ଯୁବତୀଙ୍କ ମୃତଦେହ ଉଦ୍ଧାର; ପ୍ରେମଜନିତ କାରଣରୁ ହତ୍ୟା ସନ୍ଦେହ

Advertisment

ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ସଦର ମହକୁମାସ୍ଥିତ କୁମ୍ଭାରସାହିରେ ଗତରାତିରେ ଜଣେ ଯୁବତୀଙ୍କ ହତ୍ୟା ହୋଇଛି। ଏନେଇ କୋଷାଗୁମୁଡ଼ା ଥାନାରେ ମୃତ ଯୁବତୀ ଅସ୍ତମା ଗୌଡ଼ (୧୮)ଙ୍କ ବାପା ପର୍ଶୁରାମ ଗୌଡ଼ ଲିଖିତ ଅଭିଯୋଗ କରଛନ୍ତି।

ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ସଦର ମହକୁମାସ୍ଥିତ କୁମ୍ଭାରସାହିରେ ଗତରାତିରେ ଜଣେ ଯୁବତୀଙ୍କ ହତ୍ୟା ହୋଇଛି। ଏନେଇ କୋଷାଗୁମୁଡ଼ା ଥାନାରେ ମୃତ ଯୁବତୀ ଅସ୍ତମା ଗୌଡ଼ (୧୮)ଙ୍କ ବାପା ପର୍ଶୁରାମ ଗୌଡ଼ ଲିଖିତ ଅଭିଯୋଗ କରଛନ୍ତି।

New Project (47)

କୋଷାଗୁମୁଡା/କୋଡ଼ିଙ୍ଗା: ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ସଦର ମହକୁମାସ୍ଥିତ କୁମ୍ଭାରସାହିରେ ଗତରାତିରେ ଜଣେ ଯୁବତୀଙ୍କ ହତ୍ୟା ହୋଇଛି। ଏନେଇ କୋଷାଗୁମୁଡା ଥାନାରେ ମୃତ ଯୁବତୀ ଅସ୍ତମା ଗୌଡ଼ (୧୮)ଙ୍କ ବାପା ପର୍ଶୁରାମ ଗୌଡ଼ ଲିଖିତ ଅଭିଯୋଗ କରଛନ୍ତି।

ପରିବାର ଲୋକଙ୍କ କହିବା ଅନୁସାରେ ଗତକାଲି ସନ୍ଧ୍ୟା ବେଳେ ଅସ୍ତମା ଗୌଡ଼ ଶୌଚ ପାଇଁ ଘରୁ ବାହାରିଥିଲା। ଫେରିବାରେ ବିଳମ୍ବ ହେବାରୁ ପରିବାର ଲୋକ ବିଭିନ୍ନ ଜାଗାରେ ଖୋଜାଖୋଜି କରିଥିଲେ ମଧ୍ୟ ପାଇ ନଥିଲେ। ରାତି ୯ ଟାରେ ଘର ଠାରୁ ଦୁଇଶହ ମିଟର ଦୂରରେ ସ୍ଥାନୀୟ କିଛି ଲୋକ ଅସ୍ତମା ଗୌଡ଼ ପଡ଼ିଥିବା ଦେଖି ପରିବାର ଲୋକଙ୍କୁ କହିଥିଲେ। 

ପରିବାର ଲୋକ ଝିଅକୁ ତୁରନ୍ତ କୋଷାଗୁମୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। କୋଷାଗୁମୁଡ଼ା ଥାନାଧିକାରୀ, କୋଡ଼ିଙ୍ଗା ଥାନାଧିକାରୀ ଓ ସାଇଣ୍ଟିଫିକ ଦଳ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ କରିଛନ୍ତି। ମୃତ ଯୁବତୀ କୋଷାଗୁମୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ବ୍ୟବଛେଦ ପାଇଁ ରଖାଯାଇଛି। କୋଷାଗୁମୁଡ଼ା ଥାନାଧିକାରୀ ୧୫୪/୨୫ରେ ଏକ ମାମଲା ରୁଜୁକରି ୨ ଜଣ ବ୍ୟକ୍ତିଙ୍କୁ ସନ୍ଦେହରେ ଥାନାରେ ଅଟକ ରଖି ତଦନ୍ତ ଜାରିରହିଥିବା ଥାନା ପକ୍ଷରୁ ସୂଚନା ମିଳିଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ପରିସ୍ଥିତି ଦେଖାଦେଇଛି।

Nabarangpur

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe