ଟୋଲଗେଟରେ ଭାରସାମ୍ୟ ହରାଇ ବୁଥ ଉପରକୁ ମାଡ଼ିଗଲା ଦ୍ରୁତଗାମୀ କାର୍, ଚାଳକ ମୃତ

ଟୋଲଗେଟରେ ଭାରସାମ୍ୟ ହରାଇ ବୁଥ ଉପରକୁ ମାଡ଼ିଗଲା ଦ୍ରୁତଗାମୀ କାର୍। ଚାଳକ ମୃତ।ମୃତକ ହେଲେ ବିଜେଡି ନେତ୍ରୀ ଛବି ମାହାଲିଙ୍କ ସ୍ୱାମୀ ତଥା ଅବସରପ୍ରାପ୍ତ ପ୍ରାଧ୍ୟାପକ ସନତ ପଟ୍ଟନାୟକଙ୍କ ପୁଅ ରାଜଦୀପ ପଟ୍ଟନାୟକ।

Baripada A2

ବୈଶିଙ୍ଗା: ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ୧୮ନଂ ଜାତୀୟ ରାଜପଥର ପଦ୍ମନାଭପୁର ଟୋଲଗେଟରେ ରବିବାର ସକାଳେ ଏକ ଦ୍ରୁତଗାମୀ କାର ଭାରସାମ୍ୟ ହରାଇ ଟୋଲଗେଟର ୩ନମ୍ବର ବୁଥ ଉପରକୁ ମାଡିଯିବାରୁ ଜଣେ ଗୁରୁତର ହୋଇଥିବା ବେଳେ ଅନ୍ୟଜଣେ ଆହତ ହୋଇଥିଲେ l ତେବେ ବାରିପଦା ଡାକ୍ତରଖାନାରେ ଗୁରୁତରଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି l 

ସୂଚନା ମୁତାବକ, ବାରିପଦା ଉପକଣ୍ଠ ଭଞ୍ଜପୁର ୱାଲିଗଞ୍ଜ ଅଞ୍ଚଳର ରାଜଦୀପ ପଟ୍ଟନାୟକ ଅଜୟ ନାଏକଙ୍କ ସହିତ ଓଡି -୧୧ଏମ -୬୭୧୬ନମ୍ବର କାର ଯୋଗେ ଅତ୍ୟନ୍ତ ଦ୍ରୁତଗତିରେ ବାଲେଶ୍ୱରରୁ ବେତନଟୀ ଅଭିମୁଖେ ଆସୁଥିବା ବେଳେ ପଦ୍ମନାଭପୁର ଟୋଲଗେଟ ଠାରେ କାର ଉପରୁ ନିୟନ୍ତ୍ରଣ ହରାଇ ବସିବାରୁ ଦ୍ରୁତଗାମୀ କାରଟି ଟୋଲଗେଟର ତିନିନମ୍ବର ବୁଥ ଉପରକୁ ମାଡ଼ି ଯାଇଥିଲା l

ରାଜଦୀପ ପଟ୍ଟନାୟକ ଗାଡ଼ି ଚଳାଉ ଥିବାବେଳେ ଅଜୟ ବାମ ପାର୍ଶ୍ଵରେ ବସିଥିଲେ l ଦୁର୍ଘଟଣାରେ ବାରିପଦା ଉପକଣ୍ଠ ଭଞ୍ଜପୁର ୱାଲିଗଞ୍ଜ ଅଞ୍ଚଳର ରାଜଦୀପ ପଟ୍ଟନାୟକ ଗୁରୁତର ଆହତ ହୋଇଥିବା ବେଳେ ଅଜୟ ନାଏକ ସାମାନ୍ୟ ଆହତ ହୋଇଥିଲେ l ଉଭୟଙ୍କୁ ଉଦ୍ଧାରକରି ୧୦୮ଆମ୍ବୁଲାନ୍ସ ଯୋଗେ ବେତନଟୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା l ତେବେ ପରେ ଗୁରୁତର ରାଜଦୀପଙ୍କୁ ବାରିପଦା ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥିବାବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି l ମୃତକ ହେଲେ ବିଜେଡି ନେତ୍ରୀ ଛବି ମାହାଲିଙ୍କ ସ୍ୱାମୀ ତଥା ଅବସରପ୍ରାପ୍ତ ପ୍ରାଧ୍ୟାପକ ସନତ ପଟ୍ଟନାୟକଙ୍କ ପୁଅ ରାଜଦୀପ ପଟ୍ଟନାୟକ।

ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ମୁତାବକ, ରାଜଦୀପ ପଟ୍ଟନାୟକ ଗାଡ଼ି ଚଳାଉ ଥିବାବେଳେ ଅଜୟ ବାମ ପାର୍ଶ୍ଵରେ ବସିଥିଲେ l ଦୁର୍ଘଟଣାରେ ବାରିପଦା ଉପକଣ୍ଠ ଭଞ୍ଜପୁର ୱାଲିଗଞ୍ଜ ଅଞ୍ଚଳର ରାଜଦୀପ ପଟ୍ଟନାୟକ ଗୁରୁତର ଆହତ ହୋଇଥିବା ବେଳେ ଅଜୟ ନାଏକ ସାମାନ୍ୟ ଆହତ ହୋଇଥିଲେ l ଉଭୟଙ୍କୁ ଉଦ୍ଧାରକରି ୧୦୮ଆମ୍ବୁଲାନ୍ସ ଯୋଗେ ବେତନଟୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା l ତେବେ ପରେ ଗୁରୁତର ରାଜଦୀପଙ୍କୁ ବାରିପଦା ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥିବାବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି l ମୃତକ ହେଲେ ବିଜେଡି ନେତ୍ରୀ ଛବି ମାହାଲିଙ୍କ ସ୍ୱାମୀ ତଥା ଅବସରପ୍ରାପ୍ତ ପ୍ରାଧ୍ୟାପକ ସନତ ପଟ୍ଟନାୟକଙ୍କ ପୁଅ ରାଜଦୀପ ପଟ୍ଟନାୟକ।

ଖବରପାଇ ବୈଶିଙ୍ଗା ପୁଲିସ ଘଟଣାସ୍ଥଳରେ ପହଞ୍ଚି କ୍ରେନ ସହାୟତାରେ ଦୁର୍ଘଟଣାଗ୍ରସ୍ତ କାରକୁ ଜବତ କରିଛି l

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe