Women's Asia Cup Rising Stars ଥାଇଲାଣ୍ଡରେ ହେବ ମହିଳା ଏସିଆ କପ୍ ରାଇଜିଂ ଷ୍ଟାର୍ସ, ଫେବ୍ରୁଆରି ୧୫ରେ ଭାରତ-ପାକ୍ ମୁକାବିଲା

Advertisment

ଏସିସି Women’s Asia Cup Rising Stars ୨୦୨୬ ଥାଇଲାଣ୍ଡରେ ଅନୁଷ୍ଠିତ ହେବ। ପୂର୍ବରୁ ଏହି ପ୍ରତିଯୋଗିତା ଶ୍ରୀଲଙ୍କାରେ ହେବାକୁ ଥିବାବେଳେ ଏବେ ତାହା ଥାଇଲାଣ୍ଡକୁ ସ୍ଥାନାନ୍ତରିତ କରାଯାଇଛି। ଏହି ପ୍ରତିଯୋଗିତା ଫେବ୍ରୁଆରି ୧୩ରୁ ଆରମ୍ଭ ହେବ।

ଏସିସି Women’s Asia Cup Rising Stars ୨୦୨୬ ଥାଇଲାଣ୍ଡରେ ଅନୁଷ୍ଠିତ ହେବ। ପୂର୍ବରୁ ଏହି ପ୍ରତିଯୋଗିତା ଶ୍ରୀଲଙ୍କାରେ ହେବାକୁ ଥିବାବେଳେ ଏବେ ତାହା ଥାଇଲାଣ୍ଡକୁ ସ୍ଥାନାନ୍ତରିତ କରାଯାଇଛି। ଏହି ପ୍ରତିଯୋଗିତା ଫେବ୍ରୁଆରି ୧୩ରୁ ଆରମ୍ଭ ହେବ।

Untitled

Women’s Asia Cup Rising Stars 2026 to be held at thailand Photograph: (Sambad.in)

ବ୍ୟାଙ୍କକ୍: ଏସିସି ମହିଳା ଏସିଆ କପ୍ ରାଇଜିଂ ଷ୍ଟାର୍ସ ୨୦୨୬ ଥାଇଲାଣ୍ଡରେ ଅନୁଷ୍ଠିତ ହେବ। ପୂର୍ବରୁ ଏହି ପ୍ରତିଯୋଗିତା ଶ୍ରୀଲଙ୍କାରେ ହେବାକୁ ଥିବାବେଳେ ଏବେ ତାହା ଥାଇଲାଣ୍ଡକୁ ସ୍ଥାନାନ୍ତରିତ କରାଯାଇଛି। ଏହି ପ୍ରତିଯୋଗିତା ଫେବ୍ରୁଆରି ୧୩ରୁ ଆରମ୍ଭ ହେବ। ଉଦଘାଟନୀ ମ୍ୟାଚ ମ୍ୟାଚ ପାକିସ୍ତାନ ଓ ନେପାଳ ମଧ୍ୟରେ ଖେଳାଯିବ। । ସେହିଦିନ ଆଉ ଏକ ମ୍ୟାଚ ଭାରତ-ଏ ଓ ୟୁଏଇ ମଧ୍ୟରେ ଖେଳାଯିବ । ସେହିପରି ଫେବ୍ରୁଆରି ୧୫ରେ ଭାରତ-ଏ ଓ ପାକିସ୍ତାନ-ଏ ମଧ୍ୟରେ ମୁକାବିଲା ହେବ।

ଗ୍ରୁପ-ଏରେ ଭାରତ ଓ ପାକିସ୍ତାନ

ଏଥର ଏହି ପ୍ରତିଯୋଗିତାରେ ୮ଟି ଦଳ ଭାଗ ନେଉଥିବାବେଳେ ସେଗୁଡ଼ିକୁ ୨ଟି ଗ୍ରୁପରେ ବିଭକ୍ତ କରାଯାଇଛି। ଗ୍ରୁପ-ଏରେ ଭାରତ ଓ ପାକିସ୍ତାନ ସମେତ ନେପାଳ ଓ ୟୁଏଇ ଅଛନ୍ତି। ସେହିପରି ଗ୍ରୁପ-ବିରେ ଶ୍ରୀଲଙ୍କା, ଥାଇଲାଣ୍ଡ, ମାଲେସିଆ ଓ ବାଂଲାଦେଶ ଅଛନ୍ତି। ପ୍ରତି ଗ୍ରୁପରୁ ୨ଟି ଦଳ ସେମିଫାଇନାଲକୁ ଯିବେ। ଫାଇନାଲ ୨୨ ଫେବ୍ରୁଆରିରେ ଖେଳାଯିବ। ୨୦୨୩ରେ ପ୍ରଥମ ଥର ପାଇଁ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଥିଲା ଓ ଭାରତ-ଏ ଚାମ୍ପିୟନ ହୋଇଥିଲା। ସୂଚନାଯୋଗ୍ୟ ଯେ ମୁଖ୍ୟତଃ ଯୁବ ଓ ଉଦୀୟମାନ ଖେଳା​ଳିଙ୍କୁ ନେଇ ଏହି ପ୍ରତିଯୋଗିତା ଉଭୟ ପୁରୁଷ ଓ ମହିଳା ବର୍ଗରେ ଆୟୋଜିତ ହୋଇଥାଏ।

ଆହୁରି ପଢ଼ନ୍ତୁ: Murder Relatives Accused Detained ଭଣଜାକୁ ଭୁଜାଲିରେ ଆକ୍ରମଣ ପରେ ମୃତ୍ୟୁ ଘଟଣା: ଅଭିଯୁକ୍ତ ମିଥୁନ ନାଥ ଫେରାର, ବାପା ମା ଓ ସ୍ତ୍ରୀ ଥାନାରେ ଅଟକ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe