ଯୁବ କ୍ରିକେଟ୍‌ରଙ୍କ ମୃତ୍ୟୁ: ୫ମାସ ପୂର୍ବରୁ ବାପାଙ୍କ ହୋଇଥିଲା ଦେହାନ୍ତ

ଯୁବ କ୍ରିକେଟ ଖେଳାଳିଙ୍କ ଅକାଳ ବିୟୋଗ ହୋଇଛି। ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ବ୍ଳକ୍ ଅନ୍ତର୍ଗତ ଗୋରୁମହିଷାଣୀର ଯୁବ କ୍ରିକେଟ ଖେଳାଳି ଅମରଜିତ୍ ମହାନ୍ତ (କୁନା)ଙ୍କ ୩୫ ବର୍ଷ ବୟସରେ ଅକାଳ ବିୟୋଗ ଘଟିଛି। 

Rairangpur

ରାଇରଙ୍ଗପୁର/ଗୋରୁମହିଷାଣୀ: ଯୁବ କ୍ରିକେଟ ଖେଳାଳିଙ୍କ ଅକାଳ ବିୟୋଗ ହୋଇଛି। ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ବ୍ଳକ୍ ଅନ୍ତର୍ଗତ ଗୋରୁମହିଷାଣୀର ଯୁବ କ୍ରିକେଟ ଖେଳାଳି ଅମରଜିତ୍ ମହାନ୍ତ (କୁନା)ଙ୍କ ୩୫ ବର୍ଷ ବୟସରେ ଅକାଳ ବିୟୋଗ ଘଟିଛି। 

ସୂଚନା ଅନୁଯାୟୀ ପ୍ରାୟ ତିନି ଦିନ ପୂର୍ବରୁ ଜଣ୍ଡିସ ଓ ବେକ୍ ପେନ୍‌ରେ ପୀଡ଼ିତ ଥିଲେ। ଆଜି ସନ୍ଧ୍ୟା ସମୟରେ ହଠାତ୍ ପେଟ ଫୁଲିଜିବାରୁ ପରିବାର ଲୋକେ ଗୋରୁମହିଷାଣୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେବା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା। 

ଗତ ଜାନୁଆରି ୩୧ ତାରିଖରେ ତାଙ୍କ ବାପା ବୈଦନାଥ ମହାନ୍ତଙ୍କ ବିୟୋଗ ଘଟିଥିଲା। ୬ ମାସ ମଧ୍ୟରେ ତାଙ୍କ ପରିବାରର ଦୁଇଜଣଙ୍କ ବିୟୋଗ ଘଟିଥିବାରୁ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ତେବେ ସେ ଜଣେ ଭଲ କ୍ରିକେଟ ଖେଳାଳି ଥିଲେ। ତାଙ୍କ ବିୟୋଗରେ ଅଞ୍ଚଳର କ୍ରିକେଟ ଖେଳାଳିଙ୍କ ସମେତ ସ୍କୁଲ, କଲେଜର ସାଙ୍ଗ ମାନେ ଶୋକ ପ୍ରକାଶ କରିଛନ୍ତି। ଆସନ୍ତାକାଲି ଗୋରୁମହିଷାଣୀ ଶ୍ମଶାନରେ ଶବ ସତ୍କାର କରାଯିବ।

 Mayurbhanj

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe