ଲେଖା ପର୍ଯ୍ୟନ୍ତ ଥାନାରେ ଅଭିଯୋଗ ହୋଇ ନଥିଲା ବେଳେ ଗାଡ଼ି ଚାଳକ ଫେରାର ହୋଇ ଯାଇଥିବା ଜଣାପଡ଼ିଛି।

ଏହି ଖବର ପଢ଼ନ୍ତୁ: ଯୁବତୀଙ୍କୁ ଅକର୍ମଣ୍ୟ କଲା ‘ମୋ ବସ୍‌’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe