ବିଜେପିର ନାରୀ ସୁରକ୍ଷା ନେଇ କହିବାର ଅଧିକାର ନାହଁ: ବିଜେଡି

Advertisment

ଓଡ଼ିଶାରେ ମହିଳାଙ୍କ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଓଡ଼ିଆ ଅସ୍ମିତା କହି ବିଜେପି ସରକାରକୁ ଆସିଛି। ଆଶ୍ଚର୍ଯ୍ୟର କଥା ଗତକାଲି ସରକାରୀ ଦଳ ବିଜେପି ନାରୀ ସୁରକ୍ଷା ପାଇଁ ରାସ୍ତାକୁ ଓହ୍ଲାଇଥିଲେ।

ଓଡ଼ିଶାରେ ମହିଳାଙ୍କ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଓଡ଼ିଆ ଅସ୍ମିତା କହି ବିଜେପି ସରକାରକୁ ଆସିଛି। ଆଶ୍ଚର୍ଯ୍ୟର କଥା ଗତକାଲି ସରକାରୀ ଦଳ ବିଜେପି ନାରୀ ସୁରକ୍ଷା ପାଇଁ ରାସ୍ତାକୁ ଓହ୍ଲାଇଥିଲେ।

BJD

ଭୁବନେଶ୍ବର: ଓଡ଼ିଶାରେ ମହିଳାଙ୍କ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଓଡ଼ିଆ ଅସ୍ମିତା କହି ବିଜେପି ସରକାରକୁ ଆସିଛି। ଆଶ୍ଚର୍ଯ୍ୟର କଥା ଗତକାଲି ସରକାରୀ ଦଳ ବିଜେପି ନାରୀ ସୁରକ୍ଷା ପାଇଁ ରାସ୍ତାକୁ ଓହ୍ଲାଇଥିଲେ। ତାମାନେ ସେମାନେ ମାନିଲେଣି ଯେ ମୋହନ ମାଝୀଙ୍କ ସରକାରରେ ମହିଳା ସୁରକ୍ଷିତ ନୁହଁନ୍ତି। ବିଜେଡି ନେତ୍ରୀ ଇପ୍ସିତା ସାହୁ ଗଣମାଧ୍ୟମକୁ ଏହା କହିଛନ୍ତି। 

ସାମ୍ବାଦିକ ସମ୍ମିଳନୀରେ ଇପ୍ସିତା କହିଛି, କ’ଣ ବୟସକୁ ନେଇ ଟିପ୍ପଣୀ ବିଜେପି ଶିଖେଇଛି? ଅଭିଳାଶ ପଣ୍ଡା ନବୀନ ପଟ୍ଟନାୟକଙ୍କୁ ଯାହା କହିଲେ, ତାହା ନିନ୍ଦନୀୟ। ଆଗ ବିଜେପି ସଭାପତି ସ୍ପଷ୍ଟ କରନ୍ତୁ ଯେ କେତେ ବୟସରେ ରାଜନୀତି କରିବେ? ବିଜେପିର ନାରୀ ସୁରକ୍ଷା ନେଇ କହିବାର ଅଧିକାର ନାହଁ। ବିଜେପି ସରକାରରେ ୧୮,୦୦୦ ଦୁଷ୍କର୍ମ ଘଟଣା ଘଟିଛି। ଅଭିଳାଷ କେଉଁଠି ଥିଲେ? ଏବିଭିପି ଝିଅକୁ ନ୍ୟାୟ ଦେଇ ପାରିଲାନି। ବାଲେଶ୍ୱର ସାଂସଦ ଯେଉଁ ମର୍ଦପଣିଆ କଥା କହିଥିଲେ, ସେଥିପାଇଁ କଣ ଅଭିଳାଷ ପଣ୍ଡା ରାସ୍ତାକୁ ଓଲ୍ହାଇଥିଲେ। ମାଣ୍ଡିପଙ୍କା ଅନାହାର, ବେଳାଭୂମି ଦୁଷ୍କର୍ମ, ନାବାଳିକା ଦୁଷ୍କର୍ମ, ହକି କୋଚ କରିଥିବା ଦୁଷ୍କର୍ମ ସମୟରେ ଏବିଭିପି କେଉଁଠି ଥିଲେ?

ରାଜରାସ୍ତାରେ ଯଦି ମୁଖ୍ୟମନ୍ତ୍ରୀ ଓ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥାନ୍ତେ, ଭଲ ହୋଇଥାନ୍ତା। ମୁଖ୍ୟମନ୍ତ୍ରୀଙ୍କ ସହ ଗଞ୍ଜାମରେ ଜଣାଇ ଧର୍ଷଣକାରୀ ଡାକ୍ତର ଅଛନ୍ତି। କାହିଁକି ଅଭିଳାଷ ଚୁପ? କେନ୍ଦ୍ରମନ୍ତ୍ରୀଙ୍କ ସହ ଅଛନ୍ତି ଅନୁଗୁଳ ଜିଲ୍ଲାର ଦୁଷ୍କର୍ମକରୀ। ଏବିଭିପି କେଉଁଠି ଥିଲା? ଏହି ଅପବ୍ୟବହାର ଯୋଗୁଁ ଲୋକ ଶାସନରୁ ବିଜେପିକୁ ଦୂରରେ ରଖିଥିଲେ। ଆଜି ଏହା ଭୁଲ ବୋଲି ଅନୁଭବ କଲେଣି। କ୍ୟାମ୍ପସ ଇମୋସନ ଜାଣିଛନ୍ତି କି ଅଭିଳାଷ ପଣ୍ଡା ଜାଣିଛନ୍ତି। ବିଜେଡି ଓ ନବୀନ ପଟ୍ଟନାୟକ ଏହା ଜାଣି ମୋ କଲେଜ ଅଭିଯାନ କରିଥିଲେ। କେତେ କ୍ୟାମ୍ପସରେ ଏବିଭିପି ଜିତିଛି? କେଉଁ ଏବିଭିପି ନେତା କ୍ୟାମ୍ପସ ରାଜନୀତିରୁ ଆସିଛନ୍ତି? କୁଳପତି ନିଯୁକ୍ତି କରୁନ। କେଉଁଠି ସଂଗଠନ ନାହିଁ। ଅଭିଳାଷ ପଣ୍ଡାଙ୍କୁ ପଚାରି କଣ କ୍ୟାମ୍ପସ ଯିବୁ?

ବିଜେଡିକୁ ସରକାରୀ ଦଳ ଭୟ କଲାଣି। ବିଜେଡିର ଗୋଟେ ନେତା ନବୀନ ପଟ୍ଟନାୟକ। ବିଜେପିର କିଏ? ଅପରାଜିତା, ଧର୍ମେନ୍ଦ୍ର ନା ମନମୋହନ? ବିଜେପି ନେତା ଓଡ଼ିଶା ଭବନରେ କଣ କରୁଥିଲ? ଅମରେଶ ଜେନାଙ୍କୁ କିଏ ଭାଇ କହୁଥିଲେ? ରାଜନୀତି କାମ ସରିଗଲା, ଏବେ ଚୁପ। ଅଭିଳାଷ ପଣ୍ଡା କହିଲେ ସରକାର ଆମର ପୁଲିସ ଆମର। କିଏ ଆକ୍ସନ ନେବ? ଅଭିଳାଷ ପଣ୍ଡା ବ୍ୟାସକବି ଫକୀର ମୋହନଙ୍କୁ ଇଂରେଜର ଦଲାଲ କହିଥିଲେ। ଜୟରାମ ପାଙ୍ଗିଙ୍କ ଓଡ଼ିଆ ନିବାସର କାଣ୍ଡ ଯୋଗୁଁ ବିଜେଡିରୁ ବାହାର କରିବାକୁ ବିଜେପି ଦାବି କରିଥିଲା।

ସତସାହସ ଅଛି ରାଜନୀତିର ବୟସ ସଂଜ୍ଞା କହି ପାରିବେ କି ବିଜେପି ସଭାପତି? ବିଜେପି କି ଅଭିଳାଷ ପଣ୍ଡା ଏବେ ପରିଚୟ ସଙ୍କଟରେ। ବିଜେପି ଜାଣି ଗଲାଣି ଯେ ୨୦୨୯ରେ ବିଜେଡି ଜିତିବ। ତେଣୁ ବିଜେପି ଭୟଭୀତ। ମହିଳା ସୁରକ୍ଷା କଥା କିଏ ଚିନ୍ତା କରୁଛି? ଅଭିଳାଷ ପଣ୍ଡା ଯଦି ଯୁବ ଓ ଛାତ୍ର ବିଜେଡିକୁ ନେଇ ଭୟଭୀତ। ତେବେ ଏହି ଭୟ ରହିବା ଦରକାର। କଜଳପାତିଆ ଭଦ୍ର ଲୋକ ପରି କୁଶପୁତଳିକା ଜାଳିବାକୁ ଆସିଲ। ଏବିଭିପି ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି। ରାତିରେ ତାଙ୍କ ଘରେ ମଜା କରିଛି। ଅସ୍ମିତା ହେଉଛି ଓଡ଼ିଶାକୁ ବିଶ୍ୱ ପରିଚୟ ଦେବା। ଆଗାମୀ ଛାତ୍ର ସାଂସଦ ନିର୍ବାଚନରେ ସୁନିଶ୍ଚିତ ହୋଇଯିବ ଯେ କିଏ କ୍ୟାମ୍ପସ ଯିବ! 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe