ଆରଡ଼ି ଆଖଣ୍ଡଳମଣିଙ୍କ ଶିବଗଙ୍ଗା ପୁଷ୍କରିଣୀରେ ବୁଡ଼ିଗଲେ ଯୁବକ

ଅଧା ରହିଲା ବାବାମଣିଙ୍କ ଦର୍ଶନ। ବାବାମଣିଙ୍କୁ ଦର୍ଶନ କରିବା ପୂର୍ବରୁ ଚାଲିଗଲା ଜୀବନ। ମୃତ୍ୟୁବରଣ କରିଥିବା ଯୁବକଙ୍କ ଘର ଧାମନଗର ଥାନା ଦୋବଲ ସୋହଡା ଶାସନରେ। ମୃତକଙ୍କ ନାଁ ଦେବବ୍ରତ ମିଶ୍ର।

ERY

ଭଦ୍ରକ/ ଆରଡ଼ି: ଅଧା ରହିଲା ବାବାମଣିଙ୍କ ଦର୍ଶନ। ବାବାମଣିଙ୍କୁ ଦର୍ଶନ କରିବା ପୂର୍ବରୁ ଚାଲିଗଲା ଜୀବନ। ମୃତ୍ୟୁବରଣ କରିଥିବା ଯୁବକଙ୍କ ଘର ଧାମନଗର ଥାନା ଦୋବଲ ସୋହଡା ଶାସନରେ। ମୃତକଙ୍କ ନାଁ ଦେବବ୍ରତ ମିଶ୍ର। ଏମିତି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଆରଡ଼ି ପୀଠରେ।

ଘଟଣାଟି ଏମିତି। ଦୁଇ ଗୋଟି ବାଇକରେ ଚାରିଜଣ ସାଙ୍ଗ ଆଜି ସକାଳୁ ସକାଳୁ ଭଦ୍ରକରୁ ଆରଡ଼ି ଆସିଥିଲେ। ଆରଡ଼ିରେ ପହଞ୍ଚିବା ପରେ ପୀଠରେ ଥିବା ଶିବ ଗଙ୍ଗା ପୁଷ୍କରଣୀ ରେ ଗାଧୋଇଥିଲେ। ହେଲେ ଗାଧୋଇବା ବେଳେ ଦୁଇ ଜଣ ସାଙ୍ଗ ଦେବବ୍ରତ ମିଶ୍ର ଓ ଅନ୍ୟ ଜଣେ ସାଙ୍ଗ ପାଣିରେ ବୁଡ଼ି ଯାଇଥିଲେ।.ଦୁଇ ଜଣଙ୍କୁ ସ୍ଥାନୀୟ ଲୋକ ଓ ତାଙ୍କ ସାଙ୍ଗମାନେ ଉଦ୍ଧାର କରି ଆରଡ଼ି ମେଡିକାଲକୁ ନେଇଥିଲେ ହେଲେ ସେଠାରେ ଦେବବ୍ରତଙ୍କର ମୃତ୍ୟୁ ଘଟିଥିଲା।

ଦୁଇ ଗୋଟି ବାଇକରେ ଚାରିଜଣ ସାଙ୍ଗ ଆଜି ସକାଳୁ ସକାଳୁ ଭଦ୍ରକରୁ ଆରଡ଼ି ଆସିଥିଲେ। ଆରଡ଼ିରେ ପହଞ୍ଚିବା ପରେ ପୀଠରେ ଥିବା ଶିବ ଗଙ୍ଗା ପୁଷ୍କରଣୀ ରେ ଗାଧୋଇଥିଲେ। ହେଲେ ଗାଧୋଇବା ବେଳେ ଦୁଇ ଜଣ ସାଙ୍ଗ ଦେବବ୍ରତ ମିଶ୍ର ଓ ଅନ୍ୟ ଜଣେ ସାଙ୍ଗ ପାଣିରେ ବୁଡ଼ି ଯାଇଥିଲେ।.ଦୁଇ ଜଣଙ୍କୁ ସ୍ଥାନୀୟ ଲୋକ ଓ ତାଙ୍କ ସାଙ୍ଗମାନେ ଉଦ୍ଧାର କରି ଆରଡ଼ି ମେଡିକାଲକୁ ନେଇଥିଲେ ହେଲେ ସେଠାରେ ଦେବବ୍ରତଙ୍କର ମୃତ୍ୟୁ ଘଟିଥିଲା।

ଦେବବ୍ରତ ବାପା ମାଙ୍କର ଗୋଟିଏ ପୁଅ। ସେ ଭଦ୍ରକରେ ରହି ବି ସି ଏ ରେ ପଢୁଥିଲେ। ଆରଡ଼ି ଫାଣ୍ଡି ପୁଲିସ ପହଞ୍ଚି ତଦନ୍ତ କରୁଛି। ଏହି ଘଟଣାକୁ ନେଇ ଆରଡ଼ି ପୀଠରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

death

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe