ପୋଖରୀରେ ବୁଡ଼ି ଯାତ୍ରା କଳାକାରଙ୍କ ମୃତ୍ୟୁ

Advertisment

ମୟୂରଭଂଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ବୈଦପୁର ଉପକଣ୍ଠ ଆଳଦିଆ ଗ୍ରାମରେ ପୋଖରୀରେ ଗାଧୋଉଥିବା ବେଳେ ପାଣିରେ ବୁଡ଼ି ଜଣେ ଯାତ୍ରାପାର୍ଟି କଳାକାରଙ୍କର ଶୋଚନୀୟ ମୃତ୍ୟୁ ହୋଇଛି। ଏହି ଘଟଣାରେ ଶୁକ୍ରବାର ଅପରାହ୍ନ ତିନିଟାରେ ପୁଲିସ ମୃତଦେହ ଜବତକରି ବ୍ୟବଛେଦ ପାଇଁ ପଠାଇଛି।

ମୟୂରଭଂଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ବୈଦପୁର ଉପକଣ୍ଠ ଆଳଦିଆ ଗ୍ରାମରେ ପୋଖରୀରେ ଗାଧୋଉଥିବା ବେଳେ ପାଣିରେ ବୁଡ଼ି ଜଣେ ଯାତ୍ରାପାର୍ଟି କଳାକାରଙ୍କର ଶୋଚନୀୟ ମୃତ୍ୟୁ ହୋଇଛି। ଏହି ଘଟଣାରେ ଶୁକ୍ରବାର ଅପରାହ୍ନ ତିନିଟାରେ ପୁଲିସ ମୃତଦେହ ଜବତକରି ବ୍ୟବଛେଦ ପାଇଁ ପଠାଇଛି।

drawn

ବୈଶିଙ୍ଗା: ମୟୂରଭଂଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ବୈଦପୁର ଉପକଣ୍ଠ ଆଳଦିଆ ଗ୍ରାମରେ ପୋଖରୀରେ ଗାଧୋଉଥିବା ବେଳେ ପାଣିରେ ବୁଡ଼ି ଜଣେ ଯାତ୍ରାପାର୍ଟି କଳାକାରଙ୍କର ଶୋଚନୀୟ ମୃତ୍ୟୁ ହୋଇଛି। ଏହି ଘଟଣାରେ ଶୁକ୍ରବାର ଅପରାହ୍ନ ତିନିଟାରେ ପୁଲିସ ମୃତଦେହ ଜବତକରି ବ୍ୟବଛେଦ ପାଇଁ ପଠାଇଛି। ମୃତକ ଜଣକ ହେଉଛନ୍ତି ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅଧୀନ ସନ୍ତରାଗଡିଆ ଗ୍ରାମର ସଦାଶିବ ଖୁଣ୍ଟିଆଙ୍କ ପୁଅ ଦିବେଶ ଖୁଣ୍ଟିଆ (୨୨)।

ଦିବେଶ ଯାତ୍ରାପାର୍ଟି କଳାକାର ଭାବରେ କାମ କରିଥିବା ବେଳେ ବୈଦପୁର ଉପକଣ୍ଠ ଆଳଦିଆ ଗାଁରେ ରହି ଯାତ୍ରା ଶିଖୁଥିଲେl ଶୁକ୍ରବାର ଦିବେଶ ଗାଁ ପୋଖରୀକୁ ଗାଧୋଇବାକୁ ଯାଇଥିବା ବେଳେ ଅସାବଧାନତା ବଶତଃ ଗୋଡ଼ ଖସି ଯିବାରୁ ପାଣିରେ ବୁଡ଼ି ଯାଇଥିଲେ।

ଦିବେଶ ଯାତ୍ରାପାର୍ଟି କଳାକାର ଭାବରେ କାମ କରିଥିବା ବେଳେ ବୈଦପୁର ଉପକଣ୍ଠ ଆଳଦିଆ ଗାଁରେ ରହି ଯାତ୍ରା ଶିଖୁଥିଲେl ଶୁକ୍ରବାର ଦିବେଶ ଗାଁ ପୋଖରୀକୁ ଗାଧୋଇବାକୁ ଯାଇଥିବା ବେଳେ ଅସାବଧାନତା ବଶତଃ ଗୋଡ଼ ଖସି ଯିବାରୁ ପାଣିରେ ବୁଡ଼ି ଯାଇଥିଲେ। ତାଙ୍କୁ ଉଦ୍ଧାର କରି ବୈଶିଙ୍ଗା ଡାକ୍ତରଖାନା ନିଆଯାଇଥିଲେ ସୁଦ୍ଧା ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଏନେଇ ବୈଶିଙ୍ଗା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe