ମାଲକାନଗିରିରୁ ଛତିଶଗଡ଼ ଗଂଜେଇ ଚାଲାଣ ବେଳେ ଯୁବକ ଗିରଫ

ଆଦିବାସୀ ଓ ଉପାନ୍ତ ଅଞ୍ଚଳରୁ ରାଜ୍ୟ ଓ ରାଜ୍ୟବାହାରକୁ ବ୍ୟାପକ ପରିମାଣରେ ଗଂଜେଇ ଚାଲାଣ ହେଉଛି। ମାଲକାନଗିରି ଥାନା ଅନ୍ତର୍ଗତ ତଣ୍ଡାପାଲୀ ନିକଟସ୍ଥ ଜଂଗଲରୁ ଛତିଶଗଡ଼କୁ ଗଂଜେଇ ଚାଲାଣ କରୁଥିବା ଜଣେ ଆସାମୀକୁ ପୁଲିସ ଗିରଫ କରିବାରେ ସଫଳ ହୋଇଛି।

contraband

ମାଲକାନଗିରି: ମାଲକାନଗିରି ଥାନା ଅନ୍ତର୍ଗତ ତଣ୍ଡାପାଲୀ ନିକଟସ୍ଥ ଜଂଗଲରୁ ଛତିଶଗଡ଼କୁ ଗଂଜେଇ ଚାଲାଣ କରୁଥିବା ଜଣେ ଆସାମୀକୁ ପୁଲିସ ଗିରଫ କରିବାରେ ସଫଳ ହୋଇଛି।

ପୁଲିସ ସୂଚନା ଅନୁଯାୟୀ ଶନିବାର ଏସଆଇ ପ୍ରଭାତ ଗୌଡ, ହାବିଲଦାର ମିହିର ସାମଲ, କନେଷ୍ଟବଲ ଲକ୍ଷ୍ମଣ ମାରାଡି, ପଦ୍ମା ନାୟକ ପ୍ରମୁଖ ତଣ୍ଡାପାଲି ଗ୍ରାମ ନିକଟରେ ପେଟ୍ରୋଲିଂ କରୁଥିବା ବେଳେ ନିକଟସ୍ଥ ଜଂଗଲରେ କିଛି ଲୋକ ଗଂଜେଇ ପ୍ୟାକ କରୁଥିବା ଖବର ପାଇ ଚଡାଉ କରିଥିଲେ। ପୁଲିସକୁ ଦେଖି ମୁରିଆଗୁଡ଼ାର କୃଷ୍ଣ ମାଡକାମୀ ସମେତ ଅନ୍ୟ ୭ ଜଣ ଖସି ପଳାଇବାରେ ସଫଳ ହୋଇଥିଲେ।

ପୁଲିସ ତଦନ୍ତ କରି କୃଷ୍ଣ ମାଡକାମୀକୁ ଗିରଫ କରିବାରେ ସଫଳ ହୋଇଛି। ଜଂଗଲରୁ ୭୫ କିଲୋ ଗଂଜେଇ ମଧ୍ୟ ଜବତ କରିଛି।ଏଥିସହ ପ୍ୟାକ କରିବା ମେସିନ ସହ ଅନ୍ୟ ଜିନିଷଗୁଡିକ ମଧ୍ୟ ଜବତ କରିଛି। କୃଷ୍ଣ ମାଡକାମୀକୁ ପୁଲିସ ଅଧିକା ପଚରାଉଚରା କରିବା ପରେ ଆଜି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe