କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ବାଉଁଶପାଳ ଗ୍ରାମ ନିକଟରେ ବାରହା ଫାଶରେ ପଡ଼ି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି l ମୃତ ଯୁବକ କଙ୍କିଳି ଗ୍ରାମ ମୁଣ୍ଡାସାହିର ସନ୍ତୋଷ ପଧାନ l
ସୂଚନା ଅନୁସାରେ ଗତକାଲି ସଂନ୍ଧ୍ୟା ସମୟରେ ସନ୍ତୋଷ ନିଜ ପରିବାର ଲୋକଙ୍କ ସହ ନିଜ ଶଶ୍ୱର ଘର ଗୁଣ୍ଡିଚାନାଳି ଗ୍ରାମରୁ ନିଜ ଗ୍ରାମ କଙ୍କିଳି ଯାଉଥିବା ବେଳେ ବାଉଁଶପାଳ ଗ୍ରାମ ନିକଟରେ ବିଲରେ ପଡ଼ିଥିବା ଏକ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯାଇଥିଲେl ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା l ବାଉଁଶପାଳ ଗ୍ରାମ ନିକଟରେ ଅବାଧ ବାରହା ଶିକାର କରିବା ପାଇଁ ବିଦ୍ୟୁତ ତାର ବିଛାଯାଉଥିବା ବେଳେ ଅନେକ ସମୟରେ ବିଦ୍ୟୁତ ଆଘାତରେ ବନ୍ୟଜନ୍ତୁ ଓ ମଣିଷଙ୍କ ମୃତ୍ୟୁ ହେଉଛି l ବନବିଭାଗ କାର୍ଯ୍ୟାଳୟଠାରୁ ମାତ୍ର ୪ କିଲୋମିଟର ଦୂରରେ ରହିଥିବା ବାଉଁଶପାଳ ଗ୍ରାମରେ ବର୍ଷର ପ୍ରତ୍ୟେକ ସମୟରେ ବାରହା ଶିକାର କରାଯାଉଥିବା ବେଳେ ବନ ବିଭାଗ ନିରବଦ୍ରଷ୍ଟା, ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କ କାର୍ଯ୍ୟଦକ୍ଷତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି l ତେବେ ବିଦ୍ୟୁତ ତାର ସଂସ୍ପର୍ଶ ରେ ଆସି ମୃତ୍ୟୁବରଣ କରିଥିବା ସନ୍ତୋଷଙ୍କ ଶବକୁ ପୁଲିସ ଜବତ କରି କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରିଥିବା ବେଳେ ଘଟଣାର ତଦନ୍ତ ଜାରି ରଖିଛି l
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us