ରେଳ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଯୁବକ ଜୀବନ୍ତ ଦଗ୍ଧ

କଟକ ଜିଲ୍ଲା ଗୁରୁଡ଼ିଝାଟିଆ ଥାନା ଅନ୍ତର୍ଗତ ଗୁରୁଡ଼ିଝଟିଆ  ରେଲୱେ ପାର୍କିଂରେ ଆଜି ସକାଳେ ଏକ ଅଘଟଣ ଘଟିଛି। ଏଠାରେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଜୀବନ୍ତ ଦଗ୍ଧ ହୋଇଛନ୍ତି ଜଣେ ଯୁବକ।

xcv

ଗୁରୁଡ଼ିଝାଟିଆ: କଟକ ଜିଲ୍ଲା ଗୁରୁଡ଼ିଝାଟିଆ ଥାନା ଅନ୍ତର୍ଗତ ଗୁରୁଡ଼ିଝଟିଆ  ରେଲୱେ ପାର୍କିଂରେ ଆଜି ସକାଳେ ଏକ ଅଘଟଣ ଘଟିଛି। ଏଠାରେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଜୀବନ୍ତ ଦଗ୍ଧ ହୋଇଛନ୍ତି ଜଣେ ଯୁବକ।  ଉକ୍ତ ଯୁବକ ଜଣେ ମାନସିକ ବିକାରଗ୍ରସ୍ତ ବୋଲି ଜଣାଯାଇଛି। ତାଙ୍କର ଗୋଟିଏ ପୁଅ ଅଛି। ଏଣେ ତାଙ୍କର ସ୍ତ୍ରୀ ଏବେ ଗର୍ଭବତୀ ଅଛନ୍ତି। 

ଆଜି ସକାଳ ସମୟରେ ପାରାଦୀପରୁ ଆସି ଗୁରୁଡ଼ିଝାଟିଆ  ରେଲୱେ ପାର୍କିଂରେ ଠିଆ ହୋଇଥିବା  କୋଇଲା ବୋଝେଇ ଟ୍ରେନ ପାଖରେ ଯୁବକଜଣକ ଠିଆ ହୋଇଥିଲେ।  ଏହି ସମୟରେ ସେ ବିଦ୍ୟୁତ ସଂସ୍ପର୍ଶରେ ଆସି ଘଟଣାସ୍ଥଳରେ ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି। ସେଠାରେ ଥିବା ସ୍ଥାନୀୟ ଲୋକ ଆସି ପହଞ୍ଚିଲା ବେଳକୁ ଯୁବକଙ୍କର ଅର୍ଦ୍ଧ ଦଗ୍ଧ ଶରୀର ହୁତୁ ହୁତୁ ହୋଇ ଜଳୁଛି। ଖବର ପାଇ ଘଟଣା ସ୍ଥଳରେ ରେଳବାଇ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।  ଉକ୍ତ ଯୁବକଙ୍କ ଘର ଛଅଗାଁ ଅଞ୍ଚଳରେ ବୋଲି ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe