କିଙ୍ଗୋଳ: ମାଟି ଖୋଳି ନେଲା ଠିକାଦାର, ବୁଡ଼ି ମଲା ଶ୍ରମିକ

Advertisment

ମାଟି ଖୋଳି ନେଲା ଠିକାଦାର ବୁଡ଼ି ମଲା ଶ୍ରମିକ। ଏଭଳି ଘଟଣା ଘଟିଛି ଭୁବନ ଥାନା ଭୂଷଳ ପଞ୍ଚାୟତର କିଙ୍ଗୋଳ ଗ୍ରାମରେ । 

ମାଟି ଖୋଳି ନେଲା ଠିକାଦାର ବୁଡ଼ି ମଲା ଶ୍ରମିକ। ଏଭଳି ଘଟଣା ଘଟିଛି ଭୁବନ ଥାନା ଭୂଷଳ ପଞ୍ଚାୟତର କିଙ୍ଗୋଳ ଗ୍ରାମରେ । 

dhen

ଭୁବନ: ମାଟି ଖୋଳି ନେଲା ଠିକାଦାର ବୁଡ଼ି ମଲା ଶ୍ରମିକ। ଏଭଳି ଘଟଣା ଘଟିଛି ଭୁବନ ଥାନା ଭୂଷଳ ପଞ୍ଚାୟତର କିଙ୍ଗୋଳ ଗ୍ରାମରେ ।   ଗ୍ରାମରେ ଏକ ଛୋଟ ଗାଡିଆ ଥିଲା।  ବ୍ରାହ୍ମଣୀ ନଦୀରେ ବନ୍ୟା ପ୍ରତିରୋଧ ନିମନ୍ତେ ହୋଇଥିବା ମାଳବନ୍ଧର ସୁଦୃଢ଼ କରିବା ପାଇଁ ଗାଁ ମୁଣ୍ଡ ଗାଡିଆକୁ ୨୦ ଫୁଟ ଖୋଳି ଦେଲେ ଠିକାଦାର।  ଗାଁ ପାଖ ଅସୁରବନ୍ଧ ବାତ୍ୟା ଆଶ୍ରୟସ୍ଥଳ ପଡିଆରେ ହେଉଥିବା ଅପେରା ଦେଖିବାକୁ ଆସିଥିଲେ ସ୍ବର୍ଗତ ବିନୋଦ ମଲ୍ଲିକଙ୍କ ପୁଅ ବିଷ୍ଣୁ ମଲ୍ଲିକ (୪୦)। ରାତି ଅଧରେ ଅପେରାରୁ ଚାଲି ଆସିଥିଲେ।  ସକାଳୁ ଗଭୀର ନାଳରେ ମୃତ ଦେହ ଭାସୁଥିବାର ଦେଖିଲେ ସ୍ଥାନୀୟ ବାସିନ୍ଦା । ତେବେ ବୁଡିଯାଇଥିବା ସନ୍ଦେହ କରୁଛନ୍ତି ପରିବାର ଲୋକ।

ଘଟଣାସ୍ଥଳରେ ପୂର୍ବତନ ସରପଞ୍ଚ ଚିତ୍ତରଂଜନ ମଲ୍ଲିକ ପୂର୍ବତନ ସମିତି ସଭ୍ୟ ବିମଳ ପଣ୍ଡା,  ଅଗ୍ନିଶମ ବାହିନୀ ଦ୍ଵାରା ଉଦ୍ଧାର କରିଛନ୍ତି l ବିଷ୍ଣୁଙ୍କର ୨ଟି ପୁଅ। ବଡ଼ପୁଅ ଆଦର୍ଶ ବିଦ୍ୟାଳୟର ଷଷ୍ଠ ଶ୍ରେଣୀର ଛାତ୍ର। ସାନ ପୁଅ ଅଙ୍ଗନୱାଡ଼ିରେ ପଢନ୍ତି। ପୁଲିସ ଶବ ଜବତ କରି ଭୁବନ ଡାକ୍ତରଖାନାରେ ବ୍ୟବଚ୍ଛେଦ କରାଇଛି।

ସୂଚନାଯୋଗ୍ୟ ବିଷ୍ଣୁ ଜଣେ ଗାଁର କ୍ଷେତ ଶ୍ରମିକ।  ତାଙ୍କ ବାପା ବିନୋଦ ମଧ୍ୟ ବିଦ୍ୟୁତ୍ ଆଘାତରେ ୨ବର୍ଷ ପୂର୍ବେ ମୃତ୍ୟୁବରଣ କରିଥିଲେ। ତେବେ ଠିକାଦାରଙ୍କ ଏଭଳି କାର୍ଯ୍ୟକୁ ସାଧାରଣରେ ନିନ୍ଦା କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe