Young Man Death Accident ବାଲିଘାଟରେ ହାଇୱା ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ

Advertisment

ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ବ୍ରାହ୍ମଣୀ ନଦୀ ଦେଉଳି ଗାଁ ନିକଟ ଗୋକର୍ଣ୍ଣେଶ୍ୱର ବାଲିଘାଟରେ ହାଇୱା ଧକ୍କାରେ ଜଣେ young manଙ୍କ ମୃତ୍ୟୁ ହୋଇଥିବାର ଖବର ମିଳିଛି। ମୃତକ ହେଉଛି କୁମାରୀ ପଞ୍ଚାୟତ ଦେଉଳି ଗ୍ରାମର ନରେଶ ରଣା(୨୮)।

ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ବ୍ରାହ୍ମଣୀ ନଦୀ ଦେଉଳି ଗାଁ ନିକଟ ଗୋକର୍ଣ୍ଣେଶ୍ୱର ବାଲିଘାଟରେ ହାଇୱା ଧକ୍କାରେ ଜଣେ young manଙ୍କ ମୃତ୍ୟୁ ହୋଇଥିବାର ଖବର ମିଳିଛି। ମୃତକ ହେଉଛି କୁମାରୀ ପଞ୍ଚାୟତ ଦେଉଳି ଗ୍ରାମର ନରେଶ ରଣା(୨୮)।

Untitled

young man dies in accident at dharmasala Photograph: (sambad.in)

ଧର୍ମଶାଳା: ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ବ୍ରାହ୍ମଣୀ ନଦୀ ଦେଉଳି ଗାଁ ନିକଟ ଗୋକର୍ଣ୍ଣେଶ୍ୱର ବାଲିଘାଟରେ ହାଇୱା ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବାର ଖବର ମିଳିଛି। ମୃତକ ହେଉଛି କୁମାରୀ ପଞ୍ଚାୟତ ଦେଉଳି ଗ୍ରାମର ନରେଶ ରଣା(୨୮)

ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ୧୦ଟା ବେଳକୁ ନରେଶ ରଣା ତାଙ୍କର ସାଙ୍ଗ ପାଖକୁ ଖାଦ୍ୟ ନେଇଆସୁଥିଲେ। ସାଙ୍ଗଜଣକ ଜେସିବି ମେସିନ୍ ଚଳାଉଥିବା ଜଣାଯାଇଛି। ସେହି ସମୟରେ ବାଲିଘାଟରେ ଏକ ହାଇୱା ତାଙ୍କୁ ଧକ୍କା ଦେଇଥିଲା। ଏହାଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।

ଆହୁରି ପଢ଼ନ୍ତୁ:Naxals Reveal Their Presence: ପୁଲିସ ଇନଫର୍ମର ଦର୍ଶାଇ ଆତ୍ମସମର୍ପଣ କରିଥିବା ନକ୍ସଲକୁ ହତ୍ୟା

 ଘଟଣାର ଅଧିକ ତଦନ୍ତ ଜାରି

ପରେ ଖବର ପାଇ ଧର୍ମଶାଳା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ଲାଗି ପଠାଇଥିଲା। ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକକଙ୍କୁ ହସ୍ତାନ୍ତର କରାଯାଇଥିଲା। ଏଣେ ପୁଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।

ଆହୁରି ପଢ଼ନ୍ତୁ: ABVP Event Rourkela ଏବିଭିପି କାର୍ଯ୍ୟକ୍ରମରେ ବିଜେଡି ବିଧାୟକ ସାରଦା ନାୟକ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଗାଡ଼ିରେ ଆସିଲେ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe