ପୁଣି ଝୁଲା ପୋଲରେ ଅଘଟଣ: ନାଗାବଳୀ ନଦୀରେ ଭାସିଗଲେ ଯୁବକ

Advertisment

ରାୟଗଡ଼ା ସଦରମହକୁମା ମାରିଗୁଡା ସ୍ଥିତ ନାଗାବଳୀ ନଦୀରେ ଗାଧୋଇବା ସମୟରେ ଜଣେ ଯୁବକ ଭାସି ଯାଇ ମୃତ୍ୟୁବରଣ କରିଛନ୍ତି I ସେଠାରେ ଗାଧୋଇବା ସମୟରେ ୧୮ବର୍ଷୀୟ ଏମ ସାଇ କ୍ରୀଷ୍ଣା ନଦୀ ସ୍ରୋତରେ ଭାସି ଯାଇଥିଲେ।

vgh

ରାୟଗଡ଼ା: ରାୟଗଡ଼ା ସଦରମହକୁମା ମାରିଗୁଡା ସ୍ଥିତ ନାଗାବଳୀ ନଦୀରେ ଗାଧୋଇବା ସମୟରେ ଜଣେ ଯୁବକ ଭାସି ଯାଇ ମୃତ୍ୟୁବରଣ କରିଛନ୍ତି I ଯୁବକଜଣକ ଆନ୍ଧ୍ରପ୍ରଦେଶରୁ ସପରିବାର ମା ମଝିଘରିଆଣି ମନ୍ଦିର ଦର୍ଶନ ସାରି ନାଗାବଳୀ ନଦୀ ସ୍ଥିତ ଝୁଲା ବ୍ରିଜ ବୁଲିବା ନିମନ୍ତେ ଯାଇଥିଲେ। ସେଠାରେ ଗାଧୋଇବା ସମୟରେ ୧୮ବର୍ଷୀୟ ଏମ ସାଇ କ୍ରୀଷ୍ଟl ନଦୀ ସ୍ରୋତରେ ଭାସି ଯାଇଥିଲେ। ଖବର ପାଇ ଘଟଣାସ୍ଥଳରେ ପୁଲିସ ଏବଂ ଅଗ୍ନିଶମ ବିଭାଗ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରି ତାଙ୍କ ମୃତଦେହ ଉଦ୍ଧାର କରିଥିଲେ I

ପର୍ଯ୍ୟଟକମାନେ ଝୁଲା ପୋଲକୁ ଯାଇ ଏଭଳି ଦୁର୍ଘଟଣାର ବାରମ୍ବାର ସମ୍ମୁଖୀନ ହେଉଥିବା ଜଣାପଡ଼ିଛି I ନାଗIବଳୀ ନଦୀର ପ୍ରାକୃତିକ ମନୋରମ ଦୃଶ୍ୟ ସହ ସେଲ୍ଫି ନେବା ସମୟରେ ଏଭଳି ଦୁର୍ଘଟଣା ଘଟିଥାଏ I ଏହି ବିପଦ ସମ୍ପର୍କରେ ପ୍ରଶାସନ ବାରମ୍ବାର ସୂଚନା ଦେଉଥିଲେ ମଧ୍ୟ ପର୍ଯ୍ୟଟକମାନେ କଟକଣା ନ ମାନି ବିପଜ୍ଜନକ ଭାବେ ସେଠାରେ ବୁଲାବୁଲି କରିବା ସହ ସେଲ୍ଫି ନେଉଛନ୍ତି I କିଛି ଦିନ ତଳେ ସ୍ଥାନୀୟ ଏକ ଘରୋଇ ବିଦ୍ୟାଳୟର ଦୁଇ ଜଣ ଛାତ୍ର ମୃତ୍ୟୁବରଣ କରିଥିଲେ I ଏହି ସ୍ଥାନରେ ୨୦ରୁ  ଉର୍ଦ୍ଧ୍ବ ଲୋକଙ୍କର ମୃତ୍ୟୁ ହୋଇ ସାରିଲାଣି I

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe