ଦିଗପହଣ୍ଡି: ବିଦ୍ୟୁତ ତାର ଲାଗି ଆଜି ଜଣେ ଯୁବକ ଜଳି ଯାଇଛନ୍ତି। ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ମୌଳାଭଞ୍ଜା ଗ୍ରାମରେ ଏହି ଘଟଣା ଘଟିଛି। ମୃତ ଯୁବକ ହେଲେ ନାରାୟଣ ଦୋରା।
ମୌଳାଭଞ୍ଜା ଗ୍ରାମର ନାରାୟଣ ଦୋରା ଆଜି ଘର କାମ କଲାବେଳେ ଘର ପାଖ ଦେଇ ଯାଇଥିବା ୧୧କେବି ତାର ସଂସ୍ପର୍ଶରେ ଆସିଥିଲେ। ସେ କାମରେ ବ୍ୟସ୍ତ ଥିବା ସମୟରେ ଘର ପାଖ ଦେଇ ଯାଇଥିବା ୧୧କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ। ତାଙ୍କ ଦେହରେ ତାର ଲାଗିବା ପରେ ପୋଡ଼ି ଯାଇଥିଲେ। ତାଙ୍କୁ ସେଠାରୁ ଉଦ୍ଧାର କରାଯାଇ ଗୁରୁତର ଅବସ୍ଥାରେ ଦିଗପହଣ୍ଡି ମେଡ଼ିକାଲକୁ ନିଆଯାଇଥିଲ। ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ନାରାୟଣଙ୍କ ମୃତ୍ୟ ଖବର ଶୁଣି ଅଞ୍ଚଳରେ ଶୋକର ଛାୟା ପାଲିଟିଛି।
ganjam
Follow Us