ଟେଲର୍‌ ମାଷ୍ଟର୍‌ଙ୍କୁ କଇଁଚିରେ ଭୁସି ହତ୍ୟା ଉଦ୍ୟମ; ବନ୍ଧା ହେଲା ଅଭିଯୁକ୍ତ

ଗତକାଲି ସନ୍ଧ୍ୟା ସମୟରେ ରବୀନ୍ଦ୍ର ବାରିକଙ୍କୁ ସଂଜୀବ ନାୟକ କଇଁଚିରେ ଭୁସି ପ୍ରାଣାନ୍ତକ ଆକ୍ରମଣ କରିଥିଲା ଏହି ଘଟଣାରେ ପ୍ଲାଣ୍ଟ୍‌ସାଇଟ୍‌ ପୁଲିସ ଅଭିଯୁକ୍ତ ରବୀନ୍ଦ୍ରକୁ ଗିରଫକରି କୋର୍ଟଚାଲାଣ କରିଛି।

Accuse arrested

Accuse arrested Photograph: (sambad.in)

ରାଉରକେଲା: ବ୍ୟବସାୟିକ ପ୍ରତିଦ୍ବନ୍ଦ୍ବିତାକୁ କେନ୍ଦ୍ରକରି ରାଉରକେଲା ସହରରେ ଜଣେ ଟେଲର୍‌ ମାଷ୍ଟର୍‌ଙ୍କୁ କଇଁଚିରେ ଭୁସି ହତ୍ୟା ଉଦ୍ୟମ କରିଥିବା ଅଭିଯୁକ୍ତକୁ ପୁଲିସ ରବିବାର ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲା ସଂଜୀବ ନାୟକ (୪୨)। 

ସୂଚନା ଅନୁସାରେ ଗତକାଲି ସନ୍ଧ୍ୟା ସମୟରେ ରବୀନ୍ଦ୍ର ବାରିକ(୫୪)ଙ୍କୁ ସଂଜୀବ ନାୟକ କଇଁଚିରେ ଭୁସି ପ୍ରାଣାନ୍ତକ ଆକ୍ରମଣ କରିଥିଲା ଏହି ଘଟଣାରେ ପ୍ଲାଣ୍ଟ୍‌ସାଇଟ୍‌ ପୁଲିସ ଅଭିଯୁକ୍ତ ରବୀନ୍ଦ୍ରକୁ ଗିରଫକରି କୋର୍ଟଚାଲାଣ କରିଛି। ଅଭିଯୁକ୍ତ ପାଖରୁ ଏକ କଇଁଚିକୁ ଜବତ ହୋଇଛି। ଅପରପକ୍ଷରେ ଗୁରୁତର ଆହତ ସଞ୍ଜୀବ ଏକ ଘରୋଇ ହସପିଟାଲରେ ଚିକିତ୍ସାଧୀନ ଅଛନ୍ତି। 

ନୟାବଜାରରେ ‌ଟେଲର୍‌ ମାଷ୍ଟର ରବୀନ୍ଦ୍ର ବାରିକଙ୍କୁ ସଂଜୀବ ନାୟକ କଇଁଚି ଭୁସି ଦେଇଥିଲା। ନୟାବଜାରରେ ଉଭୟ ରବୀନ୍ଦ୍ର ଓ ସଂଜୀବଙ୍କର ଟେଲର୍‌ ଦୋକାନ ରହିଛି। ତେବେ ରବୀନ୍ଦ୍ରଙ୍କ ଭଲ ବ୍ୟବସାୟ ଚାଲୁଥିବାବେଳେ ଅଭିଯୁକ୍ତ ସଂଜୀବ ଏହାକୁ ସହ୍ୟ କରିପାରୁ ନଥିଲା। ଏମିତିକି ଅଭିଯୁକ୍ତ ନିୟମିତ ବ୍ୟବଧାନରେ ରବୀନ୍ଦ୍ରଙ୍କୁ ଗାଳିଗୁଲଜ କରିବାସହ କୁଆଡ଼େ ହତ୍ୟା ଧମକ ଦେଉଥିଲା।

ପ୍ରକାଶଥାଉକି, ଶନିବାର ସନ୍ଧ୍ୟା ପ୍ରାୟ ସାଢ଼େ ୬ଟାରେ ନୟାବଜାରରେ ‌ଟେଲର୍‌ ମାଷ୍ଟର ରବୀନ୍ଦ୍ର ବାରିକଙ୍କୁ ସଂଜୀବ ନାୟକ କଇଁଚି ଭୁସି ଦେଇଥିଲା। ନୟାବଜାରରେ ଉଭୟ ରବୀନ୍ଦ୍ର ଓ ସଂଜୀବଙ୍କର ଟେଲର୍‌ ଦୋକାନ ରହିଛି। ତେବେ ରବୀନ୍ଦ୍ରଙ୍କ ଭଲ ବ୍ୟବସାୟ ଚାଲୁଥିବାବେଳେ ଅଭିଯୁକ୍ତ ସଂଜୀବ ଏହାକୁ ସହ୍ୟ କରିପାରୁ ନଥିଲା। ଏମିତିକି ଅଭିଯୁକ୍ତ ନିୟମିତ ବ୍ୟବଧାନରେ ରବୀନ୍ଦ୍ରଙ୍କୁ ଗାଳିଗୁଲଜ କରିବାସହ କୁଆଡ଼େ ହତ୍ୟା ଧମକ ଦେଉଥିଲା। ଶନିବାର ସନ୍ଧ୍ୟାରେ ରବୀନ୍ଦ୍ର ଚା’ ପିଇବା ପରେ ନିଜ ଟେଲର୍‌ ଦୋକାନକୁ ଫେରୁଥିଲେ। ଏତିକିବେଳେ ଅଭିଯୁକ୍ତ ସଞ୍ଜୀବ ନିଜ ଦୋକାନରୁ ଏକ କଇଁଚି ଧରି ତାଙ୍କୁ ୩ ଥର ଭୁସିଥିଲା। ଫଳରେ ରବୀନ୍ଦ୍ରଙ୍କ ଛାତି, ଜଂଘ ଓ ଆଣ୍ଠୁରେ ଆଘାତ ଲାଗିଛି। ଆକ୍ରମଣପରେ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ପରେ ସ୍ଥାନୀୟ ଲୋକ ଗୁରୁତର ଆହତ ରବୀନ୍ଦ୍ରଙ୍କୁ ପ୍ରଥମ ଇସ୍ପାତ ଜେନେରାଲ ହସପିଟାଲ ଓ ପରେ ଏକ ବେସରକାରୀ ଡାକ୍ତରଖାନାକୁ ନେଇଥିଲେ। ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ ପାଇଁ ଛାନ୍‌ଭିନ୍‌ ଜାରି ରଖିଥିଲା। 

Crime | Rourkela

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe