ସୁନ୍ଦରଗଡ଼: ସଦର ଥାନା ଅନ୍ତର୍ଗତ କରମଡିହି ବରୁଣ ଢାବା ନିକଟରେ ଅଜଣା ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ଶୋଚନୀୟ ମୃତ୍ଯୁ ଘଟିଛି । ଘଟଣାସ୍ଥଳରେ ସଦର ପୁଲିସ ପହଞ୍ଚି ଶବକୁ ଜବତ କରି ଜିଲ୍ଲା ମୁଖ୍ଯ ଡାକ୍ତରଖାନା ଶବାଗାରରେ ରଖିବା ସହ ଘଟଣାର
ତଦନ୍ତ ଚଳାଇଛି। ମୃତକଙ୍କ ପରିଚୟ ମିଳିନାହିଁ।
ଧକ୍କା ଦେଇ ଅଜଣା ଗାଡ଼ି ଫେରାର
ଆଜି ସକାଳ ପ୍ରାୟ ୫ଟାରେ ଘଟଣା ଘଟିଥିବା କୁହାଯାଇଛି। ଯୁବକ ଜଣକ ଚାଲିଚାଲି ଯାଉଥିବାବେଳେ କୌଣସି ଏକ ଭାରୀଯାନ ଧକ୍କା ଦେଇ ଫେରାର ହୋଇଯାଇଛି। ଧକ୍କାରେ ଯୁବକ ଛିଟିକି ଯାଇ ସୁରକ୍ଷାବାଡ଼ରେ ପିଟି ହୋଇ ଯାଇଥିବା ଅନୁମାନ କରାଯାଇଛି।
Accident Death sundargarh
ଆହୁରି ପଢ଼ନ୍ତୁ:ବିକଶିତ ନୂଆପଡ଼ା ଗଠନ ବିଜେପିର ସଂକଳ୍ପ
ଆହୁରି ପଢ଼ନ୍ତୁ: Cyclone Montha, No Impact Odisha: ଓଡ଼ିଶାରେ ବାତ୍ୟା ‘ମୋନ୍ଥା’ ର ବିଶେଷ ପ୍ରଭାବ ନାହିଁ
/sambad/media/agency_attachments/2024-07-24t043029592z-sambad-original.webp)