Attack in Soro of Balasore district. Photograph: (sambad.in)
ସୋର: ସମଗ୍ର ଦେଶରେ ରାମନବମୀକୁ ନେଇ ଉତ୍ସାହ ଦେଖାଯାଇଛି। ଅନେକ ସ୍ଥାନରେ ରାମନବମୀ ଅବସରରେ ଶୋଭାଯାତ୍ରାର ଆୟୋଜନ କରାଯାଇଛି। ବାଲେଶ୍ବର ଜିଲ୍ଲା ସୋରରେ ମଧ୍ୟ ଆଜି ରାମନବମୀକୁ ବେଶ ଖୁସିର ସହ ପାଳନ କରାଯାଉଥିବା ବେଳେ ରାଲିରେ ଆସିଥିବା ଜଣେ ଯୁବକଙ୍କୁ ଏକ ଧାରୁଆ ଛୁରାରେ ଆକ୍ରମଣ କରାଯାଇଥିବା ଜଣାପଡ଼ିଛି।
ଆଜି ସୋରରେ ରାମନବମୀ ପାଳନ କରାଯାଉଥିବା ବେଳେ ବିଭିନ୍ନ ଅଞ୍ଚଳରୁ ଲୋକେ ଏଥିରେ ଭାଗ ନେଇଥିଲେ। ଶୋଭାଯାତ୍ରାରେ ଆସିଥିବା ଚିତ୍ତଳ ଗ୍ରାମର ସନ୍ତୋଷ କୁମାର ସାହୁ ଅପରାହ୍ଣରେ କୋର୍ଟ ଛକ ନିକଟରେ ଛିଡା ହୋଇଥିବା ବେଳେ ପାଞ୍ଚ ଜଣ ଯୁବକ ଦୁଇଟି ବାଇକ ଓ ଗୋଟିଏ ସ୍କୁଟିରେ ଆସି ତାଙ୍କୁ ଅତର୍କିତ ଭାବେ ଆକ୍ରମଣ କରିଥିଲେ। ଏଥିରେ ସନ୍ତୋଷଙ୍କ ହାତ ମୁଣ୍ଡ ଓ ପିଠିରେ ଗୁରୁତର ଆଘାତ ସୃଷ୍ଟି ହୋଇଥିଲା।
ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ସୋର ଡାକ୍ତର ଖାନାକୁ ଆଣିଥିବା ବେଳେ ସେଠାରେ ତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସଳୟକୁ ସ୍ଥାନାନ୍ତର କରାଯାଇଛି। ତେବେ କେଉଁ କାରଣରୁ ଛୁରା ମାଡ଼ ହେଲା ତାହା ସ୍ପଷ୍ଟ ହୋଇନାହିଁ।
Baleswar | Crime | Attack
Follow Us