ମଦ ଠିକାକୁ କେନ୍ଦ୍ର କରି ମରଣlନ୍ତକ ଆକ୍ରମଣ:  ଜଣେ ମୃତ, ଦୁଇ ଗୁରୁତର

Advertisment

ବରଗଡ଼ ଜିଲ୍ଲା ଭେଡେନ ଥାନା ଅନ୍ତର୍ଗତ ଅରେଇଗୁଡି ଗ୍ରାମପଞ୍ଚାୟତ ସ୍ଥିତ ଗୁଦୁରାମୁଣ୍ଡା ଗ୍ରାମରେ ମଦ ଠିକାକୁ କେନ୍ଦ୍ର କରି ଶୁକ୍ରବାର ରାତ୍ରି ୧୧ ଟାରେ ୨ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ। ଜଣେ ମୃତ, ଦୁଇ ଗୁରୁତର।

ବରଗଡ଼ ଜିଲ୍ଲା ଭେଡେନ ଥାନା ଅନ୍ତର୍ଗତ ଅରେଇଗୁଡି ଗ୍ରାମପଞ୍ଚାୟତ ସ୍ଥିତ ଗୁଦୁରାମୁଣ୍ଡା ଗ୍ରାମରେ ମଦ ଠିକାକୁ କେନ୍ଦ୍ର କରି ଶୁକ୍ରବାର ରାତ୍ରି ୧୧ ଟାରେ ୨ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ। ଜଣେ ମୃତ, ଦୁଇ ଗୁରୁତର।

vbh

ଭେଡେନ: ବରଗଡ଼ ଜିଲ୍ଲା ଭେଡେନ ଥାନା ଅନ୍ତର୍ଗତ ଅରେଇଗୁଡି ଗ୍ରାମପଞ୍ଚାୟତ ସ୍ଥିତ ଗୁଦୁରାମୁଣ୍ଡା ଗ୍ରାମରେ ମଦ ଠିକାକୁ କେନ୍ଦ୍ର କରି ଶୁକ୍ରବାର ରାତ୍ରି ୧୧ ଟାରେ ୨ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଛି। ପରେ ଆକ୍ରମଣ ପ୍ରତି ଆକ୍ରମଣ ହେବାରୁ ହେବାରୁ ଜଣେ ଘଟଣାସ୍ଥଳରେ ଜଣେ ମୃତ୍ୟୁବରଣ କରିଥିବା ବେଳେ ଦୁଇ ଜଣ ଗୁରୁତର ଆହତ ହୋଇ ବରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି।

ଘଟଣାରୁ ଜଣାଯାଇଛି ଯେ ଗୁଦୁରାମୁଣ୍ଡା ଗ୍ରାମର ମଦ ଭାଟି ଠିକା ଆଜକୁ ବର୍ଷେ ହେବ ବରପାଲି ବ୍ଲକ ଅନ୍ତର୍ଗତ କନବାର ଗ୍ରାମର ମହେଶ୍ୱର ବେହେରାଙ୍କୁ ଦିଆ ଯାଇଥିଲା। ଗୁଦୁରାମୁଣ୍ଡା ଗ୍ରାମରେ ମଦ ଠିକାକୁ ନେଇ ଏକ ସଭା ହୋଇଥିଲା, ଯାହା ଫଳରେ ଠିକା ନେଇଥିବା ମହେଶ୍ୱର ବେହେରା ଓ ତାଙ୍କ ଦୁଇ ଭାଇ ଟିକେଶ୍ଵର ବେହେରା ଓ ଲୋକେଶ୍ୱର ବେହେରା ଗ୍ରାମରେ ପହଞ୍ଚିଥିଲେ। ସେହି ସମୟରେ ଗ୍ରାମର ବାହାଦୁର ଛତ୍ରିଆ ଓ ତା ପୁଅମାନେ ସଭା ବସିଥିବା ସ୍ଥାନକୁ ଆସି ଗଣ୍ଡଗୋଳ କରିବା ସହିତ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲା। ଆଗରୁ ମଦ ଠିକାକୁ କେନ୍ଦ୍ରକରି ବାହାଦୁର ଛତ୍ରିଆ ସବୁବେଳେ ମହେଶ୍ୱର ବେହେରା ଉପରେ ରାଗ ରଖିଥିଲା ।

ଗତରାତିରେ ଯେତେବେଳେ ଗ୍ରାମରେ ହେଉଥିବା ମିଟିଙ୍ଗ ସାରି ମହେଶ୍ୱର ଓ ତାର ଦୁଇ ଭାଇ ନିଜ ଗ୍ରାମ କନବାରକୁ ଫେରୁଥିଲେ, ସେହି ସମୟରେ ବାହାଦୁର ଓ ତାଙ୍କ ପୁଅମାନେ ନିଜ ଘର ସମ୍ମଖରେ ସେମାନଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲା। ଫଳରେ ଘଟଣାସ୍ଥଳରେ ମହେଶ୍ୱର ବେହେରା(୩୦) ମୃତ୍ୟୁବରଣ କରିଥିବା ବେଳେ ତାଙ୍କ ଭାଇ ଟିକେଶ୍ଵର ବେହେରା ଗୁରୁତର ଆହତ ହେବା ସହ ଆକ୍ରମଣକାରୀ ବାହାଦୁର ଛତ୍ରୀଆ ମଧ୍ୟ ଗୁରୁତର ଆହତ ହୋଇଥିଲା।

ଖବର ପାଇ ଗ୍ରାମବାସୀମାନେ ସମସ୍ତଙ୍କୁ ଭେଡେନ ଡାକ୍ତରଖାନାକୁ ଆଣିଥିଲେ। ଖବର ପାଇ ଭେଡେନ ଥାନା ଅଧିକାରୀ ପ୍ରେମଜିତ ଦାଶ, ଏସଡିପିଓ ପଦାରବିନ୍ଦ ତ୍ରିପାଠୀ, ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକାରୀ ଶିବ ପ୍ରସାଦ ବିଶ୍ୱାଳ, ସୌରଭ ହୋତାଙ୍କ ସମେତ ପୁଲିସ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe