ବାଇକ୍‌ ଚୋରି ବେଳେ ଲୋକଙ୍କ ହାତରେ ଧରାପଡ଼ିଲା ଲୁଟେରା; ତା’ ପରେ...

Advertisment

ମୟୂରଭଂଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ମହୁରୀ ଉପକଣ୍ଠ ଦାହିବାଡ଼ି ସାପ୍ତାହିକ ହାଟରୁ ଜନୈକ ବ୍ୟକ୍ତିଙ୍କର ବାଇକ୍‌ ଚୋରାଇ ନେଉଥିବା ସମୟରେ ସ୍ଥାନୀୟ ଲୋକଙ୍କ ହାତରେ ଧରା ପଡି ନିର୍ଧୁମ ଛେଚା ଖାଇଲା ଲୁଟେରାl

ମୟୂରଭଂଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ମହୁରୀ ଉପକଣ୍ଠ ଦାହିବାଡ଼ି ସାପ୍ତାହିକ ହାଟରୁ ଜନୈକ ବ୍ୟକ୍ତିଙ୍କର ବାଇକ୍‌ ଚୋରାଇ ନେଉଥିବା ସମୟରେ ସ୍ଥାନୀୟ ଲୋକଙ୍କ ହାତରେ ଧରା ପଡି ନିର୍ଧୁମ ଛେଚା ଖାଇଲା ଲୁଟେରାl

ବୈଶିଙ୍ଗା: ମୟୂରଭଂଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ମହୁରୀ ଉପକଣ୍ଠ ଦାହିବାଡ଼ି ସାପ୍ତାହିକ ହାଟରୁ ଜନୈକ ବ୍ୟକ୍ତିଙ୍କର ବାଇକ୍‌ ଚୋରାଇ ନେଉଥିବା ସମୟରେ ସ୍ଥାନୀୟ ଲୋକଙ୍କ ହାତରେ ଧରା ପଡି ନିର୍ଧୁମ ଛେଚା ଖାଇଲା ଲୁଟେରାl ଘଟଣାସ୍ଥଳରେ ପୁଲିସ ପହଞ୍ଚି ଲୁଟେରାକୁ ଉଦ୍ଧାର କରିଛି।

ସୂଚନା ଅନୁଯାଇ ହରିପୁର ଉପକଣ୍ଠ ପଥରାସାହି ଗ୍ରାମର ବଂକିମ ମଣ୍ଡଳଙ୍କ ପୁଅ ସତ୍ୟ ମଣ୍ଡଳ ନିଜ ଘରେ ଥିବା ଏକ ଭୋଜି କାର୍ଯ୍ୟକ୍ରମ ପାଇଁ ଦାହିବାଡ଼ି ହାଟକୁ ନିଜ ଶଳା ସହିତ ଆସିଥିବାବେଳେ ହାଟ ପାର୍ଶ୍ୱ ଏକ ଜାଗାରେ ନିଜ ବାଇକ୍‌ (ଓଡି ୦୧ ୟାଏ ୧୬୨୭) ହ୍ୟାଣ୍ଡେଲ ଲକ୍‌ କରି ପରିବା କିଣିବାକୁ ହାଟ ଭିତରକୁ ଯାଇଥିଲାl ସନ୍ଧ୍ୟା ପ୍ରାୟ ୭ଟା ସମୟରେ ସତ୍ୟ ନିଜ ବାଇକ ପାଖକୁ ଆସି ଦେଖିବାକୁ ପାଇଥିଲା କି ଜଣେ ଦୁର୍ବୁତ୍ତ ଯୁବକ ବାଇକର ଚାବି ଭାଙ୍ଗି ବାଇକ ନେଇ ପଳେଇବାକୁ ଉଦ୍ୟତ ହୋଉଛିl

ସତ୍ୟ ମଣ୍ଡଳ ନିଜ ଘରେ ଥିବା ଏକ ଭୋଜି କାର୍ଯ୍ୟକ୍ରମ ପାଇଁ ଦାହିବାଡ଼ି ହାଟକୁ ନିଜ ଶଳା ସହିତ ଆସିଥିବାବେଳେ ହାଟ ପାର୍ଶ୍ୱ ଏକ ଜାଗାରେ ନିଜ ବାଇକ୍‌ (ଓଡି ୦୧ ୟାଏ ୧୬୨୭) ହ୍ୟାଣ୍ଡେଲ ଲକ୍‌ କରି ପରିବା କିଣିବାକୁ ହାଟ ଭିତରକୁ ଯାଇଥିଲାl

ତେବେ କୌଶଳକ୍ରମେ ତାକୁ ଧରିବାକୁ ଚେଷ୍ଟା କରିବା ସମୟରେ ଦୁର୍ବୁତ୍ତ ଦୌଡ଼ିବାକୁ ଆରମ୍ଭ କରିଥିଲାl ତେବେ ସ୍ଥାନୀୟ ବ୍ୟବସାୟୀ ଓ ଗ୍ରାହକ ମିଶି ତାକୁ ହାଟ ପାଖରୁ ୫୦୦ମିଟର ଦୂର ମହୁରୀ ଶାଳ ଜଙ୍ଗଲ ନିକଟରେ ଧରି ଥିଲେ ଓ ନିର୍ଧୁମ ଛେଚି ଥିଲେl ତେବେ ଖବର ପାଇ ବୈଶିଙ୍ଗା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଯୁବକକୁ ଉଦ୍ଧାର କରି ବୈଶିଙ୍ଗା ଡାକ୍ତରଖାନାରେ ଚିକିତ୍ସା କରାଇବା ସହିତ ପଚରା ଉଚରା ଜାରି ରଖିଛିl

ଏନେଇ ସତ୍ୟ ବୈଶିଙ୍ଗା ଥାନାରେ ଏକ ଲିଖିତ ଅଭିଯୋଗ ଦେଇଥିବାବେଳେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି l ତେବେ ପ୍ରାଥମିକ ତଦନ୍ତରୁ ଅଭିଯୁକ୍ତ ଭଦ୍ରକ ଅଞ୍ଚଳର ଅମିତ ସାହୁ (୪୧) ଜଣା ପଡିଥିବାବେଳେ ସେ ସ୍ଥାନୀୟ କେନ୍ଦୁଆ ଗ୍ରାମରେ ଘରଭଡା ନେଇ ରହୁଥିଲାl

Mayurbhanj | Crime

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe