koraput Photograph: (Sambad.in )
କୋରାପୁଟ: ମହାଶିବରାତ୍ରି ବା ଜାଗର ପାଇଁ କୋରାପୁଟ ସହରର ସମସ୍ତ ଶୈବପୀଠ ଚଳଚଞ୍ଚଳ ହୋଇଉଠିଥିଲାI ଫୁଲ ଓ ଆଲୋକ ମାଳାରେ ସଜେଇ ହୋଇଛି ସହରର ବିଭିନ୍ନ ଶିବ ମନ୍ଦିର। ସକାଳୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ବିଭିନ୍ନ ଶୈବପୀଠରେ ଶ୍ରଦ୍ଧାଳୁ ପୂଜାର୍ଚ୍ଚନ। କରିବା ସହ ଜାଗର ଜାଳିଛନ୍ତି। ତେବେ ଶାବରଶ୍ରୀକ୍ଷେତ୍ରରେ ଜଣେ ଯୁବକ ଜାଗର ଦୀପ ଜାଳି ଆଜି ସକାଳର ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ରହିବା ଫଟୋ ଓ ଭିଡିଓ ଭାଇରାଲ ହୋଇଛି।
କୋରାପୁଟର ଜଗନ୍ନାଥ ମନ୍ଦିର ପରିସରରେ ଥିବା ଶବରେଶ୍ଵର, ଓଏମପି କଲୋନି, କଳାନିକେତନ ଛକର ଆଖଣ୍ଡଳମଣି, ରଥଶର୍ମା କଲୋନି, ରାଉଳ ଶିବ ମନ୍ଦିର, ମୃଭିକା ସରକ୍ଷଣ କଲୋନୀ, ପୂଜାରୀପୁଟ, ରେଳବାଇ, ଗୋପନଗର ଚନ୍ଦ୍ରଶେଖର, କେନ୍ଦାର ସ୍ୱପ୍ନେଶ୍ଵର, ଭବାନୀନଗରସ୍ଥିତ ବଣକେଶ୍ଵର ଆଦି ମନ୍ଦିରରେ ଭକ୍ତମାନେ ଧାଡ଼ିରେ ଯାଇ ଦର୍ଶନ କରିଥିଲେ।
ଶାବରଶ୍ରୀକ୍ଷେତ୍ରରେ ଜଣେ ଯୁବକ ଜାଗର ଦୀପ ଜାଳି ଆଜି ସକାଳର ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ରହିବା ଫଟୋ ଓ ଭିଡିଓ ଭାଇରାଲ ହୋଇଛି।
କୋରାପୁଟ ଶାବର ଶ୍ରୀକ୍ଷେତ୍ର ପରିସରରେ ଶ୍ରୀ ଶବରେଶ୍ଵର ମନ୍ଦିରରେ ଶ୍ରଦ୍ଧାଳୁମାନେ ଧାଡ଼ି ବାନ୍ଧି ଦର୍ଶନ କରିଥିଲେ। ଶାବର ଶ୍ରୀକ୍ଷେତ୍ର ମନ୍ଦିରରେ ଜାଗର ଉପଲକ୍ଷେ ମନ୍ଦିରରେ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଶାବର ଶ୍ରୀକ୍ଷେତ୍ର ଜିଲ୍ଲାର ପ୍ରମୁଖ ତିର୍ଥ କ୍ଷେତ୍ର ହୋଇଥିବା ଯୋଗୁଁ ପ୍ରଶାସନ ପକ୍ଷରୁ ମଧ୍ୟ କଡା ବ୍ୟବସ୍ଥା କରାଯାଇଛି। ସେହିପରି ମହାଦେଇପୁଟ ନିକଟସ୍ଥ ଏକଡେଲି ଓ ପୋଡାଗଡ ନିକଟସ୍ଥ ଆମ୍ବଲି ଆମ୍ବଗୁଡାରେ ଥିବ ଶିବ ମନ୍ଦିରରରେ ଶିବରାତ୍ରି ପାଇଁ ବ୍ୟାପକ ଆୟୋଜନ ହୋଇଥିଲା। ବିଭିନ୍ନ ସ୍ଥାନରୁ ହଜାର ହଜାର ଲୋକ ଏହି ମନ୍ଦିରକୁ ଯାଇ ପ୍ରଭୂଙ୍କ ଆରାଧନ କରିଥିଲେ।
ଶାବର ଶ୍ରୀକ୍ଷେତ୍ରରେ ଜାଗର ଜାଳିଥିଲେ ଶତାଧିକ ମହିଳା ଓପୁରୁଷ। ତେବେ କିଛି ଜଣ ମହାଦୀପ ଉଠିବା ଓ ହରିହର ଭେଟ ହେବା ପରେ ପଳାଇଥିଲେ। ତେବେ ସକାଳର ସୂର୍ଯ୍ୟାସ୍ତ ହେବା ପର୍ଯ୍ୟନ୍ତ ଜଣେ ଭକ୍ତ ନିଜ ଜାଳିଥିବା ଜାଗର ଦୀପ ନିକଟରୁ ଉଠି ନଥିଲେ। ଆଜି ଏହି ଭକ୍ତଙ୍କ ପଟୋ ଚିତ୍ର ଓ ଭିଡିଓ ଭାଇରାଲ ହୋଇଛି। ସାଧାରଣରେ ଯୁବକଙ୍କ ନିଷ୍ଠା ଓ ଆଧ୍ୟାତ୍ମକିତାକୁ ନେଇ ଚର୍ଚ୍ଚା ଜୋର ଧରିଛି।
Follow Us