‘ଆଇଓସିଏଲ୍‌’ରେ ଯୁବକଙ୍କ ଝୁଲନ୍ତା ମୃତଦେହ ଠାବ, ହତ୍ୟା ଅଭିଯୋଗ ଆଣିଲେ ପରିବାର

ପାରାଦୀପସ୍ଥିତ ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ୍‌ (ଆଇଓସିଏଲ୍‌) ଭିତରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଠାବ ହୋଇଛି। ମୃତ ଯୁବକ ହେଲେ କେନ୍ଦ୍ରାପଡ଼ା ଜିଲ୍ଲା ପାଟ୍ଟଳିପଙ୍କ ଗ୍ରାମର ଉଲ୍ଲାସ ଦାସ।

Paradip

ଜଗତସିଂହପୁର: ପାରାଦୀପସ୍ଥିତ ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ୍‌ (ଆଇଓସିଏଲ୍‌) ଭିତରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଠାବ ହୋଇଛି। ମୃତ ଯୁବକ ହେଲେ କେନ୍ଦ୍ରାପଡ଼ା ଜିଲ୍ଲା ପାଟ୍ଟଳିପଙ୍କ ଗ୍ରାମର ଉଲ୍ଲାସ ଦାସ। ଏହି ଘଟଣାକୁ ପରିବାର ଲୋକେ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି।

କେନ୍ଦ୍ରାପଡ଼ା ଜିଲ୍ଲା ପାଟ୍ଟଳିପଙ୍କ ଗ୍ରାମର ଉଲ୍ଲାସ ଦାସ ଆଇଓସିଏଲ୍‌ରେ ଇଲେକ୍ଟ୍ରି ଟେକ୍ନିସିଆନ ଭାବେ କାମ କରୁଥିଲେ। ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି। କ୍ଷତିପୂରଣ ଦାବିରେ ଆଇଓସିଏଲ ଫାଟକ ସମ୍ମୁଖରେ ପରିବାର, ଗ୍ରାମବାସୀ ଓ ସହକର୍ମୀମାନଙ୍କ ପକ୍ଷରୁ ଧାରଣା ଦିଆଯାଇଛି। ଫଳରେ ଆଇଓସିଏଲର ୨ ଟି ଜାକ ଗେଟ୍ ସମ୍ପୁର୍ଣ୍ଣ ବନ୍ଦ ହୋଇଯାଇଛି। କମ୍ପାନି ଭିତରକୁ ଯିବା ଆସିବା ସମ୍ପୁର୍ଣ୍ଣ ଠପ୍ ହୋଇଯାଇଛି। ଘଟଣାସ୍ଥଳରେ ଅଭୟଚାନ୍ଦପୁର ଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ମୃତ ଯୁବକ ଆଇଓସିଏଲ କମ୍ପାନିର ଠିକା ସଂସ୍ଥା ଅପରେସନାଲ ଏନର୍ଜି ଗ୍ରୁପ ଇଣ୍ଡିଆ ଲିଃ ଟେଡ୍‌ରେ ଇଲେକ୍ଟ୍ରି ଟେକ୍ନିସିଆନ ଭାବେ କାର୍ଯ୍ୟ କରୁଥିବା ବେଳେ, ଗତକାଲି ସେ ଘରୁ ଡିୟୁଟି କରିବା ପାଇଁ କମ୍ପାନିକୁ ଆସିଥିଲେ। ମାତ୍ର ରାତିରେ କାମ କରୁଥିବା ସାଇଡ଼ରେ ତାଙ୍କର ମୃତଦେହ ଝୁଲୁଥିବା କିଛି ସହକର୍ମୀ ଘରକୁ ଜଣାଇଥିଲେ। ସକାଳୁ ପରିବାର ଲୋକେ ଗେଟ୍ ପାଖରେ ଧାରଣା ଦେଇଛନ୍ତି। 

ଦୀର୍ଘ ୧୫ ବର୍ଷ ହେଲା ସେ ଏଠାରେ କାମ କରୁଥିବା ବେଳେ ଯେଉଁଠାରୁ ତାଙ୍କର ମୃତଦେହ ଠାବ କରାଯାଇଛି। ସେଠାକୁ ଏକୁଟିଆ କେହି ଯାଆନ୍ତି ନାହିଁ। ତେଣୁ ତାଙ୍କର କରେଣ୍ଟ ଲାଗି ମୃତ୍ୟୁ ହୋଇଛି କିମ୍ବା ତାଙ୍କୁ ମାରିକି କେହି ଟାଙ୍ଗି ଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ ଓ ଆଇଓସିଏଲରେ ତାଙ୍କ ପତ୍ନୀଙ୍କୁ ଚାକିରି ଦାବିରେ ଧାରଣା ଦେଇଛନ୍ତି ପରିବାର ଲୋକେ।

Jagatsinghpur

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe