Young Man Death Accident ମରଣଯନ୍ତା ପାଲଟିଛି ସ୍ୱଜଳଧାରା ପାଣି ଟାଙ୍କି: ୭ ମାସ ପରେ ପୁଣି ଅଘଟଣ, ଯୁବକଙ୍କର ଗଲା ଜୀବନ

Advertisment

ସ୍ୱଜଳ ଧାରା ପାଣି ଟାଙ୍କିରେ ବାଇକ ସହ ଜଣେ ଯୁବକ ପିଟି ଗୁରୁତର ହୋଇଥିଲେ | କ୍ୟାପିଟାଲ ହସ୍ପିଟାଲରେ ଡାକ୍ତର ତାଙ୍କୁ dead ଘୋଷଣା କରିଥିବା ଜଣା ପଡ଼ିଛି | ମୃତ ଯୁବକ ହେଲେ ନିମାପଡ଼ା ଥାନା ଭାଟବନ୍ଧ ଗ୍ରାମର ଅଭିଜିତ ରାଉଳ ( ୪୦ ) |

ସ୍ୱଜଳ ଧାରା ପାଣି ଟାଙ୍କିରେ ବାଇକ ସହ ଜଣେ ଯୁବକ ପିଟି ଗୁରୁତର ହୋଇଥିଲେ | କ୍ୟାପିଟାଲ ହସ୍ପିଟାଲରେ ଡାକ୍ତର ତାଙ୍କୁ dead ଘୋଷଣା କରିଥିବା ଜଣା ପଡ଼ିଛି | ମୃତ ଯୁବକ ହେଲେ ନିମାପଡ଼ା ଥାନା ଭାଟବନ୍ଧ ଗ୍ରାମର ଅଭିଜିତ ରାଉଳ ( ୪୦ ) |

Untitled

young man dies in accident at balipatna Photograph: (sambad.in)

ବାଲିପାଟଣା: ଭୁବନେଶ୍ୱର ଉପକଣ୍ଠ ସରଦେଇପୁର ନିମାପଡ଼ା ରାସ୍ତାର ବାଲିପାଟଣା ଥାନା ଅଠାନ୍ତର ବଜାରରେ ଗତକାଲି ବିଳମ୍ବିତ ରାତିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି | ରାସ୍ତାକଡ଼ରେ ଥିବା ଏକ ସ୍ୱଜଳ ଧାରା ପାଣି ଟାଙ୍କିରେ ବାଇକ ସହ ଜଣେ ଯୁବକ ପିଟି ଗୁରୁତର ହୋଇଥିଲେ | କ୍ୟାପିଟାଲ ହସ୍ପିଟାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ଜଣା ପଡ଼ିଛି | ମୃତ ଯୁବକ ହେଲେ ନିମାପଡ଼ା ଥାନା ଭାଟବନ୍ଧ ଗ୍ରାମର ଅଭିଜିତ ରାଉଳ ( ୪୦ ) | ବାଲିପାଟଣା ପୁଲିସ ଦୁର୍ଘଟଣା ଘଟାଇ ଥିବା ବାଇକ ଜବତ କରିବା ସହ ତଦନ୍ତ କରୁଛି |

ସୂଚନା ଅନୁସାରେ, ନିମାପଡ଼ା ଥାନା ଭାଟବନ୍ଧ ଗ୍ରାମର ଅମରେଶ ରାଉଳଙ୍କ ପୁଅ ଅଭିଜିତ ସମ୍ପର୍କୀୟଙ୍କ ସହ ଭୁବନେଶ୍ୱର ଯାଇଥିଲେ | ଜଣେ ସମ୍ପର୍କୀୟଙ୍କ ବିବାହ ଉତ୍ସବ ଲାଗି ନାନା ସାମଗ୍ରୀ କିଣିକିଣି କରିବା ପରେ ଅନ୍ୟମାନେ କାରରେ ଗାଁକୁ ଫେରି ଆସିଥିଲେ | ବାଇକ ନଂ ଓ ଆର ୦୨ ଏ ଡବ୍ଲ୍ୟୁ ୦୭୧୩ ରେ ଅଭିଜିତ ନିମାପଡ଼ା ଅଭିମୁଖେ ଫେରୁଥିଲେ | ଅଭିଜିତଙ୍କ ବିଳମ୍ବ ହେବାରୁ ଘର ଲୋକେ ବାରମ୍ବାର ଫୋନ କରିଥିଲେ | ହେଲେ ସେ ଫୋନ ଉଠାଇ ନଥିଲେ | ଫୋନ ବାରମ୍ବାର ରିଙ୍ଗ ହେବାରୁ କିଛି ଲୋକେ ସେଠାକୁ ଯାଇଥିଲେ| ଅଠାନ୍ତର ଗାଁ ଗଡା ନିକଟରେ ଥିବା ସ୍ୱଜଳ ଧାରା ପାଣି ଟାଙ୍କିରେ ମାଡ଼ ହୋଇ ଅଭିଜିତ ସଂଜ୍ଞହୀନ ହୋଇ ସେଠାରେ ପଡ଼ିଥିଲେ | ବାଇକଟି ସୂଚନାଫଳକ ରେଲିଙ୍ଗରେ ଝୁଲନ୍ତା ଅବସ୍ଥାରେ ରହିଥିଲା |

ଆହୁରି ପଢ଼ନ୍ତୁ Fire house businessman ଲୁଗା ବ୍ୟବସାୟୀଙ୍କ ଘରେ ଅଗ୍ନିକାଣ୍ଡ, ଲକ୍ଷ ଲକ୍ଷ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ, ଅଳ୍ପକେ ବର୍ତ୍ତିଲେ ପରିବାରର ୯ ସଦସ୍ୟ

ଲୋକେ ଦେଖିବା ପରେ ୧୦୮ ଆମ୍ବୁଲାନ୍ସ କୁ ଖବର ଦେବା ସହ ସଂକଟାପନ୍ନ ଅବସ୍ଥାରେ ଅଭିଜିତଙ୍କୁ ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଥିଲେ | ପରିବାର ଲୋକେ ଏବଂ ସମ୍ପର୍କୀୟ ପହଞ୍ଚି କ୍ୟାପିଟାଲ ହସ୍ପିଟାଲକୁ ନେଇଥିଲେ | ସେଠାରେ ଚିକିତ୍ସା ଦାୟିତ୍ୱରେ ଥିବା ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ସମ୍ପର୍କୀୟ କହିଛନ୍ତି |

ଆହୁରି ପଢ଼ନ୍ତୁ Matric Exam Begins ଆରମ୍ଭ ହେଲା ମାଟ୍ରିକ୍ ପରୀକ୍ଷା

ବାରମ୍ବାର ଦୁର୍ଘଟଣା ଘଟୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି
 

ଉଲ୍ଲେଖଯୋଗ୍ୟ, ଗତ ପ୍ରାୟ ୭ ମାସ ତଳେ ସେହିଠାରେ ଅନ୍ୟ ଏକ ବାଇକ ଦୁର୍ଘଟଣା ହୋଇଥିଲା | ବନମାଳୀପୁର ଅଞ୍ଚଳର ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିଲା | ଉକ୍ତ ସ୍ଥାନଟି ବୁଲାଣି ରହୁଥିବା ହେତୁ ଏବଂ ଅଠାନ୍ତର ଗାଁ ରାସ୍ତା ଗଡ଼ା ସଂଯୋଗ ହୋଇଥିବାରୁ ବାରମ୍ବାର ଦୁର୍ଘଟଣା ଘଟୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe