ପୋଲତଳକୁ ଖସିପଡ଼ିଲେ ବାଇକ ଆରୋହୀ; ଯୁବକ ମୃତ, ଅନ୍ୟ ଜଣେ ଗୁରୁତର

ମୃତ୍ୟୁ କାହା ପାଇଁ କେମିତି ଆସେ, ତାହା ନିୟତିର ହାତରେ ରହିଛି। ବାଲେଶ୍ବର ଜିଲ୍ଲା ସୋର ଅଞ୍ଚଳରେ ଆଜି ଏଭଳି ଏକ ଅଭାବନୀୟ ଘଟଣା ଘଟିଛି, ଯେଉଁଥିରେ ‌କି ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି।

soro

ସୋର: ନିଜ ଗନ୍ତବ୍ୟ ପଥରେ ଅଗ୍ରସର ହେବା ସମୟରେ ଦୁଇ ଜଣ ଯୁବକ ଭାରସାମ୍ୟ ହରାଇଛନ୍ତି। ସେମାନେ ପୋଲଉପର ଦେଇ ଯାଉଥିବା କୌଣସି ପ୍ରକାରରେ ଭାରସାମ୍ୟ ହରାଇଛନ୍ତି। ଫଳରେ ତଳକୁ ପଡ଼ି ଯାଇଛନ୍ତି। ଏହି ଦୁର୍ଘଟଣା ଯୋଗୁଁ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ଅଛନ୍ତି। ମୃତ ବ୍ୟକ୍ତି ହେଲେ ରବୀନ୍ଦ୍ର ସାହୁ ଓ ଆହତ ରବୀନ୍ଦ୍ର ମଣ୍ଡଳଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। 

ସୂଚନା ଅନୁସାରେ ଆଜି ମଧ୍ୟାହ୍ନରେ ସୋର ଥାନାରେ କାନପୁର ଗ୍ରାମର ରବୀନ୍ଦ୍ର ମଣ୍ଡଳ ଓ ରବୀନ୍ଦ୍ର ସାହୁ ସାଙ୍ଗ ହୋଇ ଏକ ବାଇକ୍‌ରେ ତୁଡ଼ିଗଡ଼ିଆକୁ ଯାଇଥିଲେ। ସେଠାରେ ସେମାନ କାମ ସାରି ପୁଣି ଘରକୁ ଫେରୁଥିଲେ। ଏହି ସମୟରେ ବାଟରେ ରାସ୍ତା ଖରାପ କାରଣରୁ ଭାରସାମ୍ୟ ହରାଇଥିଲେ। ଯେଉଁଠାରେ ସେମାନେ ଭାରସାମ୍ୟ ହରାଇଥିଲେ, ସେହି ସମୟରେ ଏକ ପୋଲ ଉପର ଦେଇ ଯାଉଥିଲେ। ତେଣୁ ସିଧାସଳଖ ତଳକୁ ଖସିପଡ଼ିଥିଲେ।

soro bike1

ବାଲେଶ୍ବର ଜିଲ୍ଲା ସ‌ୋର ଠାରୁ ସୁପାରି ପର୍ଯ୍ୟନ୍ତ ଯାଇଥିବା ରାସ୍ତାରେ ଦୈନିକ ଦୁର୍ଘଟଣା ଘଟୁଛି। ଦୀର୍ଘ ଦିନ ହେଲା ହୋଇନଥିବାରୁ ବାରମ୍ବାର ଦୁର୍ଘଟଣା ଘଟୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରୁଛନ୍ତି। ଏହି ରାସ୍ତାରେ ଦୈନିକ ଶହଶହ ଭାରିଯାନ ଚଳାଚଳ କରୁଥିବାରୁ ରାସ୍ତାଟି ଶୋଚନୀୟ ହୋଇପଡ଼ିଛି। 

ଦୁଇ ବାଇକ ଆରୋହୀ ପାଣିରେ ପଡ଼ିଯିବାର ଦେଖି ସ୍ଥାନୀୟ ଲୋକ ମଧ୍ୟରେ ତତ୍ପରତା ପ୍ରକାଶ ପାଇଥିଲା। ଲୋକେ ଯୁଦ୍ଧକାଳୀନ ଭିତ୍ତିରେ ଉଭୟଙ୍କୁ ପାଣିରୁ ଉଦ୍ଧର କରି ସୋର ଗୋଷ୍ଠୀ ସ୍ବ୍ୟାସ୍ଥ୍ୟ କେନ୍ଦ୍ରକୁ ନେଇଥିବା ବେଳେ ସେଠାରେ ଡାକ୍ତର ରବୀନ୍ଦ୍ର ସାହୁଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ତେବେ ରବୀନ୍ଦ୍ର ମଣ୍ଡଳଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ଅନ୍ୟପଟେ ପୋଲ ଉପରେ ଏହି ଅଘଟଣକୁ ନେଇ ଉତ୍ୟକ୍ତ ଲୋକେ ରାସ୍ତାରୋକ କରିଛନ୍ତି।

ରିପୋର୍ଟ ଲେଖାଯିବା ବେଳକୁ ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି। ଶତାଧିକ ଯାନବାହନ ଅଟକି ରହିଛି। ଘଟଣାସ୍ଥଳରେ ସ୍ଥାନୀୟ ପ୍ରଶାସନ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe