ଟ୍ରେନ୍‌ ଛିଡ଼ା କରି ମୁମୁର୍ଷୁ ଅବସ୍ଥାରେ ଯୁବକଙ୍କୁ ଉଦ୍ଧାର କଲେ ଲୋକପାଇଲଟ

Advertisment

ରୁପ୍ସାରୁ ମୟୂରଭଂଜ ଜିଲ୍ଲା ବାଙ୍ଗିରିପୋଷି ଅଭିମୁଖେ ଆସୁଥିବା ମେମୁଟ୍ରେନ ସାମ୍ନାକୁ ଡେଇଁ ଜୀବନ ହାରିବା ପାଇଁ ଉଦ୍ୟମ କରିଥିବା ଯୁବକଙ୍କୁ ଟ୍ରେନ ଅଟକାଇ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାରକରି ବେତନଟୀ ଡାକ୍ତରଖାନା ପହଞ୍ଚାଇଲେ ଲୋକ ପାଇଲଟ୍‌।

ରୁପ୍ସାରୁ ମୟୂରଭଂଜ ଜିଲ୍ଲା ବାଙ୍ଗିରିପୋଷି ଅଭିମୁଖେ ଆସୁଥିବା ମେମୁଟ୍ରେନ ସାମ୍ନାକୁ ଡେଇଁ ଜୀବନ ହାରିବା ପାଇଁ ଉଦ୍ୟମ କରିଥିବା ଯୁବକଙ୍କୁ ଟ୍ରେନ ଅଟକାଇ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାରକରି ବେତନଟୀ ଡାକ୍ତରଖାନା ପହଞ୍ଚାଇଲେ ଲୋକ ପାଇଲଟ୍‌।

train11

ବୈଶିଙ୍ଗା: ବାଲେଶ୍ବର ଜିଲ୍ଳା ରୁପ୍ସାରୁ ମୟୂରଭଂଜ ଜିଲ୍ଲା ବାଙ୍ଗିରିପୋଷି ଅଭିମୁଖେ ଆସୁଥିବା ମେମୁଟ୍ରେନ ସାମ୍ନାକୁ ଡେଇଁ ଜୀବନ ହାରିବା ପାଇଁ ଉଦ୍ୟମ କରିଥିବା ଯୁବକଙ୍କୁ ଟ୍ରେନ ଅଟକାଇ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାରକରି ବେତନଟୀ ଡାକ୍ତରଖାନା ପହଞ୍ଚାଇଲେ ଲୋକ ପାଇଲଟ୍‌। ଗୁରୁତର ଯୁବକ ଜଣକ ହେଉଛନ୍ତି ବୈଶିଙ୍ଗା ଥାନା ଅଧୀନ ବଡଶାଳ ଗ୍ରାମର ସ୍ୱର୍ଗତ ଠାକୁରା ମୁର୍ମୁର ପୁଅ ଭୁଜୁ ମୁମୁ (୨୪)। 

ସୂଚନା ମୁତାବକ ମେମୁଟ୍ରେନଟି ରୂପ୍ସାରୁ ବାଙ୍ଗିରିପୋଷି ଅଭିମୁଖେ ଆସୁଥିବା ସମୟରେ ମଛପଦା–ଯୁଗୁପୁରା ଷ୍ଟେସନ ମଧ୍ୟବର୍ଷି ୧୦/୧୫ କିଲୋମିଟର ଛତରସାହି ଠାରେ ଭୁଜୁ ହଠାତ୍ ଟ୍ରେନ ସମ୍ମୁଖକୁ ଡେଇଁପଡିଥିଲା। ତେବେ ଟ୍ରେନ ଧିକ୍କାରେ ଯୁବକ ଜଣକ ଗୁରୁତର ଆହତ ହୋଇଥିବା ବେଳେ ଲୋକପାଇଲଟ ଟ୍ରେନକୁ ଛିଡାକରି ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିରହିଥିବା ଭୁଜୁକୁ ଉଦ୍ଧାର କରି ଟ୍ରେନଯୋଗେ ବେତନଟୀ ଷ୍ଟେସନ ପହଞ୍ଚାଇଥିଲେ।  ଏଥିସହିତ ବେତନଟୀ ଷ୍ଟେସନରେ ୧୦୮ ଆମ୍ବୁଲାନ୍ସ ପ୍ରସ୍ତୁତ ରଖିବାକୁ ଷ୍ଟେସନ ମାଷ୍ଟରଙ୍କୁ ଲୋକପାଇଲଟ ଜଣକ ଆଗୁଆ ଖବର ଦେଇଦେଇଥିଲେ।

ମେମୁଟ୍ରେନଟି ରୂପ୍ସାରୁ ବାଙ୍ଗିରିପୋଷି ଅଭିମୁଖେ ଆସୁଥିବା ସମୟରେ ମଛପଦା–ଯୁଗୁପୁରା ଷ୍ଟେସନ ମଧ୍ୟବର୍ଷି ୧୦/୧୫ କିଲୋମିଟର ଛତରସାହି ଠାରେ ଭୁଜୁ ହଠାତ୍ ଟ୍ରେନ ସମ୍ମୁଖକୁ ଡେଇଁପଡିଥିଲା। ତେବେ ଟ୍ରେନ ଧିକ୍କାରେ ଯୁବକ ଜଣକ ଗୁରୁତର ଆହତ ହୋଇଥିବା ବେଳେ ଲୋକପାଇଲଟ ଟ୍ରେନକୁ ଛିଡାକରି ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିରହିଥିବା ଭୁଜୁକୁ ଉଦ୍ଧାର କରି ଟ୍ରେନଯୋଗେ ବେତନଟୀ ଷ୍ଟେସନ ପହଞ୍ଚାଇଥିଲେ।

ବେତନଟୀ ଷ୍ଟେସନରେ ଗୁରୁତର ଭୁଜୁଙ୍କୁ ଟ୍ରେନରୁ ଓହ୍ଲାଇ ୧୦୮ ଆମ୍ବୁଲାନ୍ସଯୋଗେ ବେତନଟୀ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ। ଅବସ୍ଥା ଅତ୍ୟନ୍ତ ସଙ୍କାଟାପନ୍ନ ଥିବାରୁ ପ୍ରାଥମିକଚିକିତ୍ସାପରେ ଭୁଜୁଙ୍କୁ ତୁରନ୍ତ ବାରିପଦା ଜିଲ୍ଲାମୁଖ୍ଯ ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ଟ୍ରେନ୍‌ ଧକ୍କାରେ ଭୁଜୁଙ୍କ ମୁଣ୍ଡ ଏବଂ ମୁହଁରେ ଗଭୀର ଆଘାତ ଲାଗି ପ୍ରବଳ ରକ୍ତସ୍ରାବ ହେଉଥିବା ବେଳେ ହାତ, ଗୋଡ ସମେତ ଶରୀରର ବିଭିନ୍ନ ସ୍ଥାନ କ୍ଷତାକ୍ତ ହୋଇଥିଲା। ତେବେ ବେତନଟୀ ଡାକ୍ତରଖାନାରେ ରକ୍ତସ୍ରାବ ବନ୍ଦ ହେଉନଥିବା ବେଳେ ତାଙ୍କୁ ଶଙ୍କଟାପନ୍ନ ଅବସ୍ଥାରେ ବାରିପଦା ସ୍ଥାନାନ୍ତରିତ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe