Death Young Man Attack Elephant ଯୁବକଙ୍କୁ କଚାଡ଼ି ମାରିଲା ଗୋଠଛଡ଼ା ହାତୀ

ଶୌଚ ପାଇଁ ବାହାରକୁ ଯାଇଥିବାବେଳେ ଯୁବକଙ୍କୁ ଦଳିଦେଲା ଗୋଠଛଡ଼ା Elephant। ମୃତକ ହେଉଛନ୍ତି କୁଆଁରମୁଣ୍ଡା ବ୍ଲକ କର୍ମାବାହାଲ କେଦାର ରାଉତ(୫୩)। ଡାକ୍ତର କେଦାର ରାଉତଙ୍କୁ ମୃତ ଘୋଷଣା କରିଥିଲେ।

Elephant

young man dies by attack of elephant Photograph: (sambad.in)

ରାଉରକେଲା: ଯୁବକଙ୍କୁ ଦଳିଦେଲା ଗୋଠଛଡ଼ା ହାତୀ। ମୃତକ ହେଉଛନ୍ତି କୁଆଁରମୁଣ୍ଡା ବ୍ଲକ କର୍ମାବାହାଲ କେଦାର ରାଉତ(୫୩)। ଶୌଚ ପାଇଁ ବାହାରକୁ ଯାଇଥିବାବେଳେ ହାତୀ କଚାଡ଼ିଦେଇଥିଲା। ପରେ ତାଙ୍କୁ ଗ୍ରାମବାସୀ ଉଦ୍ଧାରକରି ହସ୍ପିଟାଲକୁ ନେଇଥିଲେ।  ତେବେ ଡାକ୍ତର ସେଠାରେ କେଦାର ରାଉତଙ୍କୁ ମୃତ ଘୋଷଣା କରିଥିଲେ।

ଉଲ୍ଲେଖଯୋଗ୍ୟ, ଦୀର୍ଘଦିନ ହେଲେ ଅଂଚଳରେ ୨୭ ଟିକିଆ ହାତୀପଲ ଉପଦ୍ରବ ଜାରି ରଖିଛନ୍ତି। ବହୁ ପରିମାଣର ଫସଲ, ଚଢା ଜମି ନଷ୍ଟ କରିସାରିଲେଣି।

ଆହୁରି ପଢ଼ନ୍ତୁ: Bjp Bjd Bhadrak ୭ରେ ବିଜେପିର ମହାମିଶ୍ରଣ ପର୍ବ: ବିଜେଡି ଦୁର୍ଗ ଭାଙ୍ଗି ଯାଉଥିବା ବେଳେ, ଗଡ଼ ରକ୍ଷା କରିପାରି‌ବେ ତ ପ୍ରଫୁଲ୍ଲ?

ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ହାତୀ ଆକ୍ରମଣରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି I ଗୁରୁତର ଆହତ ଜଣଙ୍କ ହେଲେ କଲ୍ୟାଣସିଂହପୁର ଥାନା ଅନ୍ତର୍ଗତ ପାର୍ଶIଲି ପଞ୍ଚାୟତ ବୁଡ଼ୁନି ଗ୍ରାମର ଵାଲା ଶିକକା (୩୫)I 

ଗତକାଲି  ରାତିରେ ଵାଲା ନିୟମଗିରି ପାହାଡ଼ରେ ଥିବା  ନିଜର ଝୁଡୁଙ୍ଗ ଫସଲ ସୁରକ୍ଷା ଦେବାକୁ ଯାଇ ଆଜି ଭୋରରେ ଦନ୍ତା ହାତୀ ହାବୁଡ଼ରେ ପଡ଼ିଥିଲେ I ଦନ୍ତା ହାତୀ ଆକ୍ରମଣ ପରେ ଗ୍ରାମବାସୀମାନେ ତାଙ୍କୁ ଉଦ୍ଧାର କରି କଲ୍ୟାଣସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଚିକିତ୍ସା ପାଇଁ ଆଣିଥିଲେ I କିନ୍ତୁ ତାଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା I 

କିଛି ଦିନ ହେଲା କଲ୍ୟାଣସିଂହପୁର ବ୍ଲକ ନିୟମଗିରି ପାହାଡ଼ରେ ୨ଟି ହାତୀ ଧାନ ଫସଲ ନଷ୍ଟ କରିବା ସହିତ ଘର ଭାଙ୍ଗି ଧନଜୀବନ ହାନୀ ଘଟାଉଥିବାରୁ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି I

ଆହୁରି ପଢ଼ନ୍ତୁ:Murder Main Accused Arrested ଜମି ବିବାଦକୁ କେନ୍ଦ୍ର କରି ହତ୍ୟାକାଣ୍ଡ, ମୁଖ୍ୟ ଅଭିଯୁକ୍ତ ଓ ୫ ସହଯୋଗୀଙ୍କୁ ବାନ୍ଧିଲା ପୁଲିସ

ଜଣେ ବାଳକକୁ ଦଳି ଦେଇଥିଲା ହାତୀ

କିଛି ଦିନ ତଳେ କଲ୍ୟାଣସିଂହପୁର ସୀମାବର୍ତ୍ତୀ ଅଞ୍ଚଳରେ ଜଣେ ବାଳକକୁ ହାତୀ ଦଳି ଦେଇଥିଲା I ଏହି ୨ଟି ହାତୀକୁ ବନ ବିଭାଗ ଲାଞ୍ଜିଗଡ଼ ଅଞ୍ଚଳକୁ ଘଉଡ଼ାଇ ଦେଇଥିଲା  କିନ୍ତୁ ୨ଟି ହାତୀ ପୁନର୍ବାର କଲ୍ୟାଣସିଂହପୁର ଫେରି ଏହି କାଣ୍ଡ ଘଟାଇଛନ୍ତି I ବନ ବିଭାଗ ପକ୍ଷରୁ ହାତୀ ଗତିବିଧି ସମ୍ପର୍କରେ ଲୋକଙ୍କୁ ସୂଚନା ଦେବାକୁ ରେଞ୍ଜର ଚନ୍ଦନ ଗମାଙ୍ଗ ଅନୁରୋଧ କରିବା ସହ ହାତୀକୁ ଉତ୍ତେଜିତ ନ କରିବାକୁ କହିଛନ୍ତି I

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe