ଏଚ୍‌ଆଇଭି, ଏଡ଼ସ୍‌ ନିରାକରଣ ପାଇଁ ସଚେତନତା ଅଭିଯାନ

Advertisment

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ମହାବିଦ୍ୟାଳୟ ଠାରେ ମଙ୍ଗଳବାର ଦିନ ଯୁବ ରେଡକ୍ରସ ତରଫରୁ ଏଚ,ଆଇ,ଭି/ଏଡ଼ସ ରୋଗର ନିରାକରଣ ପାଇଁ ସଚେତନତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ମହାବିଦ୍ୟାଳୟ ଠାରେ ମଙ୍ଗଳବାର ଦିନ ଯୁବ ରେଡକ୍ରସ ତରଫରୁ ଏଚ,ଆଇ,ଭି/ଏଡ଼ସ ରୋଗର ନିରାକରଣ ପାଇଁ ସଚେତନତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ମହାବିଦ୍ୟାଳୟ ଠାରେ ମଙ୍ଗଳବାର ଦିନ ଯୁବ ରେଡକ୍ରସ୍‌ ତରଫରୁ ଏଚ୍‌ଆଇଭି ଓ ଏଡ଼ସ୍‌ର ନିରାକରଣ ପାଇଁ ସଚେତନତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ହିମାଂଶୁ ଶେଖର ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭେବେ ଇଂରାଜୀ ଅଧ୍ୟାପକ ବିଜୟ କୁମାର ପୁରୋହିତ, ରାଜନୀତି ବିଜ୍ଞାନର ମୁଖ୍ୟ ଅଧ୍ୟାପକ ଶିବ କୁମାର ପୁରୋହିତ ଯୋଗ ଦେଇଥିଲେ।

ଆଇସିଟିସି ପରାମର୍ଶଦାତା ନରସିଂହ ମହନ୍ତ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ଉଦ୍ଭିଦ ବିଜ୍ଞାନ ଅଧ୍ୟାପକ ମାଧବ ପଧାନ ଯୋଗଦେଇ ଏଚ.ଆଇ.ଭିର କାରଣ ଏବଂ ନିରକାରଣ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବରେ ଛାତ୍ରଛାତ୍ରୀମାନଙ୍କୁ ଅବଗତ କରାଇଥିଲେ।

publive-image

ଏହି କାର୍ଯ୍ୟକ୍ରମକୁ ଯୁବ ରେଡ଼କ୍ରସ୍‌ ପରାମର୍ଶଦାତା ତଥା ପଦାର୍ଥ ବିଜ୍ଞାନ ଅଧ୍ୟାପକ ସିଦ୍ଧେଶ୍ୱର ତ୍ରିପାଠୀ ପରିଚାଳନା କରିଥିଲେ। ସଭାରେ ବିଜ୍ଞାନ ବିଭାଗର ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ସୁପ୍ରିତା ମେଣ୍ଡିଲି, ଶ୍ରୀୟା ମାଧୁରୀ ସାହୁ, ସ୍ଵାଗତିକା ରଥ, ବିନୟ ପଣ୍ଡା ନିଜ ମତ ରଖି ମହାବିଦ୍ୟାଳୟକୁ ଏଚ୍‌ଆଇଭି ମୁକ୍ତ କରିବା ପାଇଁ ଅନୁରୋଧ କରିଥିଲେ। ଶେଷରେ ଓଡ଼ିଆ ଅଧ୍ୟପିକା ଯାମିନୀ ଦାସ ଧନ୍ୟବାଦ ଅର୍ପଣ କରିଥିଲେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe