ଟ୍ରକ୍‌ ଧକ୍କାରେ ଯୁବକଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ଥାନା ଘେରାଉ

ବେଦବ୍ୟାସ ଟିସିଆଇ ଛକରେ ଟ୍ରକ୍‌ ଧକ୍କାରେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଫାର୍ସାଟୋଲା ଗୁଆଲାଖଟାଲ ବସ୍ତିର ବିଶ୍ବଜିତ୍‌ ସିଂ (୨୪)। ମୃତକଙ୍କ ପରିବାରକୁ କ୍ଷତିପୂରଣ ଓ ଟ୍ରକ୍‌ ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଉତ୍ତେଜିତ ଲୋକ ବ୍ରାହ୍ମଣୀତରଙ୍ଗ ଥାନା ଘେରାଉ କରିଥିଲେ।

bnj

ରାଉରକେଲା/ବେଦବ୍ୟାସ: ବେଦବ୍ୟାସ ଟିସିଆଇ ଛକରେ ଟ୍ରକ୍‌ ଧକ୍କାରେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଫାର୍ସାଟୋଲା ଗୁଆଲାଖଟାଲ ବସ୍ତିର ବିଶ୍ବଜିତ୍‌ ସିଂ (୨୪)। ମୃତକଙ୍କ ପରିବାରକୁ କ୍ଷତିପୂରଣ ଓ ଟ୍ରକ୍‌ ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଉତ୍ତେଜିତ ଲୋକ ବ୍ରାହ୍ମଣୀତରଙ୍ଗ ଥାନା ଘେରାଉ କରିଥିଲେ। ପୁଲିସ ଅଧିକାରୀ ଉତ୍ତେଜିତ ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଦୁର୍ଘଟଣାଗ୍ରସ୍ତ ଟ୍ରକ ଓ ମୋଟରବାଇକ୍‌କୁ ଜବତ କରି ଘଟଣାର ତଦନ୍ତ ଚଳାଇଛି।

ଫାର୍ସାଟୋଲା ଗୁଆଲାଖଟାଲ ବସ୍ତିର ବିଶ୍ବଜିତ୍‌ ସିଂହ କଲୁଙ୍ଗାସ୍ଥ ଏକ କାରଖାନାରେ କାମ କରନ୍ତି। ପ୍ରତିଦିନ ପରି ଆଜି ସକାଳ ପ୍ରାୟ ସାଢ଼େ ୮ଟାରେ ଘରୁ ମୋଟରବାଇକ୍‌ (ଓଡି୦୩ଆର୍‌-୬୧୮୪)ରେ କାରଖାନାକୁ ଯାଉଥିଲେ। ଟିସିଆଇ ଛକ ନିକଟରେ ପଛରୁ ଦ୍ରୁତ ଗତିରେ ଆସୁଥିବା ଟ୍ରକ୍‌ (ଓଡି୦୯ଭି-୪୭୪୦) ମୋଟରବାଇକ୍‌କୁ ଧକା ଦେଇଥିଲା। ବାଇକ୍‌ ସହ ତଳେ ପଡ଼ିଯିବା ପରେ ଟ୍ରକ୍‌ ବିଶ୍ବଜିତଙ୍କ ଉପରେ ଚଢ଼ି ଯାଇଥିଲା। ଫଳରେ ତାଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା।

ଫାର୍ସାଟୋଲା ଗୁଆଲାଖଟାଲ ବସ୍ତିର ବିଶ୍ବଜିତ୍‌ ସିଂହ କଲୁଙ୍ଗାସ୍ଥ ଏକ କାରଖାନାରେ କାମ କରନ୍ତି। ପ୍ରତିଦିନ ପରି ଆଜି ସକାଳ ପ୍ରାୟ ସାଢ଼େ ୮ଟାରେ ଘରୁ ମୋଟରବାଇକ୍‌ (ଓଡି୦୩ଆର୍‌-୬୧୮୪)ରେ କାରଖାନାକୁ ଯାଉଥିଲେ। ଟିସିଆଇ ଛକ ନିକଟରେ ପଛରୁ ଦ୍ରୁତ ଗତିରେ ଆସୁଥିବା ଟ୍ରକ୍‌ (ଓଡି୦୯ଭି-୪୭୪୦) ମୋଟରବାଇକ୍‌କୁ ଧକା ଦେଇଥିଲା। ବାଇକ୍‌ ସହ ତଳେ ପଡ଼ିଯିବା ପରେ ଟ୍ରକ୍‌ ବିଶ୍ବଜିତଙ୍କ ଉପରେ ଚଢ଼ି ଯାଇଥିଲା। ଫଳରେ ତାଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା। ଦୁର୍ଘଟଣାପରେ ଟ୍ରକ୍‌ ସେଠାରୁ ଖସି ପଳାଯାଉଥିବାବେଳେ ସ୍ଥାନୀୟ ଲୋକ ଗୋଡ଼ାଇ ବେଦବ୍ୟାସ ମାର୍କେଟରେ ଧରିଥିଲେ। ଟିସିଆଇ ଛକରୁ ଆଇଡିସି ଛକ ମଧ୍ୟରେ ବାରମ୍ବାର ଦୁର୍ଘଟଣା ଘଟି ଲୋକଙ୍କ ଜୀବନ ଯାଉଛି। ଦ୍ରୁତ ଓ ବେପରୁଆ ଗାଡି ଚାଳନାରୁ ଏମିତି ଦୁର୍ଘଟଣାମାନ ଘଟୁଥିବା ସ୍ଥାନୀୟ ଲୋକ କହିଛନ୍ତି। ଜାତୀୟ ରାଜପଥ ଓ ରାଜ୍ୟ ରାଜପଥରେ ପେଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରିବା ସହ ଦ୍ରୁତ ଗାଡ଼ିଚାଳନା କରୁଥିବା ଡ୍ରାଇଭରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe