ପିକ୍ଅପ ଧକ୍କାରେ ରାଜସ୍ଥାନି ଶ୍ରମିକଙ୍କ ମୃତ୍ୟୁ

କେନ୍ଦ୍ରାପଡ଼ା ଜିଲ୍ଲା କଟକ-ଚାନ୍ଦବାଲି ରାସ୍ତା ଆଳିର ଶାସନ ନିକଟସ୍ଥ ୫୪ ମାଇଲି ଛକରେ ଏକ ପିକ୍ଅପ ଗାଡ଼ି ଧକ୍କାରେ ଜନୈକ ଶ୍ରମିକଙ୍କର ମୃତ୍ୟୁ ଘଟିଛି। ମୃତ ଶ୍ରମିକ ହେଉଛନ୍ତି ରାଜସ୍ଥାନ ଭରତପୁର ଜିଲ୍ଲାର ସେକ ଆଜୁ (୩୬)।

za

ଆଳି: କେନ୍ଦ୍ରାପଡ଼ା ଜିଲ୍ଲା କଟକ-ଚାନ୍ଦବାଲି ରାସ୍ତା ଆଳିର ଶାସନ ନିକଟସ୍ଥ ୫୪ ମାଇଲି ଛକରେ ଏକ ପିକ୍ଅପ ଗାଡ଼ି ଧକ୍କାରେ ଜନୈକ ଶ୍ରମିକଙ୍କର ମୃତ୍ୟୁ ଘଟିଛି। ମୃତ ଶ୍ରମିକ ହେଉଛନ୍ତି ରାଜସ୍ଥାନ ଭରତପୁର ଜିଲ୍ଲାର ସେକ ଆଜୁ (୩୬)। ସେ କିଛିଦିନ ହେବ ଆଳି ଅଞ୍ଚଳରେ ରହି ଏକ ଘରୋଇ କମ୍ପାନୀ ଅଧୀନରେ ଠିକା ଶ୍ରମିକ ଭାବରେ କାମ କରୁଥିଲେ।

ସକାଳେ ମୋଟର ସାଇକେଲ ଯୋଗେ ଆଳିରୁ କେନ୍ଦ୍ରାପଡ଼ା ଅଭିମୁଖେ ଯାଉଥିବା ବେଳେ ୫୪-ମାଇଲି ଛକରେ ପିକ୍ଅପ ଗାଡ଼ି ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇବା ପରେ ଆଳି ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହିତ ପିକ୍ଅପ ଗାଡ଼ି ଓ ଡ୍ରାଇଭରକୁ ଥାନାରେ ଅଟକରଖି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe