ବାଇକ୍ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ

ମୟୂରଭଞ୍ଜ ଜିଲ୍ଳା  ଥାନା ଅନ୍ତର୍ଗତ ଝରାଡିହି ଫାଣ୍ଡି ଅନ୍ତର୍ଗତ ଭାଲୁଡ଼ିହି ପାଖରେ ଭିତରଆମଦା ଗ୍ରାମର ସୁରତ ବିନ୍ଧାଣୀଙ୍କ ବର୍ଷର ପୁଅ ସାଗର ବିନ୍ଧାଣୀଙ୍କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି।

ଅଦ୍ୟତନ ହୋଇଛି
bike accident

bike accident Photograph: (Sambad )

ରାଇରଙ୍ଗପୁର/ଝରାଡିହି: ଭାରସାମ୍ୟ ହରାଇ ଗଛକୁ ଧକ୍କା ମାରି ବାଇକ୍‌ ଚାଳକଙ୍କ ମୃତ୍ୟୁ। ମୃତ ବ୍ୟକ୍ତି ହେଲେ ସାଗର ବିନ୍ଧାଣୀ (୨୪)।

ସୂଚନା ଅନୁଯାୟୀ ମୟୂରଭଞ୍ଜ ଜିଲ୍ଳା ଝରାଡିହି ଫାଣ୍ଡି ଅନ୍ତର୍ଗତ ଭାଲୁଡ଼ିହି ପାଖରେ ଭିତରଆମଦା ଗ୍ରାମର ସୁରତ ବିନ୍ଧାଣୀଙ୍କ ବର୍ଷର ପୁଅ ସାଗର ବିନ୍ଧାଣୀ ବହଳଦା ଥାନା ଅନ୍ତର୍ଗତ ବ୍ରାଭଣବୋଷ ଗ୍ରାମରେ ଥିବା ପିଉସୀ ଘରକୁ ଯାଉଥିବା ବେଳେ ଦୁର୍ଘଟରାର ଶିକାର ହୋଇଛନ୍ତି।।

ସାଗର ବିନ୍ଧାଣୀଙ୍କ ଭାଲୁଡିହି ଗ୍ରାମ ନିକଟରେ ଭାରସାମ୍ୟ ହରାଇ ଏକ ଶାଳ ଗଛ ସହିତ ଧକ୍କା ହୋଇଥିଲା। ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ଆମ୍ବୁଲାନ୍ସ ଯୋଗେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।

ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘଷଣା କରିଥିଲେ। ବହଳଦା ପୁଲିସ ଡାକ୍ତରଖାନା ପହଞ୍ଚି ଶବକୁ ଜବତ କରିଛି। ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରିଛି। ଏନେଇ ଏକ ଅପମୃତ ମାମଲା ରୁଜୁ କରି ଅଧିକ ତଦନ୍ତ କରୁଛନ୍ତି। ଦୁର୍ଘଟଣାଗ୍ରସ୍ତ ବାଇକ୍  (ଓଆର୍ ୧୧ ଜେ - ୮୪୬୮) କୁ ପୁଲିସ ଜବତ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe