dead body Photograph: (sambad.in)
ସୋର: ବାଲେଶ୍ବର ଜିଲ୍ଲା ସୋର ଥାନା ଅଂଜି ପଞ୍ଚାୟତ ଖରିଦା ଗ୍ରାମର ଜଣେ ଚାଷୀ ବିଲକୁ କାମ କରିବାକୁ ଯାଇଥିବା ବେଳେ ଅଂଶୁଘାତରେ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତ ଚାଷୀ ହେଲେ କାଳନ୍ଦୀ ମହାକୁଡ଼ (୪୫)।
ସୂଚନା ଅନୁସାରେ ସାଉଡୁ ପଞ୍ଚାୟତ ବେଲାସାହି ଗ୍ରାମର କାଳନ୍ଦୀ ମହାକୁଡ଼ ମଙ୍ଗଳବାର ସକାଳେ ନିକଟସ୍ଥ ଖରିଦା ଗ୍ରାମକୁ କାମ କରିବାକୁ ଯାଇଥିଲେ। ମାତ୍ର ମଧ୍ୟାହ୍ନରେ ଫେରୁଥିବା ବେଳେ ଅଚେତ ହୋଇ ରାସ୍ତାରେ ପଡ଼ିଯାଇଥିଲେ। ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେବାର ଦୁଇଘଣ୍ଟା ପରେ ତାଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାକୁ ଆଣିଥିଲେ। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଅଂଶୁଘାତ କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି।
Balasore
Follow Us