ରୋଗ ଯନ୍ତ୍ରଣା ସହି ନ ପାରି ଜୀବନ ହାରିଲେ ଯୁବକ

ରୋଗ ଯନ୍ତ୍ରଣା ଅସହ୍ୟ ହେବା  ବେକରେ ରଶି ବାନ୍ଧି ଆତ୍ମହତ୍ୟା କଲେ ଯୁବକ | ମୃତ ଯୁବକ ହେଲେ ବାଲିପାଟଣା ଥାନା ସରାଟ ଗ୍ରାମର କ୍ଷୀରୋଦ ପ୍ରଧାନ ଓରଫ ଟିକି ( ୩୬ )। ସେ ମାନସିକ ସ୍ତରରେ ଦୁର୍ବଳ ଥିଲେ |

Untitled

ବାଲିପାଟଣା: ରୋଗ ଯନ୍ତ୍ରଣା ଅସହ୍ୟ ହେବା  ବେକରେ ରଶି ବାନ୍ଧି ଆତ୍ମହତ୍ୟା କଲେ ଯୁବକ | ମୃତ ଯୁବକ ହେଲେ ବାଲିପାଟଣା ଥାନା ସରାଟ ଗ୍ରାମର କ୍ଷୀରୋଦ ପ୍ରଧାନ ଓରଫ ଟିକି ( ୩୬ ) |
କ୍ଷୀରୋଦ କିଛି ଦିନ ହେଲା ହଳଦିଆ କାମଳ, ଜ୍ୱରରେ ଆକ୍ରାନ୍ତ ଥିଲେ | ପରିବାର ଲୋକେ ତାଙ୍କୁ ବିଭିନ୍ନ ହସ୍ପିଟାଲ ନେଇ ଚିକିତ୍ସା କରିବାକୁ ଚେଷ୍ଟା କରିଥିଲେ | କ୍ଷୀରୋଦ ହସ୍ପିଟାଲରେ ରହିବାକୁ ଭୟ କରୁଥିଲେ | କିଛି ଦିନ ତଳେ କ୍ଷୀରୋଦ ଆଡମିସନ ପରେ ହସ୍ପିଟାଲ ବେଡ଼ ଛାଡି ଘରକୁ ଚାଲି ଆସିଥିଲେ | ସେ ମାନସିକ ସ୍ତରରେ ଦୁର୍ବଳ ହୋଇ ପଡିଥିଲେ | ଆଜି କ୍ୟାପିଟାଲ ହସ୍ପିଟାଲକୁ ଯିବା ପାଇଁ ସ୍ଥିର ହୋଇଥିଲା | ସେ ବିଷୟରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ପରିବାର ଲୋକଙ୍କ ସହ କଥା ମଧ୍ୟ ହୋଇଥିଲେ | ଭୋରୁ ଟେଣ୍ଟ ସାମଗ୍ରୀ ଗୋଦାମ ଘରେ ବେକରେ କପଡା ବାନ୍ଧି ଝୁଲି ପଡିଥିଲେ |

ପରିବାର ଲୋକେ ଘରେ ନ ପାଇବାରୁ ଆଖପାଖରେ ଖୋଜାଖୋଜି କରିଥିଲେ | ଘର ଭିତରେ ଝୁଲନ୍ତା ଅବସ୍ଥାରେ ତାଙ୍କର ମୃତଦେହ ଦେଖି ସେମାନେ ଗାଁ ଲୋକଙ୍କୁ ଡାକିଥିଲେ | ତାଙ୍କୁ ଉଦ୍ଧାର କରି ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣା ଯାଇଥିଲା | ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ| ବାଲିପାଟଣା ପୁଲିସ ଶବ ବ୍ୟବଚ୍ଛେଦ ପାଇଁ ପ୍ରକ୍ରିୟା ଜାରି ରଖିଛି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe