ଦଳିଦେଲା ହାତୀ, ଚାଲିଗଲା ଯୁବକଙ୍କ ଜୀବନ

ଅଧ ରାତିରେ ପରିସ୍ରା କରିବାକୁ ଘରୁ ବାହାରିଥିବା ବେଳେ ଦଳି ଦେଲା ଦନ୍ତା। କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ଅନ୍ତର୍ଗତ ବାଲିବନ୍ଧ ସେକ୍ସନର ରେଭେନ୍ସାପୁର(ଖ) ଗ୍ରାମରେ ଘଟିଛି ଅଘଟଣ। ମୃତକ ହେଲେ ରଥ ମୁଣ୍ଡା।

ଚମ୍ପୁଆ: ଅଧ ରାତିରେ ପରିସ୍ରା କରିବାକୁ ଘରୁ ବାହାରିଥିବା ବେଳେ ଦଳି ଦେଲା ଦନ୍ତା। କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ଅନ୍ତର୍ଗତ ବାଲିବନ୍ଧ ସେକ୍ସନର ରେଭେନ୍ସାପୁର(ଖ) ଗ୍ରାମରେ ଘଟିଛି ଅଘଟଣ।

ରାତି ପ୍ରାୟ ୨ଟା ବେଳେ ରେଭେନ୍ସାପୁର(ଖ) ଗ୍ରାମର ରଥ ମୁଣ୍ଡା ଘରୁ ପରିସ୍ରା କରିବାକୁ ବାହାରିଥିଲେ। ଏହି ସମୟରେ ଘର ଆଗରେ ଛକି ରହିଥ‌ିବା ଏକ ହାତୀ ତାଙ୍କୁ ଧରି ପାଦରେ ଦଳି ଦେବାରୁ   ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।ଖବର ପାଇ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ଚମ୍ପୁଆ ଉପଖଣ୍ଡ ଡାକ୍ତରଖାନାକୁ  ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ରାତି ପ୍ରାୟ ୨ଟା ବେଳେ ରେଭେନ୍ସାପୁର(ଖ) ଗ୍ରାମର ରଥ ମୁଣ୍ଡା ଘରୁ ପରିସ୍ରା କରିବାକୁ ବାହାରିଥିଲେ। ଏହି ସମୟରେ ଘର ଆଗରେ ଛକି ରହିଥ‌ିବା ଏକ ହାତୀ ତାଙ୍କୁ ଧରି ପାଦରେ ଦଳି ଦେବାରୁ   ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।

 ଖବର ପାଇ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ଚମ୍ପୁଆ ଉପଖଣ୍ଡ ଡାକ୍ତରଖାନାକୁ  ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡ଼ିଛି।

 ସୂଚନାଯୋଗ୍ୟ କି ନୁଣଗୋଠାଣି ଗାଁ ଜଙ୍ଗଲରେ ୩୨ ଟିକିଆ ହାତୀପଲ ଥିବା ବେଳେ ଏହି ପଲରୁ ଅଲଗା ହୋଇ ଏକ ଦନ୍ତା ହାତୀ ରେଭେନ୍ସାପୁର ଗ୍ରାମରେ ଉନ୍ମତ୍ତ କାଣ୍ଡ ଘଟାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe