କଣ୍ଟାବାଞ୍ଜିର ୟସ୍‌ ଜୈନ ସର୍ବ ଭାରତୀୟ ନିଟ୍‌ ଏସ୍‌ଏସ୍‌ ପରୀକ୍ଷାରେ ପ୍ରଥମ

ସର୍ବ ଭାରତୀୟ ପ୍ରବେଶିକା ପରୀକ୍ଷାରେ ପୁଣି ଜଣେ ଓଡ଼ିଆ ପୁଅ ଚମକିଛନ୍ତି। ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ନିବାସୀ ୟସ ଜୈନ ସର୍ବ ଭାରତୀୟ ନିଟ୍‌ ଏସ୍ଏ‌ସ୍‌(ସୁପର ସ୍ପେଶାଲିଟି ଏଣ୍ଟ୍ରାନ୍ସ ପରୀକ୍ଷା)-୨୦୨୫ରେ ସର୍ବ ଭାରତୀୟ ସର୍ବ ପଥ୍ରମ ହୋଇଛନ୍ତି।

ଅଦ୍ୟତନ ହୋଇଛି
NEET-SS

Yash Jain top in NEET-SS Photograph: (sambad.in)

କଣ୍ଟାବାଞ୍ଜି: ସର୍ବ ଭାରତୀୟ ପ୍ରବେଶିକା ପରୀକ୍ଷାରେ ପୁଣି ଜଣେ ଓଡ଼ିଆ ପୁଅ ଚମକିଛନ୍ତି। ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ନିବାସୀ ୟସ ଜୈନ ସର୍ବ ଭାରତୀୟ ନିଟ୍‌ ଏସ୍ଏ‌ସ୍‌(ସୁପର ସ୍ପେଶାଲିଟି ଏଣ୍ଟ୍ରାନ୍ସ ପରୀକ୍ଷା)-୨୦୨୫ରେ ସର୍ବ ଭାରତୀୟ ସର୍ବ ପଥ୍ରମ ହୋଇଛନ୍ତି। ସେ ସୁନିଲ ଜୈନ ଓ ମାତା ପୁଜା ଜୈନଙ୍କ ସୁପୁତ୍ର ଅଟନ୍ତି। 

ଶ୍ରୀ ଜୈନ ମୁମ୍ବାଇର ପ୍ରତିଷ୍ଠିତ କେଇଏସ୍‌ ମେଡିକାଲ କଲେଜରୁ ଏମବିବିଏସ୍‌ରେ ୧୪୭(ନିଟ୍‌)ର ଡିଗ୍ରି ହାସଲ ପରେ ମହାରାଷ୍ଟ୍ର ନାଗପୁର ମେଡିକଲେଜରେ ସାଧାରଣ ସର୍ଜରିରେ ମାଷ୍ଟର ଡିଗ୍ରି ହାସଲ କରିଛନ୍ତି। ତାଙ୍କର ଏହି ସଫଳତା ପାଇଁ କଣ୍ଟାବାଞ୍ଜି ସହରର ଜନସାଧାରଣ ଗୌରବ ଅନୁଭବ କରିବା ସହିତ ପରିବାର ବର୍ଗଙ୍କୁ ଶୁଭେଛା ଜଣାଉଥିବା ଦେଖିବାକୁ ମିଳିଛି। 

ଗଣମାଧ୍ୟମକୁ ୟଶ୍ ଆହୁରି କହିଛନ୍ତି, ୧୦ ରୁ ୧୨ ମାସ ହେଲା ମୁଁ କାମ ନକରି ପଢ଼ାପଢ଼ି କରୁଥିଲି। ଅନଲାଇନରେ କୋଚିଂ ନେଉଥିଲି। ସିନିଅର ଏବଂ ଶିକ୍ଷକ ବହୁତ ସାହାଯ୍ୟ କରିଥିଲେ। ପ୍ରତ୍ୟକ ଦିନ ଆଠରୁ ଦଶ ଘଣ୍ଟା ପଢ଼ୁଥିଲି ଏବଂ ଶେଷ ସମୟରେ ୧୪ ଘଣ୍ଟା ପର୍ଯ୍ୟନ୍ତ ପାଠ ପଢ଼ୁଥିଲି। ୧ ରୁ ୨ ମାସ ହେଲା ମୋ ସମୟ ଲାଇବ୍ରେରୀରେ ବିତୁଥିଲା। ମୁଁ ପାଠ ପଢ଼ା ସରିବା ପରେ ଓଡିଶା ଆସିବି। କଣ୍ଟାବାଞ୍ଜିର ହସ୍ପିଟାଲରେ କାମ କରିବା ସହ ସମସ୍ତଙ୍କୁ ସାହାଯ୍ୟ କରିବି।  

ନିଟ୍‌-ସୁପର ସ୍ପେଶାଲିଟି ପରୀକ୍ଷାରେ ଅଖିଳ ଭାରତୀୟ ସ୍ତରରେ ପ୍ରଥମ ସ୍ଥାନ ଅର୍ଜନ କରି ଓଡ଼ିଶାକୁ ଗର୍ବିତ କରିଥିବା କଣ୍ଟାବାଞ୍ଜିର ୟଶ୍ ଜୈନ୍‌ଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ‘ଏକ୍ସ‌’ରେ ଶ୍ରୀ ମାଝୀ କହିଛନ୍ତି, ୟଶ୍‌ଙ୍କର ଏହି ଉପଲବ୍ଧି ଓଡ଼ିଆ ବିଦ୍ୟାର୍ଥୀଙ୍କ ଅସୀମ ସାମର୍ଥ୍ୟର ଏକ ଜ୍ୱଳନ୍ତ ପ୍ରମାଣ। ୟଶଙ୍କର ସଫଳତା ରାଜ୍ୟର ଛାତ୍ରଛାତ୍ରୀଙ୍କୁ ପ୍ରେରଣା ଦେବା ସହ ସ୍ୱପ୍ନ ଦେଖିବାର ସାହସ ଯୋଗାଇଛି। ଆଗାମୀ ଦିନରେ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରୁଛି।

Balangir | NEET-SS 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe