ଭଉଣୀ ଘରୁ ଗାଁକୁ ଫେରୁଥିଲେ, ବାଇକ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ

ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ମହେନ୍ଦ୍ରି ଗ୍ରାମ ନିକଟରେ ଏକ ବାଇକ ଦୁର୍ଘଟଣାଗ୍ରସ୍ତ ହେବାରୁ ବାଇକ ଚାଳକଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି। ମୃତ ବାଇକ ଚାଳକ ହେଲେ ନବରଙ୍ଗପୁର ବ୍ଲକ ତାରାଗାଁ ପଞ୍ଚାୟତ ଅନ୍ତର୍ଗତ ଗୁମାଗୁଡାର ଲଖଣ ନାୟକ। ଡାବୁଗାଁ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

38b0c4a3-6c1f-4be1-8d28-c23b3de2e397

ଡାବୁଗାଁ: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ମହେନ୍ଦ୍ରି ଗ୍ରାମ ନିକଟରେ ଏକ ବାଇକ ଦୁର୍ଘଟଣାଗ୍ରସ୍ତ ହେବାରୁ ବାଇକ ଚାଳକଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି। ମୃତ ବାଇକ ଚାଳକ ନବରଙ୍ଗପୁର ବ୍ଲକ ତାରାଗାଁ ପଞ୍ଚାୟତ ଅନ୍ତର୍ଗତ ଗୁମାଗୁଡାର ଲଖଣ ନାୟକ( ୨୫) ବୋଲି ଜଣା ପଡିଛି। ଘଟଣା ସ୍ଥଳରେ ଡାବୁଗାଁ ପୁଲିସ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ବାଇକ ଓ ଶବ ଜବତ କରିଛନ୍ତି।

ଗୁମାଗୁଡା ଗ୍ରାମର ଲଖଣ ନାୟକ (୨୫) ଶୁକ୍ରବାର ଦିନ ଏକ ବାଇକ ନମ୍ବର ଓଡ଼ି ୨୪ ଜେ ୭୭୪୭ ଯୋଗେ  କୌଣସି ଏକ କାର୍ଯ୍ୟରେ ଡାବୁଗାଁ ଥାନା ଅନ୍ତର୍ଗତ କକଡାଗୁଡାକୁ ନିଜ ଭଉଣୀ ଘରକୁ ଆସିଥିଲେ। କାର୍ଯ୍ୟ ସାରି ଆଜି ଦିନ ସାଢ଼େ ୧୧ଟା ସମୟରେ ନିଜ ଗ୍ରାମ ଗୁମାଗୁଡା ଫେରିବା ସମୟରେ ଡାବୁଗାଁ ଥାନା ଅନ୍ତର୍ଗତ ମହେନ୍ଦ୍ରି ଗ୍ରାମ ନିକଟ ରାଜ୍ୟ ରାଜପଥ ଉପରେ ବାଇକ ଭାରସାମ୍ୟ ହରାଇ ବାରୁ ଲଖଣ ରାସ୍ତା ଉପରେ ଛିଟିକି ପଡ଼ିଥିଲେ। ଏଥିରେ ଲଖଣ ନାୟକଙ୍କର ମୃତ୍ୟୁ ଘଟିଛି।

ସୂଚନା ଅନୁଯାୟୀ ଗୁମାଗୁଡା ଗ୍ରାମର ଲଖଣ ନାୟକ (୨୫) ଶୁକ୍ରବାର ଦିନ ଏକ ବାଇକ ନମ୍ବର ଓଡ଼ି ୨୪ ଜେ ୭୭୪୭ ଯୋଗେ  କୌଣସି ଏକ କାର୍ଯ୍ୟରେ ଡାବୁଗାଁ ଥାନା ଅନ୍ତର୍ଗତ କକଡାଗୁଡାକୁ ନିଜ ଭଉଣୀ ଘରକୁ ଆସିଥିଲେ। କାର୍ଯ୍ୟ ସାରି ଆଜି ଦିନ ସାଢ଼େ ୧୧ଟା ସମୟରେ ନିଜ ଗ୍ରାମ ଗୁମାଗୁଡା ଫେରିବା ସମୟରେ ଡାବୁଗାଁ ଥାନା ଅନ୍ତର୍ଗତ ମହେନ୍ଦ୍ରି ଗ୍ରାମ ନିକଟ ରାଜ୍ୟ ରାଜପଥ ଉପରେ ବାଇକ ଭାରସାମ୍ୟ ହରାଇ ବାରୁ ଲଖଣ ରାସ୍ତା ଉପରେ ଛିଟିକି ପଡ଼ିଥିଲେ। ଏଥିରେ ଲଖଣ ନାୟକଙ୍କର ମୁଣ୍ଡରେ ପ୍ରବଳ ଆଘାତ ଲାଗି ରକ୍ତସ୍ରାବ ହୋଇଥିଲା।

ସ୍ଥାନୀୟ ଲୋକଙ୍କ ସହାୟତାରେ ଡାବୁଗାଁ ଅଗ୍ନିଶମ କର୍ମଚାରୀ ଆସି ରାସ୍ତାରୁ ଲଖଣଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରି ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ତେବେ ଡାକ୍ତର ସେଠାରେ ଲଖଣଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ଡାବୁଗାଁ ପୁଲିସ ଦୁର୍ଘଟଣାଗ୍ରସ୍ତ ବାଇକ ଓ ଶବ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe