ବଜ୍ରପାତରେ ଚାଲିଗଲା ଚାଷୀଙ୍କ ଜୀବନ

ବାଲିପାଟଣା ଥାନା ଗୁଆପୁର ଗ୍ରାମର ବିଚିତ୍ରାନନ୍ଦ ଭୋଇ ଓରଫ କାନ୍ଦୁ ( ୪୫ )ଙ୍କର ବଜ୍ରପାତରେ ଜୀବନ ଚାଲିଯାଇଛି| କାନ୍ଦୁ ଆଜି ସକାଳୁ ଘର ପାଖ ବିଲକୁ କାମ କରିବାକୁ ଯାଇଥିଲେ |

Untitled

ବାଲିପାଟଣା: ବାଲିପାଟଣା ଥାନା ଗୁଆପୁର ଗ୍ରାମର ବିଚିତ୍ରାନନ୍ଦ ଭୋଇ ଓରଫ କାନ୍ଦୁ ( ୪୫ )ଙ୍କର ବଜ୍ରପାତରେ ଜୀବନ ଚାଲିଯାଇଛି| କାନ୍ଦୁ ଆଜି ସକାଳୁ ଘର ପାଖ ବିଲକୁ କାମ କରିବାକୁ ଯାଇଥିଲେ | ହଠାତ ବର୍ଷା,  ପବନ ଏବଂ ବଜ୍ରପାତ ହୋଇଥିଲା | ବଜ୍ରପାତ ସଂସ୍ପର୍ଶରେ ଆସି କାନ୍ଦୁ ବିଲରେ ଟଳି ପଡ଼ିଥିଲେ| ଜନୈକ ବ୍ୟକ୍ତି ପୋଖରୀରେ ଗାଧୋଉଥିବା ବେଳେ କାନ୍ଦୁଙ୍କୁ ପଡ଼ିବା ଦେଖିଥିବା ଘର ଲୋକଙ୍କୁ କହିଥିଲେ | ଲୋକେ ତାଙ୍କୁ ଉଦ୍ଧାର କରି ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ |

ବାଲିପାଟଣା ଥାନା ଗୁଆପୁର ଗ୍ରାମର ବିଚିତ୍ରାନନ୍ଦ ଭୋଇ ଓରଫ କାନ୍ଦୁ ( ୪୫ )ଙ୍କର ବଜ୍ରପାତରେ ଜୀବନ ଚାଲିଯାଇଛି| କାନ୍ଦୁ ଆଜି ସକାଳୁ ଘର ପାଖ ବିଲକୁ କାମ କରିବାକୁ ଯାଇଥିଲେ | ହଠାତ ବର୍ଷା,  ପବନ ଏବଂ ବଜ୍ରପାତ ହୋଇଥିଲା | ବଜ୍ରପାତ ସଂସ୍ପର୍ଶରେ ଆସି କାନ୍ଦୁ ବିଲରେ ଟଳି ପଡ଼ିଥିଲେ| ଜନୈକ ବ୍ୟକ୍ତି ପୋଖରୀରେ ଗାଧୋଉଥିବା ବେଳେ କାନ୍ଦୁଙ୍କୁ ପଡ଼ିବା ଦେଖିଥିବା ଘର ଲୋକଙ୍କୁ କହିଥିଲେ | ଲୋକେ ତାଙ୍କୁ ଉଦ୍ଧାର କରି ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ |

ହସ୍ପିଟାଲ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ବିଚିତ୍ରାନନ୍ଦ ଭୋଇଙ୍କ ମୃତ୍ୟୁ ଘଟିଛି | ତେବେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ପଠା ଯାଇଛି | ବଜ୍ରପାତରେ କାନ୍ଦୁଙ୍କ ମୁଣ୍ଡ ଫାଟି ରକ୍ତସ୍ରାବ ହେବା  ସହ ଶରୀରର ବିଭିନ୍ନ ସ୍ଥାନ ଜଳି ଯାଇଥିବା ଜଣା ପଡ଼ିଛି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe