5 persons arrest by police in Bhubaneswar. Photograph: (sambad.in)
ଭୁବନେଶ୍ବର: କମିସନରେଟ୍ ପୁଲିସ ଆଜି ଜଣେ ଟଙ୍କା ଲୋଭି ପ୍ରେମିକା ସହିତ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହି ଘଟଣା ଲକ୍ଷ୍ମୀସାଗର ଥାନା ଅଧୀନ ଝାରପଡା ଅଞ୍ଚଳରେ ଘଟିଛି।
ଅଭିଯୋଗ ଅନୁଯାୟୀ ଝାଡ଼ଖଣ୍ଡ ଅଞ୍ଚଳର ଜଣେ ଯୁବତୀଙ୍କ ସହିତ ଝାଡ଼ପଡ଼ା ଅଞ୍ଚଳର ଯୁବକ ସୋମନାଥ ସ୍ବାଇଁଙ୍କର ପ୍ରେମ ସଂପର୍କ ଥିଲା। ସୋମନାଥ ଏବଂ ତାଙ୍କର ପ୍ରେମିକା ଲିଭ ଇନ୍ରେ ରହୁଥିଲେ। ଏହାରି ମଧ୍ୟରେ ଯୁବତୀ ତାଙ୍କ ପାର୍ଟନରଙ୍କ ଚରିତ୍ରକୁ ନେଇ ସନ୍ଦେହ କରିଥିଲେ। ଏଥି ପାଇଁ ସେ ପ୍ରେମିକଙ୍କ ଠାରୁ ସମ୍ପର୍କ କାଟିବା ନିଷ୍ପତ୍ତି ନେଇଥିଲେ। କିନ୍ତୁ ସଂପର୍କ କାଟିବା ପୂର୍ବରୁ ଟଙ୍କା ହଡ଼ପ ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ।
ପ୍ରେମିକଙ୍କ ଠାରୁ ଟଙ୍କା ଆଣିବା ପାଇଁ ନିଜ ଭଉଣୀଙ୍କ ପ୍ରେମିକଙ୍କୁ ମଧ୍ୟ ବ୍ୟବହାର କରିଥିଲେ। ଏଥି ପାଇଁ ସେ ଅନ୍ୟ ୩ ଜଣ ଯୁବକଙ୍କ ସହଯୋଗ ନେଇଥିଲେ। ଶେଷରେ ପ୍ରେମିକଙ୍କୁ ଅପହରଣ କରିନେଇଥିଲେ। ଏହା ପରେ ୧୦ ଲକ୍ଷ ଟଙ୍କା ମୁଣ୍ଡ ଜାମିନ ରଖି ଏକ ଭଡ଼ା ଘରେ ରଖି ନିର୍ଯ୍ୟାତନା କରିଥିବା ଅଭିଯୋଗ ହୋଇଥିଲା। ତେବେ ୧୨ ଘଣ୍ଟାର ଅପରେସନ ପରେ କମିସିନରେଟ୍ ପୁଲିସ ମାଷ୍ଟର ମାଇଣ୍ଡ ଯୁବତୀ ଓ ଅନ୍ୟ ୪ ଜଣ ଯୁବକଙ୍କୁ ଗିରଫ କରିଛି। ଯୁବତୀ ଜଣକ ଝାଡ଼ଖଣ୍ତର ବୋଲି ଜଣାପଡ଼ିଛି।
ପୁଲିସ କମିସନର୍ ସୁରେଶ ଦେବଦତ୍ତଙ୍କ ସୂଚନ ଅନୁଯାୟୀ, ମଙ୍ଗଳବାର ରାତି ୧୦ଟାରେ ଝାରପଡ଼ା ଅଞ୍ଚଳର ସୋମନାଥ ସ୍ୱାଇଁ ନାମକ ଜଣେ ବ୍ୟକ୍ତି ଗୋଟିଏ ଦିନ ହେବ ନିଖୋଜ ଥିଲେ ବୋଲି ଖବର ଆସିଥିଲା। ସୋମନାଥଙ୍କ ନିଖୋଜ ନେଇ ତାଙ୍କ ଭଉଣୀ ଥାନାରେ ଅଭିଯୋଗ ଆଣିଥିଲେ। ପୁଲିସ ମାମଲା ରୁଜୁ କରି ସୋମନାଥଙ୍କୁ ଉଦ୍ଧାର କରିବାକୁ କମ୍ ସମୟ ମଧ୍ୟରେ ୩ଟି ଟିମ୍ ଗଠନ କରିଥିଲା। ମୋବାଇଲ ଡ଼ାଟା, ଲୋକଙ୍କର ସାହାଯ୍ୟ ଓ ପୂର୍ବ ଘଟଣାବଳୀକୁ ଆଧାର କରି ପୁଲିସ ଖୋଜିବା ଆରମ୍ଭ କରି ଦେଇଥିଲା। ରାତିସାରା ଅଭିଯାନ ପରେ ସଫଳତା ହାସଲ କରିଥିଲା।
ଶ୍ରୀ ସିଂହ କହିଛନ୍ତି, ପୁଲିସ ପକ୍ଷରୁ ପ୍ରଥମେ ଯୁବତୀଙ୍କୁ କୁହାଯାଇଥିଲା ଯେ, ପଇସା ଦେବା ପାଇଁ ବ୍ୟବସ୍ଥା କରୁଛୁ। ତଥାପି ସେମାନେ ସନ୍ଦେହ କରି ଆମ ପାଖକୁ ଆସିନଥିଲେ। ପୁଲିସ ସମସ୍ତ ବୁଦ୍ଧି ଲଗାଇ ସକାଳୁ ସମ୍ ହସ୍ପିଟାଲ ନିକଟରେ ଏକ ହୋଟେଲରୁ ୫ ଜଣ ଅପହରଣକାରୀଙ୍କୁ ଗିରଫ କରିବା ସହ ସୋମନାଥଙ୍କୁ ଉଦ୍ଧାର କରିଥିଲା।
Bhubaneswar | Police
Follow Us