ମୁଖ୍ୟମନ୍ତ୍ରୀଙ୍କ ଛବି ମଳିନ କରିବା ଉଦ୍ୟମ ମହଙ୍ଗା ପଡ଼ିଲା: ବନ୍ଧା ହେଲେ ଯୁବକ

Advertisment

ସାମାଜିକ ଗଣମାଧ୍ୟମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଛବିକୁ ମଳିନ କରିବା ପାଇଁ ଉଦ୍ୟମ କରିଥିବା ଯୁବକଙ୍କୁ ମହଙ୍ଗା ପଡ଼ିଛି। ଆଜି ରାୟଗଡ଼ା ଜିଲାର ଜଣେ ଯୁବକ କିଶୋର କୌଶଲ୍ୟାଙ୍କୁ କ୍ରାଇମବ୍ରାଞ୍ଚ ସାଇବର ସେଲ୍ ଗିରଫ କରିଥିବା ଜଣାପଡ଼ିଛି।

ସାମାଜିକ ଗଣମାଧ୍ୟମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଛବିକୁ ମଳିନ କରିବା ପାଇଁ ଉଦ୍ୟମ କରିଥିବା ଯୁବକଙ୍କୁ ମହଙ୍ଗା ପଡ଼ିଛି। ଆଜି ରାୟଗଡ଼ା ଜିଲାର ଜଣେ ଯୁବକ କିଶୋର କୌଶଲ୍ୟାଙ୍କୁ କ୍ରାଇମବ୍ରାଞ୍ଚ ସାଇବର ସେଲ୍ ଗିରଫ କରିଥିବା ଜଣାପଡ଼ିଛି।

Young man arrested

Young man arrested Photograph: (sambad.in)

ରାୟଗଡ଼ା: ସାମାଜିକ ଗଣମାଧ୍ୟମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଛବିକୁ ମଳିନ କରିବା ପାଇଁ ଉଦ୍ୟମ କରିଥିବା ଯୁବକଙ୍କୁ ମହଙ୍ଗା ପଡ଼ିଛି। ଆଜି ରାୟଗଡ଼ା ଜିଲାର ଜଣେ ଯୁବକ କିଶୋର କୌଶଲ୍ୟାଙ୍କୁ କ୍ରାଇମବ୍ରାଞ୍ଚ ସାଇବର ସେଲ୍ ଗିରଫ କରିଥିବା ଜଣାପଡ଼ିଛି। ଗିରଫ କିଶୋର ମୁଖ୍ୟମନ୍ତ୍ରୀଙ୍କ ଆପତ୍ତିଜନକ ଦୃଶ୍ୟକୁ ସୋସିଆଲ ମିଡ଼ିଆ ଫେସବୁକରେ ଏକ ମର୍ଫଡ୍ ଏବଂ ଆପତ୍ତିଜନକ ଭିଡିଓ ପ୍ରସାରିତ କରିଥିଲେ। ଏହା ପ୍ରସାରଣ ହେବା ପରେ ଜଣେ ନାଗରିକଙ୍କ ଦ୍ୱାରା ଏକ ଅଭିଯୋଗ ଦାଖଲ କରାଯାଇଥିଲା, ଯେଉଁଥିରେ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରି କରାଯାଇଥିବା ଅଭିଯୋଗ ହେବା ସହ ଏକ ଫେସବୁକ ପୃଷ୍ଠାରୁ ସେୟାର କରାଯାଇଥିବା ଭିଡିଓରେ ମୁଖ୍ୟମନ୍ତ୍ରୀଙ୍କୁ ଅଶ୍ଳୀଳ ଭାବରେ ଦର୍ଶାଯାଇଥିବା ଅଭିଯୋଗ ହୋଇଥିଲା। 

ଅଭିଯୋଗକାରୀ ନିଜ ଅଭିଯୋଗରେ ଉଲେଖ କରି କହିଛନ୍ତି, ଭିଡିଓଟି ମୁଖ୍ୟମନ୍ତ୍ରୀଙ୍କୁ ବଦନାମ କରିବା, ସାଧାରଣ ଲୋକଙ୍କ ମଧ୍ୟରେ ତାଙ୍କ ଭାବମୂର୍ତ୍ତି ନଷ୍ଟ କରିବା ଉଦ୍ଦେଶ୍ୟରେ ଏହାକୁ ବିକୃତ ଏବଂ ଭାଇରାଲ କରାଯାଇଥିଲା। ଏଭଳି ଆପତ୍ତିଜନକ ଭିଡିଓ ମହିଳାଙ୍କ ସମ୍ମାନକୁ ଆଞ୍ଚ ଆସୁଥିବା ମଧ୍ୟ ଦର୍ଶାଯାଇଛି।

ଅଭିଯୋଗ ପରେ କ୍ରାଇମ୍ ବ୍ରାଞ୍ଚର ସାଇବର କ୍ରାଇମ୍ ୟୁନିଟ୍ ତୁରନ୍ତ ଏହି ଘଟଣାର ତଦନ୍ତ କରିଥିଲା ଏବଂ ତଦନ୍ତ ରିପୋର୍ଟ ଆଧାରରେ ଏକ ଏଫଆଇଆର୍ ପଞ୍ଜିକୃତ କରି ତଦନ୍ତ କରାଯାଇଥିଲା। ଅଭିଯୋଗ ପରେ ଆପତ୍ତିଜନକ ବିଷୟବସ୍ତୁ ହଟାଇବାକୁ ମେସର୍ସ ମେଟା ପ୍ଲାଟଫର୍ମ (ଫେସବୁକ୍)କୁ ଅନୁରୋଧ କରାଯାଇଥିଲା ଏବଂ ଫେସବୁକ ଏଥିରେ ସହଯୋଗ କରି ପୋଷ୍ଟକୁ ହଟାଇଦେଇଥିଲା। ତଦନ୍ତ ବେଳେ ଫେସବୁକ୍ ଆକାଉଣ୍ଟ ବ୍ୟବହାରକାରୀ ଜଣଙ୍କ ରାୟଗଡା ଜିଲ୍ଲାର ବାସିନ୍ଦା ବୋଲି  ଚିହ୍ନଟ କରାଯାଇଥିଲା।

ଏହି ଘଟଣାରେ କ୍ରାଇମ୍ ବ୍ରାଞ୍ଚ ଟିମ୍ ତୁରନ୍ତ ରାୟଗଡ଼ା ଯାଇ ଅଭିଯୁକ୍ତ କିଶୋର କୌସଲ୍ୟାଙ୍କୁ ଚାନ୍ଦିଲି ଥାନା ଅନ୍ତର୍ଗତ କେଉଟାଗୁଡ଼ା ଷ୍ଟେସନ ସାହିରୁ ଗିରଫ କରିଥିଲା। ଅଭିଯୁକ୍ତ କିଶୋର ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଟିକିରି ଠାରେ ଏକ ନିର୍ମାଣ କମ୍ପାନିରେ କାର୍ଯ୍ୟ କରୁଥିବା ଜଣାପଡ଼ିଛି। କ୍ରାଇମ୍ ବ୍ରାଞ୍ଚ ସୂଚନା ଦେଇଛି  ଏଭଳି ବେଆଇନ କାର୍ଯ୍ୟରେ ଲିପ୍ତ ଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କିଶୋରକୁ କୋର୍ଟ ଚାଲାଣ କରାଯାଇଛି। ଧରା ପଡ଼ିବା ପରେ ନିଜ ଭୁଲ ସ୍ୱୀକାର କରିଛନ୍ତି ଯୁବକ ଜଣକ।

Crime | Rayagada

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe