ନରେନ୍ଦ୍ର ପୁଷ୍କରିଣୀରେ ପୁଣି ଅଘଟଣ: ଗାଧୋଇବା ବେଳେ ଯୁବକଙ୍କ ମୃତ୍ୟୁ

ବିଶ୍ବ ପ୍ରସିଦ୍ଧ ଶ୍ରୀକ୍ଷେତ୍ର ପୁରୀର ଆଧ୍ୟାତ୍ମିକ ପୋଖରୀ ‘ନରେନ୍ଦ୍ର ପୁଷ୍କରିଣୀ’ରେ ବୁଧବାର ଅପରାହ୍‌ଣରେ ପୁଣି ଥରେ ଅଘଟଣ ଘଟିଛି। ଏଠାରେ ଗାଧୋଇବା ସମୟରେ ବୁଡ଼ି ଯାଇ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି।

ଅଦ୍ୟତନ ହୋଇଛି
Narendra Pond

Narendra Pond Photograph: (sambad.in)

ପୁରୀ: ବିଶ୍ବ ପ୍ରସିଦ୍ଧ ଶ୍ରୀକ୍ଷେତ୍ର ପୁରୀର ଆଧ୍ୟାତ୍ମିକ ପୋଖରୀ ‘ନରେନ୍ଦ୍ର ପୁଷ୍କରିଣୀ’ରେ ବୁଧବାର ଅପରାହ୍‌ଣରେ ପୁଣି ଥରେ ଅଘଟଣ ଘଟିଛି। ଏଠାରେ ଗାଧୋଇବା ସମୟରେ ବୁଡ଼ି ଯାଇ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ରିପୋର୍ଟ ଲେଖାଯିବା ବେଳକୁ ମୃତ ବ୍ୟକ୍ତିଙ୍କର ପରିଚୟ ମିଳିପାରି ନାହିଁ। 

ସୂଚନା ଅନୁସାରେ ପ୍ରବଳ ଗରମରୁ ଆଶ୍ବସ୍ତି ପାଇବା ପାଇଁ ଯୁବକ ଜଣକ ଆଜି ଅପରାହ୍‌ଣରେ ନରେନ୍ଦ୍ର ପୁଷ୍କରିଣୀରେ ଗାଧୋଇବାକୁ ଯାଇଥିଲେ। ପାଣିରେ ପହଁରିବା ତାଙ୍କର ଅଭ୍ୟାସ ନଥିବାରୁ ସେ କୂଳକୁ ଆସି ପାରି ନଥିଲେ। ଯୁବକ ଜଣକ ବୁଡ଼ିଯାଉଥିବା ଦେଖି ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀକୁ ସୂଚନା ଦେଇଥିଲେ।

ନରେନ୍ଦ୍ର ପୋଖରୀରେ ବୁଡ଼ି ଯାଇ ମୃତ୍ୟୁ ଘଟଣା ନୁଆଁ ନୁହେଁ। ପୂର୍ବରୁ ମଧ୍ୟ ଏଭଳି ଅପ୍ରୀତିକର ଘଟଣା ଘଟିଛି। ଗତବର୍ଷ ନରେନ୍ଦ୍ର ପୁଷ୍କରିଣୀରେ ଗାଧୋଇଥିବା ବେଳେ ଗଂଜାମ ଜିଲ୍ଲା ବ୍ରହ୍ମପୁର ଉପଖଣ୍ଡ କୁକୁଡ଼ାହାଣ୍ଡିର ରାଜ କିଶୋର ଶତପଥୀ(୨୩) ଏବଂ ଇଚ୍ଛାପୁରର ନଳିନୀକାନ୍ତ ତ୍ରିପାଠୀ(୨୭)ଙ୍କର ମୃତ୍ୟୁ ଘଟିଥିଲା। ଦୁହେଁ ଶ୍ରାଦ୍ଧ ଲାଗି ପୁରୀ ଆସିଥିଲେ। ନରେନ୍ଦ୍ର ପୁଷ୍କରିଣୀରେ ଗାଧୋଇବା ବେଳେ ଦୁହେଁ ବୁଡ଼ିଯାଇଥିଲେ। କିଛି ସମୟ ପରେ ଅଗ୍ନିଶମ ବାହିନୀ ଉଭୟଙ୍କ ମୃତଦେହ ଉଦ୍ଧାର କରିଥିଲେ। ସବୁଠାରୁ ବଡ଼ କଥା ହେଲା ଗତ ବର୍ଷ ନରେନ୍ଦ୍ର ପୋଖରୀରେ ବାଣ ବିସ୍ଫୋରଣ କାରଣରୁ ଅନେକ ଲୋକଙ୍କର ମୃତ୍ୟୁ ଘଟଣା। ଏହି ଖବର ରାଜ୍ୟବ୍ୟାପି ଚହଳ ପକାଇଥିଲା।

ଘଟଣାସ୍ଥଳରେ ଅଗ୍ନିଶମବାହିନୀ ପକ୍ଷରୁ ବହୁ ସମୟ ପର୍ଯ୍ୟନ୍ତ ଖୋଜାଖୋଜି ପରେ ଯୁବକ ଜଣକ ମିଳିଥିଲେ। ତାଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥିଲା, ଯେଉଁଠାରେ କି ଡାକ୍ତର ମୃତ ଘୋଷଣା କରିଥିଲେ। 

ସୂଚନା: ଏହି ଖବରକୁ କ୍ରମାଗତ ଭାବେ ଅପଡେଟ୍ କରାଯାଉଛି। ଆମେ ଆମର ସମସ୍ତ ପାଠକଙ୍କୁ ଏହି ମୁହୂର୍ତ୍ତର ଖବର ସହିତ ଅପଡେଟ୍ କରିବାକୁ ଉଦ୍ୟମ ଜାରି ରଖିଛୁ। ଆମେ ଆପଣଙ୍କ ପାଇଁ ସଦ୍ୟତମ ଖବର ତୁରନ୍ତ ଆଣିବାକୁ ପ୍ରତିଶ୍ରୁତିବଦ୍ଧ। ପ୍ରାଥମିକ ସୂଚନା ମାଧ୍ୟମରେ ଆମେ କ୍ରମାଗତ ଭାବରେ ଏହି ଖବର ଅପଡେଟ୍ କରୁଛୁ। ସଦ୍ୟତମ ଖବର ଏବଂ ଅପଡେଟ୍ ପାଇଁ sambad.in ସହିତ ରୁହନ୍ତୁ।

puri | Narendra pond

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe