‘ଉନ୍ନତ ସ୍ବାସ୍ଥ୍ୟସେବା ଯୋଗାଇବାକୁ ଆପୋଲୋ ହସ୍‌ପିଟାଲ ବଦ୍ଧପରିକର’

ଆପୋଲୋ ହସପିଟାଲ୍‌ ଆୟୋଜିତ ଦୁଇଦିନିଆ ‘ମୁତ୍ର-କିଡ୍‌ନି ରୋଗ ଓ ମିନିମାଲ୍‌ ଆକ୍ସେସ୍‌ ସର୍ଜରି’ ସଂପର୍କିତ ତାଲିମ ଶିବିର ଉଦ୍‌ଯାପିତ ହୋଇଯାଇଛି। ଉଦ୍‌ଯାପନୀ ଉତ୍ସବରେ ଆପୋଲୋ ହସପିଟାଲର ସିଇଓ ଡା. ଅଖିଳ ଜୈନ ଅଧ୍ୟକ୍ଷତା କରିଥିଲେ।

Appolo

ରାଉରକେଲା: ରାଉରକେଲା ଆପୋଲୋ ହସପିଟାଲ୍‌ ଆୟୋଜିତ ଦୁଇଦିନିଆ ‘ମୁତ୍ର-କିଡ୍‌ନି ରୋଗ ଓ ମିନିମାଲ୍‌ ଆକ୍ସେସ୍‌ ସର୍ଜରି’ ସଂପର୍କିତ ତାଲିମ ଶିବିର ଉଦ୍‌ଯାପିତ ହୋଇଯାଇଛି। ଉଦ୍‌ଯାପନୀ ଉତ୍ସବରେ ଆପୋଲୋ ହସପିଟାଲର ସିଇଓ ଡା. ଅଖିଳ ଜୈନ ଅଧ୍ୟକ୍ଷତା କରିଥିଲେ।

କୋଲକାତାର ବିଶିଷ୍ଟ ମୂତ୍ରରୋଗ ବିଶେଷଜ୍ଞ ଡା. ପି.‌କେ. ମିଶ୍ର, ବରିଷ୍ଠ ବିଶେଷଜ୍ଞ ଡା. କେ.କେ.ପାଣିଗ୍ରାହୀ, କିଡ୍‌ନୀରୋଗ ବିଶେଷଜ୍ଞ ଡା. ୟୁ.ସି.ସାହୁ, ଡା. ଅରବିନ୍ଦ ସାମଲ, ଡା. ଅଭିଜିତ ସାମଲ ପ୍ରମୁଖ ଯୋଗଦେଇ କିଡ୍‌ନୀ ଜନିତ ରୋଗ, ମୂତ୍ର ରୋଗର କାରଣ ଓ ଏହାର ସଫଳ ଚିକିତ୍ସା ବିଷୟରେ ବିସ୍ତୃତ ଆଲୋକପାତ କରିଥିଲେ।

Appolo1

ଅଧ୍ୟକ୍ଷତା ସମ୍ଭାଷଣରେ ଡା. ଜୈନ କହିଲେ, ପଶ୍ଚିମ ଓଡ଼ିଶାରେ ବର୍ତ୍ତମାନ କିଡ୍‌ନି ଷ୍ଟୋନ୍‌ ଓ ଅନ୍ୟାନ୍ୟ କିଡ୍‌ନି ଜନିତ ରୋଗୀ ସଂଖ୍ୟାରେ ଆଶାତୀତ ବୃଦ୍ଧି ପାଇଛି। ଏହାକୁ ଦୃଷ୍ଟିରେ ରଖି ଆପୋଲୋ ହସପିଟାଲ୍‌ସର ୟୁରୋଲୋଜି ବିଭାଗ ଦ୍ବାରା ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଏଠାରେ ଅତ୍ୟାଧୁନିକ ଟେକ୍ନୋଲୋଜି ମାଧ୍ୟମରେ ସଫଳ ଅସ୍ତ୍ରୋପଚାର କରାଯାଉଛି। ଅଞ୍ଚଳବାସୀଙ୍କୁ ଉନ୍ନତମାନର ସ୍ବାସ୍ଥ୍ୟସେବା ଯୋଗାଇବାକୁ ଆପୋଲୋ ହସପିଟାଲ୍‌ର ବଦ୍ଧପରିକର। 

ସ୍ଥାନୀୟ ସ୍ବାସ୍ଥ୍ୟସେବାକୁ ସୁଦୃଢ କରିବାକୁ ଏହି କର୍ମଶାଳା ଆୟୋଜନ କରାଯାଇଥିବା କହିଥିଲେ। ଉଲ୍ଲେଖଯୋଗ୍ୟ, ରାଉରକେଲା ଆପୋଲୋ ହସପିଟାଲ୍‌ସ ପକ୍ଷରୁ  ଆସୋସିଏସନ୍‌ ଅଫ୍‌ ସର୍ଜନ୍ସ ଅଫ୍‌ ଇଣ୍ଡିଆ ଓଡ଼ିଶା ଶାଖା ସହଯୋଗରେ କର୍ମଶାଳା ଆୟୋଜିତ ହୋଇଥିଲା। ଏଥିରେ ୨୫୦ରୁ ଅଧିକ ଡାକ୍ତର, ସ୍ବାସ୍ଥ୍ୟକର୍ମୀ ଯୋଗଦେଇଥିଲେ। ରାଜ୍ୟ ତଥା ଅନ୍ୟ ରାଜ୍ୟର ବହୁ ପ୍ରତିଷ୍ଠିତ ଡାକ୍ତର ଯୋଗଦେଇ ଅଂଶଗ୍ରହଣକାରୀଙ୍କୁ ସଫଳ ଚିକିତ୍ସା ବିଷୟରେ ତାଲିମ ଦେଇଥିଲେ।

 Rourkela

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe