ଏକଲବ୍ୟରେ ‘ବିଶ୍ବ ଆଦିବାସୀ ଦିବସ’ ପାଳିତ

ହିର୍ଲିସ୍ଥିତ ଏକଲବ୍ୟ ଆଦର୍ଶ ବିଦ୍ୟାଳୟ ପରିସରରେ ଶନିବାର ବିଶ୍ବ ଆଦିବାସୀ ଦିବସ ପାଳିତ ହୋଇଯାଇଛି। ବିଦ୍ୟାଳୟର ଅଧ୍ୟକ୍ଷା ସୁବାସିନୀ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ସମାଜସେବୀ ଜଗନ୍ନାଥ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

NGP

ନବରଙ୍ଗପୁର: ସ୍ଥାନୀୟ ହିର୍ଲିସ୍ଥିତ ଏକଲବ୍ୟ ଆଦର୍ଶ ବିଦ୍ୟାଳୟ ପରିସରରେ ଶନିବାର ବିଶ୍ବ ଆଦିବାସୀ ଦିବସ ପାଳିତ ହୋଇଯାଇଛି। ବିଦ୍ୟାଳୟର ଅଧ୍ୟକ୍ଷା ସୁବାସିନୀ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ସମାଜସେବୀ ଜଗନ୍ନାଥ ମହାପାତ୍ର, ସମ୍ମାନିତ ଅତିଥି ଭାବେ ନବରଙ୍ଗପୁର ଅବକାରୀ ଇନିସପେକ୍ଟର ଦିଲ୍ଲୀପ ରଥ, ଶିକ୍ଷାବିତ୍ ଡ.ବିଜୟ କୁମାର ମିଶ୍ର, ବିଜୟ କୁମାର ଚୌଧୁରୀ, ପୂର୍ଣ୍ଣ ମହାପାତ୍ର, ପିରାମଲ ଫ‌ାଉଣ୍ଡେସନର ଗାନ୍ଧିଆନ୍ ଫେଲୋ ରି‌କୋ, ଅଧ୍ୟାପକ ଅଖିଳ ଭଟ୍ଟ, ସମ୍ବାଦର ନବରଙ୍ଗପୁର ଜିଲ୍ଲାପ୍ରତିନିଧି ସୁରେଶ କୁମାର ନାଇଡୁ ପ୍ରମୁଖ ଯୋଗ ଦେଇ ଦିବସ ପାଳନର ତାତ୍ପର୍ଯ୍ୟ ସମ୍ପର୍କରେ ବୁଝାଇଥିଲେ। ଛାତ୍ରଛାତ୍ରୀମାନେ ଏହି ଅବସରରେ ବିଭିନ୍ନ ପାରମ୍ପରିକ ଲୋକ ବେଶରେ ଭାଗ ନେଇଥିଲେ।

ଲୋକ ବେଶରେ ଭାଗ ନେଇଥିବା ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ। ଏହି କାର୍ଯ୍ୟକ୍ରମ ପରିଚାଳନାରେ ଶିକ୍ଷକ ଗୋପାଳକୃଷ୍ଣ ମହାପାତ୍ର, ଗୁଲାମ ଜାଫର, କେ ପ୍ରଶାନ୍ତ କୁମାର, ବାଗାପୁ ସୁରେଶ, ଜ୍ୟୋତି ଶଙ୍କର ସାମଲ, ଆନନ୍ଦ ପ୍ରସାଦ ଶାହା, ଶିକ୍ଷୟତ୍ରୀ ସୌଦାମିନୀ ବିଶ୍ଵାଳ, ସୁମନ ସେଠ, ତୃପ୍ତି ପ୍ରଧାନ, ସାଗରିକା ପ୍ରଧାନ ପ୍ରମୁଖ ସହ‌ଯୋଗ କରିଥିଲେ।

ରିପୋର୍ଟ: ସୁରେଶ ନାଇଡୁ

Nabarangpur

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe