Death Young Man: ପିନ୍ଧା ଗାମୁଛାକୁ ବେକରେ ବାନ୍ଧି ଜୀବନ ହାରିଲେ ଯୁବକ

ବାଲେଶ୍ବର ଜିଲ୍ଲା ସୋର ଥାନା ମାଣିପୁର ପଞ୍ଚାୟତ ବେଙ୍ଗେଇ ଗ୍ରାମର ଜଣେ Young Man ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ମୃତକ ହେଲେ ଏହି ଗ୍ରାମର ସମାଇ ସିଂ(୩୮)।

soro hospital

young man dies at soro Photograph: (sambad.in)

ସୋର: ସୋର ଥାନା ମାଣିପୁର ପଞ୍ଚାୟତ ବେଙ୍ଗେଇ ଗ୍ରାମର ଜଣେ ଯୁବକ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଏହି ଗ୍ରାମର ସମାଇ ସିଂ(୩୮) ମାଣିପୁର ବଜାରରେ ଏକ କୁକୁଡ଼ା ଦୋକାନ କରିଛନ୍ତି। ସକାଳେ ତାଙ୍କୁ ଘରେ ନପାଇ ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ଶେଷରେ ଘର ଠାରୁ କିଛି ଦୁରରେ ଥିବା ଏକ ଶାଳ ଗଛରେ ବେକରେ ଗାମୁଛା ବାନ୍ଧି ଝୁଲୁଥିବାର ଦେଖିଥିଲେ।

 ମୃତ ଘୋଷଣା କଲେ ଡାକ୍ତର

ପରେ ତାଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାକୁ ଆଣିଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଏହି ଖବର ସ୍ଥାନୀୟ ଅଞ୍ଚଳରେ ପ୍ରଚାରିତ ହେବା ପରେ ଶୋକର ଛାୟା ଖେଳିଯାଇଛି।

ଆହୁରି ପଢ଼ନ୍ତୁ: Fir Bjd Pranab Prakash Das: ବିଜେଡି ନେତା ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ନାଆଁରେ କୋମନା ଥାନାରେ ଲିଖତ ଅଭିଯୋଗ, ଆକ୍ରମଣ ସାଙ୍ଗକୁ ହତ୍ୟା ଧମକ

ଆହୁରି ପଢ଼ନ୍ତୁ: 'Subhadra Ekta Padayatra': ସର୍ଦ୍ଦାର ପଟେଲଙ୍କ ଜୟନ୍ତୀରେ ‘ସୁଭଦ୍ରା ଏକତା ପଦଯାତ୍ରା’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe