ହାତୀ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ, ତରଭାରେ ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତା ଅବରୋଧ

Advertisment

ସାତକୋଶିଆ ଅଭୟାରଣ୍ୟରେ ଗତକାଲି ବିଳମ୍ବିତ ରାତିରେ ହାତୀ ଆକ୍ରମଣରେ ତରଭା ଗାଁର ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ଉତ୍ତ୍ୟକ୍ତ ଲୋକେ ଜଗନ୍ନାଥପୁର - ଟିକରପଡ଼ା ରାସ୍ତା ଅବରୋଧ କରିଛନ୍ତି।

ସାତକୋଶିଆ ଅଭୟାରଣ୍ୟରେ ଗତକାଲି ବିଳମ୍ବିତ ରାତିରେ ହାତୀ ଆକ୍ରମଣରେ ତରଭା ଗାଁର ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ଉତ୍ତ୍ୟକ୍ତ ଲୋକେ ଜଗନ୍ନାଥପୁର - ଟିକରପଡ଼ା ରାସ୍ତା ଅବରୋଧ କରିଛନ୍ତି।

njh

ଅନୁଗୁଳ: ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟରେ ଗତକାଲି ବିଳମ୍ବିତ ରାତିରେ ହାତୀ ଆକ୍ରମଣରେ ତରଭା ଗାଁର ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ଆଜି ସକାଳେ ଏହି ଘଟଣା ଜଣାପଡ଼ିଥିବା ବେଳେ ଉତ୍ତ୍ୟକ୍ତ ଲୋକେ ଜଗନ୍ନାଥପୁର - ଟିକରପଡ଼ା ରାସ୍ତା ଅବରୋଧ କରିଛନ୍ତି। ଫଳରେ ଅଭୟାରଣ୍ୟର ଟିକରପଡା ଅଞ୍ଚଳକୁ ଗାଡ଼ି ଚଳାଚଳ ବନ୍ଦ ରହିଛି।

ପମ୍ପାସର ରେଞ୍ଜ ତରଭା ଗାଁରେ ଗତକାଲି ରାତିରେ ହାତୀ ଉପଦ୍ରଵ ରହିଥିଲା। ଗାଁର ଅନିଲ ଭୋଇ (୨୬) ରାତିରେ କୌଣସି କାମରେ ଅନ୍ୟ ଏକ ସାହିକୁ ଯାଇ ଘରକୁ ଫେରିବା ବେଳେ ଏକ ଦନ୍ତା ହାତୀ ତାଙ୍କୁ ଆକ୍ରମଣ କରିଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଗତକାଲି ରାତିରେ ଏହି ଘଟଣା ସମ୍ପର୍କରେ ଗ୍ରାମବାସୀମାନେ ଜାଣିପାରିନଥିବା ବେଳେ ସକାଳେ ହାତୀ ଆକ୍ରମଣରେ ଅନିଲଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଥିଲା। ପୁରୁଣାକୋଟ ପୁଲିସ ସହିତ ପମ୍ପାସର ଡେପୁଟି ରେଞ୍ଜର ଡିଲେଶ୍ଵର ନାୟକ ତରଭା ଗାଁରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଛନ୍ତି।

ସୂଚନା ମୁତାବକ, ପମ୍ପାସର ରେଞ୍ଜ ତରଭା ଗାଁରେ ଗତକାଲି ରାତିରେ ହାତୀ ଉପଦ୍ରଵ ରହିଥିଲା। ଗାଁର ଅନିଲ ଭୋଇ (୨୬) ରାତିରେ କୌଣସି କାମରେ ଅନ୍ୟ ଏକ ସାହିକୁ ଯାଇ ଘରକୁ ଫେରିବା ବେଳେ ଏକ ଦନ୍ତା ହାତୀ ତାଙ୍କୁ ଆକ୍ରମଣ କରିଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଗତକାଲି ରାତିରେ ଏହି ଘଟଣା ସମ୍ପର୍କରେ ଗ୍ରାମବାସୀମାନେ ଜାଣିପାରିନଥିବା ବେଳେ ସକାଳେ ହାତୀ ଆକ୍ରମଣରେ ଅନିଲଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଥିଲା।  ପୁରୁଣାକୋଟ ପୁଲିସ ସହିତ ପମ୍ପାସର ଡେପୁଟି ରେଞ୍ଜର ଡିଲେଶ୍ଵର ନାୟକ ତରଭା ଗାଁରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଛନ୍ତି।

ହାତୀ ଆକ୍ରମଣରେ ଅନିଲଙ୍କ ମୃତ୍ୟୁ ଘଟଣାକୁ ନେଇ ଏବେ ଉତ୍ତ୍ୟକ୍ତ ଗାଁ ଲୋକେ ରାସ୍ତା ଅବରୋଧ କରିଥିବା ଜଣାପଡ଼ିଛି। ଫଳରେ ପୁରୁଣାକୋଟ ଓ ଟିକରପଡ଼ା ଅଞ୍ଚଳକୁ ଯାତାୟତ ବାଧାପ୍ରାପ୍ତ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe