ଭୁବନେଶ୍ବରରେ କଲେଜ ଛାତ୍ରଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲେ ଦୁର୍ବୃତ୍ତ

ରାତି ଅଧରେ ରାଜଧାନୀ ଭୁବନେଶ୍ବରର ଛାତି ଉପରେ ରକ୍ତ ଛିଟା ପଡ଼ିଛି। ମଞ୍ଚେଶ୍ବର ଶିଳ୍ପାଞ୍ଚଳରେ ମଙ୍ଗଳବାର ରାତିରେ ଜଣେ ଯୁବକଙ୍କୁ ପ୍ରାଣାନ୍ତକ ଆକ୍ରମଣ କରାଯାଇଛି। ଗୁରୁତର ଯୁବକ ହେଲେ ରୁଦ୍ର ପାତ୍ର। ସେ ଏକ କଲେଜର ଛାତ୍ର।

Murder attampt

Murder attampt Photograph: (sambad.in)

ଭୁବନେଶ୍ବର: ରାତି ଅଧରେ ରାଜଧାନୀ ଭୁବନେଶ୍ବରର ଛାତି ଉପରେ ରକ୍ତ ଛିଟା ପଡ଼ିଛି। ମଞ୍ଚେଶ୍ବର ଶିଳ୍ପାଞ୍ଚଳରେ ମଙ୍ଗଳବାର ରାତିରେ ଜଣେ ଯୁବକଙ୍କୁ ପ୍ରାଣାନ୍ତକ ଆକ୍ରମଣ କରାଯାଇଛି। ଗୁରୁତର ଯୁବକ ହେଲେ ରୁଦ୍ର ପାତ୍ର। ସେ ଏକ କଲେଜର ଛାତ୍ର। 

ସୂଚନା ଅନୁସାରେ ରାଜଧାନୀର ଏକ ଘରୋଇ କଲେଜର ଛାତ୍ର ରୁଦ୍ର ପାତ୍ରଙ୍କୁ ଆଜି ସନ୍ଧ୍ୟାରେ ୪ରୁ ୫ ଜଣ ଦୁର୍ବୃତ୍ତ ଗୋଡ଼ାଇ ଗୋଡ଼ାଇ ହାଣିଥିଲେ। ଦୁର୍ବୃତ୍ତଙ୍କ ଖଣ୍ଡା ଚୋଟରେ ରୁଦ୍ର ଲହୁଲୁହାଣ ହୋଇଥିଲେ। ସେ ଘଟଣାସ୍ଥଳରେ ହିଁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଯାଇଥିଲେ। ଆକ୍ରମଣ ପରେ ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିଲେ।

ସୂଚନା ପାଇ ମଞ୍ଚେଶ୍ବର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଥିଲା। ରଦ୍ରକୁ ଉଦ୍ଧାର କରି ଡାକ୍ତରଖାନା ନେଇଥିଲା। ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଭୁବନେଶ୍ବର ଏମ୍ସ ସ୍ଥାନାନ୍ତରିତ କରାଯାଇଛି। 

ଘରୋଇ କଲେଜର ଛାତ୍ର ରୁଦ୍ର ପାତ୍ରଙ୍କୁ ଆଜି ସନ୍ଧ୍ୟାରେ ୪ରୁ ୫ ଜଣ ଦୁର୍ବୃତ୍ତ ଗୋଡ଼ାଇ ଗୋଡ଼ାଇ ହାଣିଥିଲେ। ଦୁର୍ବୃତ୍ତଙ୍କ ଖଣ୍ଡା ଚୋଟରେ ରୁଦ୍ର ଲହୁଲୁହାଣ ହୋଇଥିଲେ। ସେ ଘଟଣାସ୍ଥଳରେ ହିଁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଯାଇଥିଲେ।

ଆକ୍ରମଣର ଶିକାର ହୋଇଥିବା ରୁଦ୍ରଙ୍କ ରକ୍ତର ଛିଟା ପଡ଼ିଥିବା ରାସ୍ତାରେ ଦେଖାଯାଇଛି। ତାଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। କିନ୍ତୁ କେଉଁ କାରଣ ପାଇଁ ଆକ୍ରମଣ ହେଲା ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ। ପୁଲିସ ତଦନ୍ତ ଜାରି ରଖିଛି। ଆକ୍ରମଣକାରୀମାନେ ରୁଦ୍ରଙ୍କୁ ଧାରୁଆ ଅସ୍ତ୍ର ସହିତ ଆକ୍ରମଣ କରିଥିଲେ। ତେବେ ପୁଲିସ ସିସିଟିଭି ଆଧାରରେ ତଦନ୍ତ ଆରମ୍ଭ କରିଥିବା କଥା କହିଛି।

 Bhubaneswar

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe