young man dies in train accident Photograph: (sambad.in)
ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଲଖନା ଥାନା ଅନ୍ତର୍ଗତ ତଥା ଦକ୍ଷିଣ – ପୂର୍ବ ରେଳ ପଥର ଲଖନା ରେଳଷ୍ଟେସନ ସ୍ଥିତ କୁସୁମପଡ଼ା ନିକଟରେ ରେଳ ଧାରଣାରେ ଜଣେ ଯୁବକଙ୍କ ଟ୍ରେନରେ କଟି ମୃତ୍ୟୁ ଘଟିଥିବା ଜଣାପଡ଼ିଛି।
ରେଳ ଧାରଣାରେ ମୁଣ୍ଡ ବିହୀନ ମୃତଦେହ
ମଙ୍ଗଳବାର ଦିନ ସକାଳେ ଗ୍ରାମବାସୀ ରେଳ ଧାରଣାରେ ମୁଣ୍ଡ ବିହୀନ ମୃତଦେହ ପଡ଼ିଥିବା ଦେଖି ପ୍ରଥମେ ଲଖନା ରେଳ କର୍ମଚାରୀଙ୍କୁ ସୂଚନା ଦେଇଥିଲେ। ରେଲୱେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତ ବ୍ୟକ୍ତିଙ୍କ ପରିଚୟ ମିଳିପାରିନାହିଁ। ପରିଚୟ ଖୋଜୁଛି ରେଳବାଇ ପୁଲିସ।
ଆହୁରି ପଢ଼ନ୍ତୁ: Vigilance Arrested Junior Engineer ବିଦ୍ୟୁତ୍ ସଂଯୋଗ ପାଇଁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ, ବନ୍ଧା ହେଲେ ଟିପିଏସଓଡିଏଲ୍ କନିଷ୍ଠ ଯନ୍ତ୍ରୀ
ଗତକାଲି ସନ୍ଧ୍ୟାରେ ରାୟପୁରରୁ ବିଶାଖାପଟନମକୁ ଯାଉଥିବା ବନ୍ଦେ ଭାରତ ଟ୍ରେନରେ ଅଚିହ୍ନା ବ୍ୟକ୍ତି କଟି ଯାଇଥିବା ଅନୁମାନ କରାଯାଉଛି ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି।
Follow Us