ଅଜଣା ଗାଡ଼ି ଧକ୍କାରେ ଇଂଜନିୟରଙ୍କ ମୃତ୍ୟୁ

Advertisment

ଆଜି ରାତି ପ୍ରାୟ ୮ଟା ସମୟରେ ବଳିଆପଣ୍ଡା ଥାନା ମେରାଇନ ଡ୍ରାଇଭ୍‌ ରୋଡ୍‌ରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ଯୁବ ଇଂଜିନିୟରଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ କମଲେଶ ମହାପାତ୍ର।

ଆଜି ରାତି ପ୍ରାୟ ୮ଟା ସମୟରେ ବଳିଆପଣ୍ଡା ଥାନା ମେରାଇନ ଡ୍ରାଇଭ୍‌ ରୋଡ୍‌ରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ଯୁବ ଇଂଜିନିୟରଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ କମଲେଶ ମହାପାତ୍ର।

କାଜୁ ଜଙ୍ଗଲରୁ ଯୁବକଙ୍କ ଗଳିତ ଶବ ଜବତ: ପରିବାର ଆଣିଲା ହତ୍ୟା ଅଭିଯୋଗ

ପୁରୀ: ଆଜି ରାତି ପ୍ରାୟ ୮ଟା ସମୟରେ ବଳିଆପଣ୍ଡା ଥାନା ମେରାଇନ ଡ୍ରାଇଭ୍‌ ରୋଡ୍‌ରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ଯୁବ ଇଂଜିନିୟରଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ କମଲେଶ ମହାପାତ୍ର।

ସୂଚନା ଅନୁସାରେ ବାସେଳିସାହି ଥାନା ଅନ୍ତର୍ଗତ ଲୋକନାଥ ରୋଡ୍‌ର କମଲେଶ ମହାପାତ୍ର ଆଜି ରାତି ପ୍ରାୟ ୮ଟାରେ ଏକ ବାଇକ୍‌ (ଓଡି-୧୩-କେ-୨୬୨୨)ରେ ଯାଉଥିଲେ। ସେ ଏମ୍ପାୟର ହୋଟେଲ ସମ୍ମୁଖରେ ପହଞ୍ଚିବା ବେଳକୁ ତାଙ୍କୁ ଏକ ଅଜଣା ଗାଡ଼ି ଧକ୍କା ଦେଇ ଘଟଣାସ୍ଥଳରୁ କ୍ଷୀପ୍ରଗତିରେ ଚମ୍ପଟ ମାରିଥିଲା। ଏହି ଦୁର୍ଘଟଣାଟି ଏତେ ଜୋରରେ ହୋଇଥିଲା ଯେ କମଲେଶ ଛିଟିକି ପଡ଼ି ସାମ୍ନାରୁ ଆସୁଥିବା ଏକ ଇନୋଭା ଗାଡ଼ି ଉପରେ ପଡ଼ିଯାଇଥିଲେ। ମାତ୍ର ଉକ୍ତ ଗାଡ଼ିଚାଳକ ମଧ୍ୟ ଘଟଣାସ୍ଥଳରୁ ଚାଲିଯାଇଥିଲା।

ଦୁର୍ଘଟଣାଟି ଏତେ ଜୋରରେ ହୋଇଥିଲା ଯେ କମଲେଶ ଛିଟିକି ପଡ଼ି ସାମ୍ନାରୁ ଆସୁଥିବା ଏକ ଇନୋଭା ଗାଡ଼ି ଉପରେ ପଡ଼ିଯାଇଥିଲେ। ଏହି ଦୁର୍ଘଟଣା ପରେ ଅଜଣା ଗାଡ଼ିଚାଳକ ମଧ୍ୟ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା। 

ଖବର ପାଇ ଟ୍ରାଫିକ୍‌ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି କମଲେଶଙ୍କୁ ଗୁରୁତର ଅବସ୍ଥାରେ ସଦର ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ଏଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ତେଣୁ ଏନେଇ ଟ୍ରାଫିକ୍‌ ଥାନା ପୁଲିସ କମଲେଶଙ୍କ ପରିବାରକୁ ଜଣାଇଥିଲା। ଖବର ପାଇ ତାଙ୍କ ପରିବାର ଲୋକେ ଡାକ୍ତରଖାନାକୁ ଆସି ଶବକୁ ଚିହ୍ନଟ କରିଥିଲେ। କିଛି ସମୟ ପାଇଁ ଡାକ୍ତରଖାନା ପରିସରରେ ଶୋକାକୂଳ ପରିବେଶ ଦେଖାଯାଇଥିଲା। ଏନେଇ ଟ୍ରାଫିକ୍ ଥାନା ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe