ଯୁବ ବ୍ୟବସାୟୀଙ୍କୁ ହାଣି ଦୁର୍ବୃତ୍ତ ଫେରାର

ମନୋଜ ପାତ୍ରଙ୍କୁ ଆଜି ସନ୍ଧ୍ୟା ପ୍ରାୟ ୬ଟାରେ ଦୁର୍ବୃତ୍ତମାନେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ମନୋଜଙ୍କ ରକ୍ତଜୁଡୁବୁଡୁ ଶରୀର ପଡ଼ିଥିବା ବେଳେ ଯୁବକମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।

murder22

ବୌଦ୍ଧ: ବୌଦ୍ଧ ବାଇପାସ୍ ରାସ୍ତାରେ ଆଜି ସନ୍ଧ୍ୟାରେ ଜଣେ ଯୁବ ବ୍ୟବସାୟୀଙ୍କୁ ହତ୍ୟା କରାଯାଇଛି। ମୃତକ ହେଲେ ବୌଦ୍ଧ ବଜାର ଅଞ୍ଚଳର ମନୋଜ ପାତ୍ର (୩୮)।

ସୂଚନା ଅନୁସାରେ ମନୋଜ ପାତ୍ରଙ୍କୁ ଆଜି ସନ୍ଧ୍ୟା ପ୍ରାୟ ୬ଟାରେ ଦୁର୍ବୃତ୍ତମାନେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ମନୋଜଙ୍କ ରକ୍ତଜୁଡୁବୁଡୁ ଶରୀର ପଡ଼ିଥିବା ବେଳେ ଯୁବକମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ମନୋଜଙ୍କ ବେକ, ଛାତି ସହ ଦେହର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ସୃଷ୍ଟି ହୋଇଛି। ଏହି ହତ୍ୟାକାଣ୍ଡ ପରେ ବାଇପାସ ଦେଇ ଯାଉଥିବା ଲୋକେ ପୁଲିସକୁ ଖବର ଦେଇଥିଲେ।

ମନୋଜଙ୍କ ବେକ, ଛାତି ସହ ଦେହର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ସୃଷ୍ଟି ହୋଇଛି। ଏହି ହତ୍ୟାକାଣ୍ଡ ପରେ ବାଇପାସ ଦେଇ ଯାଉଥିବା ଲୋକେ ପୁଲିସକୁ ଖବର ଦେଇଥିଲେ।

 ସୂଚନା ପାଇ ବୌଦ୍ଧ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ରକ୍ତ ଜୁଡୁବୁଡୁ ଅବସ୍ଥାରେ ମନୋଜଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପଠାଇଥିଲା। କିନ୍ତୁ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ। ମୃତଦେହକୁ ଶବ ଘରେ ସଂରକ୍ଷିତ ରଖାଯାଇଥିବା ବେଳେ ଆସନ୍ତାକାଲି ବ୍ୟବଚ୍ଛେଦ ହେବ। ପୁଲିସର ପ୍ରାଥମିକ ଆକଳନ ଅନୁସାରେ କୌଣସି ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମନୋଜଙ୍କୁ ହତ୍ୟା କରାଯାଇଥାଇ ପାରେ। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। 

Boudh | Crime

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe