ଚାଷଜମିରେ ବଜ୍ରାଘାତ: ଯୁବ ଚାଷୀ ମୃତ

ନୂଆପଡ଼ା ଥାନା ସାଇପଲା ଗାଁ ନିକଟ ବହଲଡ଼ିହି ଗାଁରେ ବଜ୍ରାଘାତରେ ଜଣେ ଚାଷୀଙ୍କ ମୃତ୍ୟୁ ହୋଇଛି। ମୃତ ଚାଷୀ ବହଲଡ଼ିହି ଗାଁର ଭରତ ଲୋହାର(୨୫)।

Lightning

ନୂଆପଡ଼ା: ନୂଆପଡ଼ା ଥାନା ସାଇପଲା ଗାଁ ନିକଟ ବହଲଡ଼ିହି ଗାଁରେ ବଜ୍ରାଘାତରେ ଜଣେ ଚାଷୀଙ୍କ ମୃତ୍ୟୁ ହୋଇଛି। ମୃତ ଚାଷୀ ବହଲଡ଼ିହି ଗାଁର ଭରତ ଲୋହାର(୨୫)।

ଆଜି ସକାଳେ ବହଲଡ଼ିହି ଗାଁର ଭରତ ଓ ସ୍ତ୍ରୀ ଶୁଶିଳା ଦୁଇ ଜଣ ଛୁଆଙ୍କ ସହ ଚାଷ କାମ ପାଇଁ ଚାଷଜମିକୁ ଯାଇଥିଲେ। ଅପରାହ୍ନରେ ଘଡ଼ଘଡ଼ି ସହ ବର୍ଷା ହୋଇଥିଲା। ଏହି ସମୟରେ ବଜ୍ରାଘାତ ହେବାରୁ ଭରତ ଚାଷ ଜମିପାଣିରେ ଟଳି ପଡ଼ିଥିଲେ। ପରିବାର ଲୋକେ ଆମ୍ବୁଲାନ୍ସ ସାହାଯ୍ୟରେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଏଠି ଭରତଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

ତେବେ ସନ୍ଧ୍ୟା ହେବାରୁ ବ୍ୟବଚ୍ଛେଦ ହୋଇ ପାରି ନାହିଁ। ଆସନ୍ତାକାଲି ମୃତଦେହକୁ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପୁଲିସ ସୂଚନା ଦେଇଛି।

 Nuapada | Lightning

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe