ପ୍ରାଣାନ୍ତକ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ ଘଟଣା: ଶବ ରଖି ରାସ୍ତାରୋକ

Advertisment

ଜଣେ ମହିଳାଙ୍କ ମୃତ୍ୟୁକୁ ନେଇଁ ତେନ୍ତୁଳିଖୁଣ୍ଟି ଅଞ୍ଚଳରେ ଆଜି ଉତେଜନା ଦେଖାଦେଇଛି। ପରିବାର ତଥା ଗ୍ରାମବାସୀ ତେନ୍ତୁଳିଖୁଣ୍ଟି ଥାନା ସମ୍ମୁଖରେ ମହିଳାଙ୍କ ଶବ ରଖି ଧାରଣା ଦେଇଛନ୍ତି। ଏସଡିପିଓ କୃଷ୍ଣଚନ୍ଦ୍ର ଭତରା ଧାରଣାସ୍ଥଳରେ ପହଂଚି ବୁଝାସୁଝା କରିବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା। 

ଜଣେ ମହିଳାଙ୍କ ମୃତ୍ୟୁକୁ ନେଇଁ ତେନ୍ତୁଳିଖୁଣ୍ଟି ଅଞ୍ଚଳରେ ଆଜି ଉତେଜନା ଦେଖାଦେଇଛି। ପରିବାର ତଥା ଗ୍ରାମବାସୀ ତେନ୍ତୁଳିଖୁଣ୍ଟି ଥାନା ସମ୍ମୁଖରେ ମହିଳାଙ୍କ ଶବ ରଖି ଧାରଣା ଦେଇଛନ୍ତି। ଏସଡିପିଓ କୃଷ୍ଣଚନ୍ଦ୍ର ଭତରା ଧାରଣାସ୍ଥଳରେ ପହଂଚି ବୁଝାସୁଝା କରିବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା। 

Road block

ତେନ୍ତୁଳିଖୁଣ୍ଟି: ଜଣେ ମହିଳାଙ୍କ ମୃତ୍ୟୁକୁ ନେଇଁ ନବରଂଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଅଞ୍ଚଳରେ ଆଜି ଉତେଜନା ଦେଖାଦେଇଛି। ପରିବାର ତଥା ଗ୍ରାମବାସୀ ତେନ୍ତୁଳିଖୁଣ୍ଟି ଥାନା ସମ୍ମୁଖରେ ମହିଳାଙ୍କ ଶବ ରଖି ଧାରଣା ଦେଇଛନ୍ତି। ପୁଲିସର କୌଣସି ଆଖି ଦୃଶିଆ ପଦକ୍ଷେପ ଗ୍ରହଣ କରାଯାଇନଥିବା ପରିବାର ତଥା ଗ୍ରାମବାସୀ ଅଭିଯୋଗ କରିଛନ୍ତି। 

ତେନ୍ତୁଳିଖୁଣ୍ଟି ଥାନା ଅନ୍ତର୍ଗତ ପିତାକୁମୁଲି ଗ୍ରାମର ହୀରା ଭତରା ଚଳିତ ମାସ ୧୪ ତାରିଖ ଦିନ ଘରେ ଥିବା ସମୟରେ ଉକ୍ତ ଗ୍ରାମର ହରି ଭତରା ଆସି ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିଥିଲେ। ଏମିତି କି ହୀରା ପିନ୍ଧିଥିବା ଶାଢ଼ି ଟଣା ଓଟରା କରି ଦୁଷ୍କର୍ମ ଉଦ୍ୟମ କରିଥିବା ନେଇଁ ପୁଅ ଚନ୍ଦ୍ର ଭତରା ତେନ୍ତୁଳିଖୁଣ୍ଟି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପରେ ମା’ଙ୍କ ମୁଣ୍ଡରେ ଏବଂ ଛାତିରେ ପ୍ରବଳ ମାଡ଼ ହୋଇଥିବା ଜାଣି ଚିକିତ୍ସା ପାଇଁ ଡାକ୍ତରଖାନା ନେଇଥିଲେ। ଘଟଣାର ଦୁଇଦିନ ପରେ ଆଉ ଏକ ଏତଲା ଦେବାକୁ ପରିବାର ଲୋକେ  ଥାନାକୁ ଆସିଥିଲେ।

ଥାନା ଅଧିକାରୀ ଏତଲା ଗ୍ରହଣ କରିନଥିଲେ। ବରଂ ପରିବାର ଲୋକଙ୍କୁ ଧମକ ଚମକ ଦେଇ ଫେରେଇଦେଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ହୀରାଙ୍କ ମୁଣ୍ଡ ଓ ଛାତିରେ ପ୍ରବଳ ମାଡ ହୋଇଥିବା ଯୋଗୁଁ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ଚାଲିଥିଲା। ଏହାପରେ ଅଧିକ ଚିକିତ୍ସା ପାଇଁ କୋରାପୁଟ ଡାକ୍ତରଖାନାକୁ ନିଆଁ ଯାଇଥିଲା। ସେଠାରୁ ମଧ୍ୟ ଫେରେଇ ଦେବା ଯୋଗୁଁ ଜୟପୁର ଏକ ଘୋରାଇ ମେଡିକାଲ ରେ ଉଷା ଙ୍କ ଚିକିତ୍ସା ଚାଲିଥିଲା।

ଗତକାଲି ରାତ୍ରରେ ଚିକିତ୍ସାଧୀନ ଅବସ୍ଥାରେ ଉଷାଙ୍କ ମୃତ୍ୟୁ ହୋଇଛି। ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟରେ ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ପୁଲିସର କାର୍ଯ୍ୟାନୁଷ୍ଠାନରେ ଅସନ୍ତୋଷ ବ୍ୟକ୍ତ କରି ପରିବାର ତଥା ପିତାକୁମୁଲି ଗ୍ରାମବାସୀ ତେନ୍ତୁଳିଖୁଣ୍ଟି ଥାନା ସମ୍ମୁଖରେ ଉଷା ଙ୍କ ଶବ ରଖି ଧାରଣା ଦେଇଛନ୍ତି। ଥାନା ଅଧିକାରୀଙ୍କ ତୁରନ୍ତ ବଦଳି ତଥା ନ୍ୟାୟ ପ୍ରଦାନ ପାଇଁ ନାରାବାଜି ହୋଇଥିଲା।ଏତଲା ଦେବାପରେ ମଧ୍ୟ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲାନି। ମୃତ ମହିଳାଙ୍କ ମୁଣ୍ଡ ଓ ଛାତିରେ ପ୍ରବଳ ମାଡ଼ ହୋଇଥିବା ବେଳେ ଗୁରୁତର ଅବସ୍ଥାରେ ଜୟପୁର ଡାକ୍ତରଖାନା ଚିକିତ୍ସା ହେଉଥିବା ଏବଂ ତାଙ୍କ ଅବସ୍ଥା ସଂକଟପନ୍ନ ଥିବାନେଇଁ ଥାନାରେ ଜଣେଇଥିଲେ ହେଁ ପୁଲିସ କାହାକୁ ଗିରଫ କରିନଥିଵା ପରିବାର ପକ୍ଷରୁ ଅଭିଯୋଗ ହୋଇଛି।

ଏତେଦିନ ପୂର୍ବରୁ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ବେଳେ ଉଷାଙ୍କ ମୃତ୍ୟୁ ପରେ ଅଭିଯୁକ୍ତଙ୍କୁ ଗିରଫ କରିଛି ବୋଲି ଅଭିଯୋଗ ହୋଇଛି। ଥାନା ସମ୍ମୁଖରେ ଦିନ ୨ ଘଣ୍ଟା ଠାରୁ ଧାରଣା ଦିଆଯାଇ କ୍ଷତିପୂରଣ ଦାବି କରାଯାଇଛି। ଖବର ପାଇ ନବରଙ୍ଗପୁର ଏସଡିପିଓ କୃଷ୍ଣଚନ୍ଦ୍ର ଭତରା ଧାରଣାସ୍ଥଳରେ ପହଂଚି ବୁଝାସୁଝା କରିବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe